ପଶ୍ଚିମବଙ୍ଗରେ ମମତା-ମୋଦି କଳି: ଟିଏମସିର ୪୦ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି କହିଲେ ମୋଦି, ମମତାଙ୍କ ଜବାବ ଟିଏମସି ବିଧାୟକ କ'ଣ ମୋଦିଙ୍କୁ କାଉନସିଲର ବି ସମର୍ଥନ କରିବେନାହିଁ

Published By : Prameya-News7 Bureau | April 30, 2019 IST

କୋଲକାତା୩୦|୪: ଭାରତୀୟ ଜନତାପାର୍ଟିର ଅନ୍ୟତମ ଟାର୍ଗେଟ୍ ପଶ୍ଚିମବଙ୍ଗ । ଫିର ଏକ ବାର ମୋଦି ସରକାର ନାରାରେ ପଶ୍ଚିମବଙ୍ଗକୁ ଫୋକସ କରିଛନ୍ତି ମୋଦି -ଶାହା ଟିମ୍‌ । ତାର କାରଣ ତୃଣମୂଳ କଂଗ୍ରେସ ଶାସିତ ପଶ୍ଚିମବଙ୍ଗରେ ବିଜେପି ଭୋଟ ହାରରେ ବୃଦ୍ଧି ଦଳକୁ ଉତ୍ସାହୀତ କରିଛି ।୨୦୦୯ ପରଠୁ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ଭୋଟ ହାର ବଢିଛି । ଏହା ବ୍ୟତୀତ ମମତା ଏବେ ଜାତୀୟ ସ୍ତରରେ ନରେନ୍ଦ୍ର ମୋଦିଙ୍କ ବିରୋଧୀ ଫେସ୍‌ ଭାବେ ଉଭା ହୋଇଥିବାରୁ ୪୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ଉପରେ  ବିଜେପିର ନଜର ବେଶି । ମୋଦି ଓ ଶାହାଙ୍କ ସହ ମମତା ଏବଂ ତାଙ୍କ ସହଯୋଗୀଙ୍କ ବାକ୍‌ ଯୁଦ୍ଧ, ଆକ୍ଷେପ- ପ୍ରତିଆକ୍ଷେପ ରାଜନୈତୀକ ମାହୋଲକୁ ସରଗରମ କରିଛି । ତା ସାଙ୍ଗକୁ ପଶ୍ଚିମଙ୍ଗରେ ଅଭୂତପୂର୍ବ କଡା ସୁରକ୍ଷା ସତ୍ତ୍ୱେ ନିର୍ବାଚନୀ ହିଂସା ସାରା ଦେଶର ନଜର ଟାଣିଛି । 

{"id":109256}

୨୦୧୪ ରେ ଦୁଇଟି ଆସନ ଜିଣିଥିଲେ ,ଏବେ ୨୩ ଆସନ ଜିଣିବାର ଦୃଢୋକ୍ତି । ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ମାତ୍ର ୩, କିନ୍ତୁ ସରକାର ବଦଳାଇ ଦେବାର ଦମ୍ଭୋକ୍ତି । ଏହା ହିଁ ବିଜେପି ବନାମ ତୃଣମୂଳ କଂଗ୍ରେସର କଳିକୁ ବଢାଇ ଦେଇଛି । ଗର୍ଜୁଛନ୍ତି ମମତା ଦିଦି ।ଏକ୍ସପାଇରି ବାବୁ ପିଏମ୍‌ କହି ଟିଏମସି କରୁଛି ଟାର୍ଗେଟ୍ । ଆଉ ଦିଦିଙ୍କ ନାମରେ ପରିବାର ରାଜନୀତି, ଦୁର୍ନୀତି, ଗୁଣ୍ଡାଗର୍ଦ୍ଦି ଆଦି ଅଭିଯୋଗ ଆଣୁଛନ୍ତି ବିଜେପି ନେତାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକ୍ଷେପ , ଦିଦି ଦିଲ୍ଲୀ ଦୂର ହେ ...ପଶ୍ଚିମବଙ୍ଗରେ ବିଜେପି- ଟିଏମସି କଳିର ନିଆଁରେ ଘିଅ ଢାଳିଛି ।

{"id":109257}

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ଆକ୍ଷେପ ସହ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ମନ୍ତବ୍ୟ ପଶ୍ଚିମବଙ୍ଗରେ ନିର୍ବାଚନୀ ବୋମା ଫୁଟାଇ ଦେଇଛି । ମୋଦି କହିଛନ୍ତି, ଟିଏମ୍‌ସିର ୪୦ ବିଧାୟକ ତାଙ୍କ ସହ ଯୋଗଯୋଗରେ ଅଛନ୍ତି । ଆଉ ସାଧାରଣ ନିର୍ବାଚନରେ ଟିଏମସିର ପରାଜୟ ପରେ ସେମାନେ ଦଳ ଛାଡି ଚାଲିଯିବେ । ମମତା ସରକରାଙ୍କ ପତନ ଆସନ୍ନ ବୋଲି ବି କହିଛନ୍ତି ମୋଦି ।

{"id":109258}

ହୁଗୁଳିର ଶ୍ରୀରାମପୁର ଲୋକସଭା ଏବଂ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାରାକପୁରାରେ ମୋଦିଙ୍କ ଏପରି  ମନ୍ତବ୍ୟ ନେଇ ଟିଏମସି କେବଳ କ୍ଷୁବ୍ଧ ହୋଇନି, ଫଟାଫଟ ଜବାବ ଦେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାଜନୈତୀକ ଘୋଡା ବେପାର କରିବାକୁ ଉଦ୍ୟମ ଅଭିଯୋଗ ଆଣିଛି । ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହେବ ବୋଲି କହିଛି । ପ୍ରଧାନମନ୍ତ୍ରୀଙ୍କୁ ଏକ୍ସପାଇରି ବାବୁ ପିଏମ୍‌ କହି ତୀବ୍ର ଆକ୍ଷେପ କରିଛନ୍ତି ଟିଏମସି ନେତା ।କହିଛନ୍ତି, ଟିଏମସି ବିଧାୟକ କ'ଣ ମୋଦିଙ୍କୁ କାଉନସିଲର ବି ସମର୍ଥନ କରିବେନାହିଁ ।

{"id":109259}

ମୋଦି ବି ଛାଡିନାହାନ୍ତି । ରସଗୋଲା ପ୍ରସଙ୍ଗ ଠାରୁ ରବିନ୍ଦ୍ରନାଥ ଟାଗୋର ଏବଂ ଅନ୍ୟ ବରପୁତ୍ରଙ୍କ ନାମ ନେଇ ମମତା ସରକାରକୁ ସମାଲୋଚନା କରିଛନ୍ତି ।କହିଛନ୍ତି , ପରାଜୟର ସୂଚନାପାଇ ମମତା ଦିଦି ଏବେ ରାଗି ଯାଉଛନ୍ତି ।ଆହୁରି ବି କହିଛନ୍ତି, ମମତାଙ୍କ ଏକମାତ୍ର ଲକ୍ଷ ହେଲା ପୁତୁରା ଅଭିଷେକକୁ ରାଜନୈତୀକ ଉତ୍ତରାଧିକାରୀ କରିବା ।ସେଥିଲାଗି ସେ ଯେମିତି ହେଉ ବିଜୟ ଚାହାନ୍ତି ।

{"id":109260}

କିନ୍ତୁ ପଶ୍ଚିମଙ୍ଗରେ ମୋଦି ହାୱା ବହୁଛି , ଲୋକେ ପରିବର୍ତ୍ତନର ସୂଚନା ଦେଇଥିବା ଦାବୀ କରିଛନ୍ତି ମୋଦି ।ଲୋକଙ୍କୁ ଆହ୍ୱାନ କରି କହିଛନ୍ତି, ଚୁପ୍‌ ଚାପ୍‌ ବିଜେପି ତେ ଛାପ୍  । କିନ୍ତୁ ବିରୋଧିଙ୍କୁ ମେଣ୍ଟ କରି ମୋଦି ସରକାରକୁ ଦିଲ୍ଲୀରୁ ତଡିବା ଲକ୍ଷ୍ୟରେ ଥିବା ମମତା ମଧ୍ୟ ବିଜେପି ନେତାଙ୍କୁ ଛାଡି ନାହାନ୍ତି ।ମୋଦି ସରକାର କେନ୍ଦ୍ରୀୟ ବଳକୁ ଲଗାଇ ପଶ୍ଚିମବଙ୍ଗରେ ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ମମତା ।

{"id":109261}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.