ମୁସଲମାନ ଧର୍ମଗୁରୁଙ୍କ ଠାରୁ ଟୋପି ଗ୍ରହଣ କରି ଚର୍ଚ୍ଚାରେ ମୋଦି

Published By : Prameya-News7 Bureau | September 14, 2018 IST

ନୂଆଦିଲ୍ଲୀ୧୪|୯: ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୧୧ମସିହାରେ ମୁସଲମାନ ସଂପ୍ରଦାୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁସଲମାନ ମୁଲ୍ଲାଙ୍କ ଠାରୁ ଟୋପି ପିନ୍ଧିବାକୁ ମନା କରିଦେଇଥିଲେ ନରେନ୍ଦ୍ର ମୋଦି । ଆଉ ଏହାର ଠିକ୍ ୭ବର୍ଷ ପରେ ମଧ୍ୟପ୍ରଦେଶର ଏକ ସୁଫି ମସଜିଦରେ ମୁସଲମାନଙ୍କ ଗହଣରେ ଯୋଗ ଦେଇଥି ମୁଲ୍ଲାଙ୍କଠାରୁ ସାଲ ଘୋଡି ହୋଇ ସମ୍ବର୍ଦ୍ଦିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ କିଛି ଦିନ ପୁର୍ବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମାନସରୋବର ଯାତ୍ରା କରି ଫଟୋ ଭାଇରାଲ କରିବା ସହ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ତେବେ ଜାତୀୟ ରାଜନେତାମାନଙ୍କ ଏଭଳି ପାଣିପାଗ ପରିବର୍ତ୍ତନକୁ ନରମ ଧର୍ମନିରପକ୍ଷତା ବୋଲି ଚର୍ଚ୍ଚା ହେବେ ଯୋର ଧରିଛି ଭୋଟ୍ ହାତେଇବାକୁ ଚର୍ଚ୍ଚିତ ରାଜନେତାମାନଙ୍କ ନୂଆ ତରିକା । କିଛିଦିନ ପୁର୍ବେ ମାନସରୋବର ଯାତ୍ରାକରି ଫଠୋ ଭାଇରାଲ କରିଥବା ରାହୁଲଗାନ୍ଧିଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଅବତାର । ମଧ୍ୟପ୍ରଦେଶର ଏକ ମୁସଲମାନ ସଂପ୍ରଦାୟର କାର୍ଯ୍ୟକ୍ରରେ ଯୋଗଦେଇ ସୁଫି ଧର୍ମଗୁରୁଙ୍କଠାରୁ ସାଲ ଉପହାର ଗ୍ରହଣ କରି ଚର୍ଚ୍ଚାରେ । ତେବେ ରାଷ୍ଟ୍ରନେତାମାନଙ୍କର ହଠାତ ଏଭଳି ପରିବର୍ତ୍ତନକୁ ନେଇ ଦେଶରେ ଚର୍ଚ୍ଚା ଯୋରଦାର । ସମାଲୋଚକଙ୍କ ମତେରେ ଭୋଟ ହାତେଇବାକୁ ଏହା ନେତାଙ୍କ ନରମ ଧର୍ମନିରପକ୍ଷତାର ପ୍ରଚର ବୋଲି କୁହାଯାଉଛି । ଆଜି ମଧ୍ୟପ୍ରଦେଶର ସୁଫି ମୁସଲମାନ ସଂପ୍ରଦାୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଉ ସବୁଠୁ ବଡ କଥା ହେଉଛି ୨୦୧୧ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୁସଲମାନ ଧର୍ମଗୁରୁଙ୍କ ଠାରୁ ଟୋପି ଗ୍ରହଣ କରିବାକୁ ମନା କରିଦେଇଥିବା ମୋଦିଙ୍କର ଏଭଳି ହଠାତ ପରିବର୍ତ୍ତନ କଣ ପାଇଁ । ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁସଲମାନମାନଙ୍କ ଭୋଟ୍ ହାତେଇବାକୁ ଏହା ନେତାମାନଙ୍କ ସପ୍ଟ ଟାର୍ଗେଟ ନୁହେଁତ । ତୈଳଦର ବୃଦ୍ଧି ଠାରୁ ଆରମ୍ଭ କରି ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ମୋଦି ସରକାରଙ୍କ ନକରାତ୍ମକ ମନୋଭାବ ଉପରେ ତାଳି ପକାଇବାକୁ ମୋଦି ଉଦ୍ୟମ କରୁନାହାନ୍ତି ତ ? ମୋଦି ନିଜକୁ ଧର୍ମନିରପକ୍ଷ ପ୍ରଧାନମନ୍ତ୍ରୀ ଭାବେ ପ୍ରତିପାଦିତ କରିବା ସହ ସଖ୍ୟଲଘୁ ଭୋଟ ହାତେଇବାକୁ ଏହା ଏକ ଭଲ ପ୍ରୟାସ ନୁହେଁ କି ? ସେପଟେ କିଛି ଦିନ ପୁର୍ବେ କଂଗ୍ରେସ ରାଜ କୁମାର ତଥା ଦଳ ଅଧ୍ୟକ୍ଷ ମାନସରୋବର ଯାତ୍ରା କରି ସେଠାରେ ଫଟୋ ଭାଇରାଲ କରି ବେଶ ଚର୍ଚ୍ଚାକୁ ଆସିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଦେଶର ପ୍ରମୁଖ ସମସ୍ୟା ଗୁଡିକ ଉପରୁ ନଜର ହଟାଇ ଆଗାମୀ ସଧାରଣ ନିର୍ବାଚନ ବୈତରଣୀ ପାରି ହେବାକୁ ଏହା ବିଭିନ୍ନ ଦଳର ପ୍ରିପ୍ଲାନ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.