Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁହାଁମୁହିଁ ହେଲେ ୨ କାର୍, ସାମ୍ବାଦିକଙ୍କ ସମେତ ୩ ଗୁରୁତର
  • ||
  • ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ : ବଢିଲା ନ୍ୟୁଜିଲାଣ୍ଡର ଚିନ୍ତା, ବିସିସିଆଇ ପୋଷ୍ଟ୍ କଲା ଭିଡିଓ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୪୩୩୯ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୩୪୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ମୋହନା ବାପା-ପୁଅ ହତ୍ୟା ଘଟଣା : ୧୨ ଅଟକ, ଗୁଣି ଗାରେଡି ସନ୍ଦେହରୁ ଡବଲ୍ ମର୍ଡର୍ !
  • ||
  • ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ୧୬ ଯାଏଁ ପାଗ ମେଘୁଆ, ହେବ ବିକ୍ଷିପ୍ତ ବର୍ଷା
  • ||

ଆଜି ବିଜେଡି-ବିଜେପିର ଶକ୍ତି ପ୍ରଦର୍ଶନ ; ପୁରୀରେ ନବୀନ ବାରିପଦାରେ ମୋଦି, ସଭା ମଞ୍ଚରେ ଚାଲିବ ହିସାବ କିତାବ

5/01/2019 at 10:04 AM

ଭୁବନେଶ୍ବର ୫|୧: ଆଜି ବିଜେଡି ଓ ବିଜେପି ମଧ୍ୟରେ ବଳ କଷାକଷି । ସୁପର ଶନିବାରରେ ଦୁଇ ମହା ସମାବେଶ । ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୁରୀରେ ନବୀନଙ୍କ ଶକ୍ତି ପ୍ରଦର୍ଶନ । ଜବାବ-ପ୍ରତିଜବାବ, ଆଟାକ୍ କାଉଣ୍ଟର ଆଟାକ । ଦଳୀୟ ସମାେବଶ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସରକାରୀ କାର୍ଯ୍ୟକ୍ରମ ରହିଛି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେଠାରେ ଅତିଥି। ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଉନାହାନ୍ତି। ବରଂ ମୁଖ୍ୟମନ୍ତ୍ରୀ ପୁରୀରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ସେଠାରେ ସରକାରୀ କାର୍ଯ୍ୟକ୍ରମ ଆଳରେ ବିଜେଡି ଶକ୍ତି ପ୍ରଦର୍ଶନ କରିବ। ଖୋର୍ଦ୍ଧା ସମାବେଶ ପ୍ରଧାନମନ୍ତ୍ରୀ ମୋଦି ଜଳସେଚନ ନେଇ ରାଜ୍ୟ ସରକାରଙ୍କ କରିଥିବା ପ୍ରଶ୍ନର ଜବାବ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ଦେବା ପରେ ଏବେ ଜୋର ଧରିଛି ରାଜନୀତି । ମୋଦିଙ୍କୁ ଓଲଟା ସ୍ପଷ୍ଟୀ କରଣ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ଆଶା କରିଛି ମୋଦି ବାରିପଦାରେ ରାଜ୍ୟ ସରକାରଙ୍କୁ ଜବାବ ଦେବେ । ପ୍ରଧାନମନ୍ତ୍ରୀ ଉଗ୍ର ଆଭିମୁଖ୍ୟ ଗ୍ରହଣ କରିପାରନ୍ତି। କାରଣ, ନବୀନ ଯେଉଁ ପ୍ରସଙ୍ଗ ସବୁ ଉଠାଇଛନ୍ତି, ତାହାର ଉତ୍ତର ଦେବାକୁ ଯାଇ ମୋଦୀ ପ୍ରଚଣ୍ଡ ବର୍ଷିବା ସମ୍ଭାବନା ଅଧିକ। ଏପଟେ ନବୀନ ବି ପୁରୀରେ ଭିନ୍ନ କିଛି ବାର୍ତା ଦେବେ ଓ ମହିଳାଙ୍କ ସଂପର୍କରେ ନୂଆ ଯୋଜନା ବା କାର୍ଯ୍ୟକ୍ରମ ଘୋଷଣା କରିପାରନ୍ତି ।

   Related Posts