"ମୁସ୍କୁରାଏଗା ଇଣ୍ଡିଆ" ଗୀତର ପ୍ରଶଂସା କଲେ ମୋଦି, କହିଲେ ଭାରତ ଲଢ଼ିବ ଏବଂ ଜିତିବ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୦୮/୦୪ : ଦେଶ ବର୍ତ୍ତମାନ କରୋନା ବିରୋଧରେ ଲଢେଇ କରୁଛି | ନେତା ଅଭିନେତା ସାଧାରଣ ଜନତା ସମସ୍ତେ କରୋନା ବିରୋଧରେ ଲଢେଇ କରୁଛନ୍ତି | କରୋନାକୁ ମାତ ଦେବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରହିଛି | ଏଥିରେ ବଲିଉଡ ମଧ୍ୟ ସରକାରଙ୍କ ସହ ଛିଡା ହୋଇଛି | ତରକମାନେ ସରକାରଙ୍କୁ ଆର୍ଥିକ ସହାୟତା ଦେବା ସହ ଜନତାଙ୍କୁ ବାରମ୍ବାର ଭିଡିଓ ମାଧ୍ୟମରେ ସଚେତନ ମଧ୍ୟ କରୁଛନ୍ତି | ନିକଟରେ ସିନେମା ତାରକା ନିଜ ନିଜ ଘରେ ରହି ଏକ ଭିଡିଓ ଜାରି କରିଛନ୍ତି | ଏହି ଭିଡିଓ ସୁଟ ପାଇଁ କେହି ହେଲେ ବାହାରକୁ ବାହାରିନଥିଲେ | ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | "ମୁସ୍କୁରାଏଗା ଇଣ୍ଡିଆ" ଭିଡିଓକୁ ଲୋକେ ବହୁତ ପ୍ରଶଂସା କରୁଛନ୍ତି | ଭିଡିଓକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଶଂସା କରିଛନ୍ତି |

ବଲିଉଡ ଅଭିନେତା ଅକ୍ଷୟ କୁମାର କରୋନା ପୀଡିତଙ୍କ ମନୋବଳ ବଢାଇବା ପାଇଁ ମୁସ୍କୁରାଏଗା ଇଣ୍ଡିଆ ଭିଡିଓ ଜାରି କରିଛନ୍ତି | ଅକ୍ଷୟ କୁମାର ଜୈକି ଭଗନାନୀଙ୍କ ସହ ମିଶି ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି |

ଭିଡିଓରେ ଅକ୍ଷୟ କୁମାରଙ୍କ ସହ ଆୟୁଷ୍ମାନ ଖୁରାନା, ଟାଇଗର ଶ୍ରଫ, କାର୍ତ୍ତିକ ଆର୍ଯ୍ୟନ, ଅନନ୍ୟ ପାଣ୍ଡେ, କୀର୍ତ୍ତି ସାନାନ, ତାପସି ପାନୁ, ରାଜକୁମାର ରାଓଙ୍କ ସମେତ ଅନେକ କଳାକାର ଅଭିନୟ କରିଛନ୍ତି | ଭିଡିଓ ମୋଦିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥାଏ |

ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରି ମୋଦି କହିଛନ୍ତି ଯେ, ପୁଣିଥରେ ହସିବ ଭାରତ, ପୁଣି ଜିତିବ ଭାରତ, ଭାରତ ଲଢ଼ିବ ଏବଂ ଜିତିବ ମଧ୍ୟ | ଏହା ଆମ ସିନେମା ଜଗତର ତାରକାମାନଙ୍କ ବହୁତ ପ୍ରଶଂସନୀୟ ପ୍ରୟାସ |

ଏହି ପୋଷ୍ଟକୁ ସେୟାର କରି ଅକ୍ଷୟ କୁମାର କହିଛନ୍ତି, "ଆମ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ | ଏହି ଗୀତକୁ ନିଜ ପରିବାର ଓ ବନ୍ଧୁଙ୍କ ସହ ସେୟାର କରନ୍ତୁ |"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.