Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନା ସ୍ଥିତି ଏବଂ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ଘରେ ଘରେ ଯାଇ ଟେଷ୍ଟିଂ କରିବାକୁ ଦେଲେ ନିର୍ଦ୍ଦେଶ

15/05/2021 at 3:55 PM

ନୂଆଦିଲ୍ଲୀ ୧୫/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ ମନ୍ତ୍ରାଳୟର ଅଧିକାରୀ ସାମିଲ ଥିଲେ। ଏହି ଅବସରରେ ଘରେ ଘରେ ଯାଇ ସର୍ଭେ ଏବଂ ଟେଷ୍ଟିଂ କରିବାକୁ ନିର୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଭେଣ୍ଟିଲେଟର ବ୍ୟବହାର ହେଉନଥିବା ନେଇ ମୋଦୀ କ୍ଷୋଭ ମଧ୍ୟ ପ୍ରକାଶ କରୁଛନ୍ତି।

ଦେଶରେ କରୋନା ସ୍ଥିତି ଏବଂ ଟିକାକରଣ ସମ୍ବନ୍ଧରେ ସମୀକ୍ଷା ପାଇଁ ଆଜିର ଏହି ବୈଠକ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।  ଏହି ସମୟରେ ଦେଶରେ ମାର୍ଚ୍ଚ ପରଠୁ ପ୍ରତି ସପ୍ତାହରେ ୫୦ ଲକ୍ଷ ଟେଷ୍ଟିଂ ଏବଂ ଏବେ ସପ୍ତାହକୁ ୧.୩ କୋଟି ଟେଷ୍ଟିଂ ହେଉଥିବା ଅଧିକାରୀମାନେ ମୋଦୀଙ୍କୁ କହିଛନ୍ତି। ଦେଶରେ ସଂକ୍ରମିତ ହାର କମୁଥିବା ବେଳେ ଏଥିରେ କେନ୍ଦ୍ର, ରାଜ୍ୟ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ବୈଠକରେ ରାଜ୍ୟ ଏବଂ ଜିଲ୍ଲାର କୋଭିଡ ସ୍ଥିତି, ଟେଷ୍ଟିଂ, ଅକ୍ସିଜେନ୍‌ ଉପଲବ୍ଧତା ଉପରେ ଚର୍ଚ୍ଚା ହୋଇଛି।  

ଆରଟିପିସିଆର ଏବଂ ଆଣ୍ଟିଜେନ୍‌ ଟେଷ୍ଟିଂ ମଧ୍ୟମରେ ସମ୍ବେଦନଶୀଳ କ୍ଷେତ୍ରରେ ପରୀକ୍ଷଣ ବଢ଼ାଇବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟଗୁଡ଼ିକ କୌଣସି ପ୍ରକାର ପ୍ରତିକୂଳ ଚାପ ଦର୍ଶାଇବା ବିନା ନିଜ ସଂଖ୍ୟାର ରିପୋର୍ଟ ଦେଖାଇବାରେ ପାରଦର୍ଶିତା ଦେଖାଇବା ପାଇଁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଥିବା ମୋଦୀ କହିଛନ୍ତି। ଗ୍ରାମାଞ୍ଚଳରେ ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ କରିବା ସହ ଚିକିତ୍ସା ସମ୍ବନ୍ଧୀୟ ଉପକରଣ ସଂଖ୍ୟା ବଢ଼ାଇବାକୁ ମୋଦୀ ନିର୍ଦେଶ ଦେଇଛନ୍ତି। ଆବଶ୍ୟକୀୟ ଉପକରଣ ସହ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସଶକ୍ତ କରିବାକୁ କହିବା ସହ ଗ୍ରାମୀଣ ଅଞ୍ଚଳରେ ଆଇସୋଲେସନ ସହିତ ସରଳ ଭାଷାରେ ସୂଚନା ଉପଲବ୍ଧ କରାଇବା ବ୍ୟବସ୍ଥା କରିବାକୁ କହିଛନ୍ତି।

ଏହା ସହ ସେ ଆହୁରି କହିଛନ୍ତି, ଗ୍ରାମାଞ୍ଚଳରେ ଅକ୍ସିଜେନ୍‌ ଯୋଗାଣ ବଢ଼ାଇବା ପାଇଁ ବିତରଣ ଯୋଜନା ପ୍ରସ୍ତୁତ କରାଯାଉ। ଯେଉଁଥିରେ ଅକ୍ସିଜେନ କନସେନଟ୍ରେଟର ସାମିଲ ରହିବା ଆବଶ୍ୟକ। ଏଭଳି ଉପକରଣ ସବୁର ପରିଚାଳନା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ସଠିକ୍‌ ପ୍ରଶିକ୍ଷଣ ଦେବା ସହ ଏହି ସବୁ ସ୍ଥାନରେ ବିଜୁଳି ଯୋଗାଣ ଉପରେ ଧ୍ୟାନ ଦେବାକୁ ସେ ନିର୍ଦେଶ ଦେଇଛନ୍ତି।

କିଛି ରାଜ୍ୟରେ ଭେଣ୍ଟିଲେଟର ବ୍ୟବହାର ହେଉନଥିବା ରିପୋର୍ଟକୁ ଗମ୍ଭୀରତାର ସହ ନେଇ ମୋଦୀ ତାଗିଦ କରିଛନ୍ତି। କେନ୍ଦ୍ର ଦେଉଥିବା ଭେଣ୍ଟିଲେଟର ସ୍ଥାପନା ସହ ସଂଚାଳନ ଉପରେ ଗୁରୁତ୍ବ ଦେବା ଦରକାର। ଆବଶ୍ୟକ ସ୍ଥଳେ ଏହି ସବୁ ମେସିନ୍‌ ଚଳାଇବା ପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର ଆବଶ୍ୟକତା ରହିଛି। ଏହା ସହ ଭ୍ୟାକସିନ୍‌ ଉପଲବ୍ଧତା ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

   Related Posts