Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଅକ୍ସିଜେନ୍‌ ସପ୍ଲାଏକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, ପିଏମ କେୟାର୍ସ ଫଣ୍ଡରୁ କିଣାଯିବ ଲକ୍ଷେ କନସେନଟ୍ରେଟର

28/04/2021 at 6:39 PM

ନୂଆଦିଲ୍ଲୀ ୨୮/୪:  ଦେଶରେ କରୋନା ମହାମାରୀ ମଧ୍ୟରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟାର୍ସ ଫଣ୍ଡରୁ ଏକ ଲକ୍ଷ ପୋର୍ଟେବଲ୍‌ ଅକ୍ସିଜେନ୍‌ କନସେନଟ୍ରେଟର କ୍ରୟ ପାଇଁ ମଞ୍ଜୁରି ଦେଇଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଲିକ୍ବିଡ୍‌ କେଡିକାଲ୍‌ ଅକ୍ସିଜେନ୍‌ ଅଭାବ ଦୂର କରିବାକୁ ନେଇ ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏହି ଅବସରରେ ଶୀଘ୍ର ପୋର୍ଟେବଲ୍‌ ଅକ୍ସିଜେନ୍‌ କନସେନଟ୍ରେଟର କ୍ରୟ କରିବାକୁ ନିର୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ବହୁ ପ୍ରଭାବିତ ରାଜ୍ୟକୁ ଏହି ସବୁ ଉପକରଣ ଜଳଦି ଯୋଗାଇବାକୁ ମଧ୍ୟ ସେ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ବୈଠକରେ ପିଏମ କେୟାର ଫଣ୍ଡ ଜରିଆରେ ୭୧୩ ପିଏସ୍‌ଏ ପ୍ଲାଣ୍ଟ ବ୍ୟତୀତ ୫୦୦ ନୂଆ ଅକ୍ସିଜେନ୍‌ ପ୍ଲାଣ୍ଟକୁ ମଞ୍ଜୁରି ମିଳିଥିଲା।

ତେବେ  ଅକ୍ସିଜେନ୍‌ କନସେନଟ୍ରେଟର ଏକ ମେସିନ୍‌ ଯାହାକି ପବନରୁ ଅକ୍ସିଜେନ୍‌କୁ ପୃଥକ କରିଥାଏ। ବାୟୁକୁ ଶୋଷିବା ସହ ଅନ୍ୟ ଗ୍ୟାସ୍‌କୁ ଅଲଗା କରି ବିଶୁଦ୍ଧ ଅକ୍ସିଜେନ୍‌ ସପ୍ଲାଏ କରେ। ଏହାକୁ ଘରୋଇ ଅକ୍ସିଜେନ୍‌ ପ୍ଲାଣ୍ଟ ବୋଲି ମଧ୍ୟ କୁହାଯାଇପାରିବ। ଘରେ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ପାଇଁ ପୋର୍ଟେବଲ୍‌ ଅକ୍ସିଜେନ୍‌ କନସେନଟ୍ରେଟର ବେଶ ସହାୟକ ହୋଇପାରିବ। ଗୋଟିଏ କନସେନଟ୍ରେଟର ଗୋଟିଏ ମିନିଟ୍‌ରେ ୫ରୁ ୧୦ ଲିଟର ଅକ୍ସିଜେନ୍‌ ସପ୍ଲାଏ କରିପାରିବ ।

   Related Posts