କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ଭଣ୍ଡାର ଖୋଲିଲେ ମୋଦି, ମିଳିବ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

Published By : Prameya-News7 Bureau | November 13, 2020 IST

ନୂଆଦିଲ୍ଲୀ ୧୩।୧୧: କରୋନା ଭାଇରସ ମହାମାରୀ ଦେଶର ଆର୍ଥିକ ଅବସ୍ଥାକୁ ଗୁରୁତର ପ୍ରଭାବିତ କରିଛି। ଦିନଦିନ ଧରି ଦୋକାନ ବଜାର ବନ୍ଦ ରହିବା ଯୋଗୁ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ଅନଲକ୍‌ ପରେ ବି ଅର୍ଥାଭାବ ଯୋଗୁ ଲୋକେ ବ୍ୟବସାୟ ଆରମ୍ଭ କରିପାରୁନାହାନ୍ତି। ଏଥିରେ  ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ସହାୟତା ଲାଗି ହାତ ବଢାଇଛନ୍ତି।

{"id":361222,"width":581,"height":383,"sizeSlug":"large"}

କାରବାର ପୁଣି ଆରମ୍ଭ କରିବାକୁ, ଅଥବା ପୁରୁଣା ବ୍ୟବସାୟକୁ ଗତି ଦେବା ଲାଗି ସରକାର ଅନେକ ପୂର୍ବରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଦାନର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଏପରି ବ୍ୟବସାୟୀ ଋଣ ନେଇ ପୁଣି ପୂର୍ବ ପରି ନିଜର କାରବାର କରିପାରିବେ। ମୁଦ୍ରା ଯୋଜନାରେ ଋଣ ସମସ୍ତ ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସରୁ ମିଳିପାରୁଛି। ଶିଶୁ, କିଶୋର ଓ ତରୁଣ ଲୋନ ସ୍କିମରେ ବ୍ୟବସାୟୀ ଋଣ ନେଇ ପୁଣି କାରବାରକୁ ଗତି ଦେଇପାରିବେ।

{"id":361223,"width":581,"height":291,"sizeSlug":"large"}

ଶିଶୁ ଋଣ ଯୋଜନାରେ ଛୋଟମୋଟ କାରବାର ଲାଗି ବ୍ୟାଙ୍କମାନେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଥିବା ବେଳେ କିଶୋର ଯୋଜନାରେ ସର୍ବାଧିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରୁଛି। ସ୍ୱଳ୍ପ ସୁଧହାରରେ ଯୋହି ସବୁ ଯୋଜନାରେ ଋଣ ମିଳିପାରୁଥିବା ବେଳେ ଋଣ ସୁଝିବା ଲାଗି ମଧ୍ୟ ଦୀର୍ଘ ଅବଧି ମିଳୁଛି। ଏଣୁ କୌଭିଡ-୧୯ରେ ବୃତ୍ତି ହରାଇଥିଲେ ଅଥବା ବ୍ୟବସାୟ ବୁଡି ଯାଇଥିଲେ ମୁଦ୍ରା ଋଣ ଯୋଜନାର ବ୍ୟବସାୟୀମାନେ ଲାଭ ନେଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.