Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

‘ଟାଇମ’ କଭର ପେଜ୍ ରେ ପୁଣି ମୋଦି, ଏଥର ପ୍ରଶ୍ନ କ’ଣ ପୁଣି ଫେରିବେ କ୍ଷମତାକୁ

10/05/2019 at 4:36 PM

ନୂଆଦିଲ୍ଲୀ ୧୦।୫:  ଆମେରିକାର ପ୍ରତିଷ୍ଠିତ ‘ଟାଇମ’ ମ୍ୟାଗଜିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ କଭର ପେଜ୍ ରେ ସ୍ଥାନ ଦେଇଛି । ମୋଦି ଟାଇମ ପତ୍ରିକାର ମୁଖ୍ୟ ପୃଷ୍ଠା ମଣ୍ଡନ କରିବା କିଛି ନୂଆ କଥା ନୁହେଁ । ଅତୀତରେ ମାର୍ଚ୍ଚ ୨୦୧୨ ଓ ମେ ୨୦୧୫ ସଂସ୍କରଣରେ ଭାରତର ପ୍ରଧାନମନ୍ତ୍ରୀ ଟାଇମ ପତ୍ରିକା ମୁଖ୍ୟ ପୃଷ୍ଠା ମଣ୍ଡନ କରିଥିଲେ। ତେବେ ମେ ୨୦ ତାରିଖରେ ପ୍ରକାଶିତ ହେବାକୁ ଯାଉଥିବା ସଂସ୍କରଣରେ ମୋଦିଙ୍କୁ ନେଇ ପ୍ରକାଶିକ ହେଉଥିବା ଶିରୋନାମା ହିଁ ପାଲଟିଛି ଚର୍ଚ୍ଚାର ବିଷୟ ।

ମ୍ୟାଗଜିନ କଭର ପେଜ୍ ଶିର୍ଷକ  ରହିଛି ‘ଇଣ୍ଡିଆଜ୍ ଡିଭାଇଡର ଇନ ଚିଫ୍’ । ଯାହାକୁ ଆତିଶ ତାସିର ଲେଖିଛନ୍ତି । ଯେଉଁଥିରେ ସେ ଭାରତ ଭଳି ଏକ ବିଶାଳ ଗଣତାନ୍ତ୍ରିକ ଦେଶ ମୋଦିଙ୍କୁ ପୁଣି ଥରେ ନେତା ନିର୍ବାଚିତ  କରିବ କି ବୋଲି ପ୍ରଶ୍ନବାଚୀ ରଖିଛନ୍ତି । ମ୍ୟାଗଜିନର ଶିରୋନାମାକୁ ୧୯୪୭ରୁ ଆରମ୍ଭ କରିଛନ୍ତି ଲେଖକ । ସ୍ବାଧୀନତା ଓ ପରବର୍ତ୍ତି ବିଭାଜନ ପରେ ଭାରତରେ ୩ କୋଟି ମୁସଲମାନ ରହିଯାଇଥିଲେ ବୋଲି ଉଲ୍ଲେଖ କରିଛନ୍ତି ତାସିର। ଯେଉଁଥି ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଧର୍ମନିରପେକ୍ଷତା ଅବଲମ୍ବନ କରିଥିଲେ। ସ୍ବାଧୀନତ୍ତୋର ଭାରତରେ ହିନ୍ଦୁଙ୍କ ପାଇଁ  ଆଇନ ପାଳନ କଡାକଡି କରିଥିବା ବେଳେ ମୁସଲମାନଙ୍କ ପାଇଁ ସରିୟତ ଥିଲା ସର୍ବେସର୍ବା। ଯାହା ଦେଶରେ ମୋଦିଙ୍କ କାର୍ଯ୍ୟକାଳ ଆରମ୍ଭ ପର୍ଯ୍ୟନ୍ତ କାୟମ ଥିଲା।  ତେବେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇଁ ସେଭଳି କିଛି କରି ନଥିବା ବେଳେ ଅନ୍ୟ କ୍ଷେତ୍ରରେ ମଧ୍ୟ ସେଭଳି କିଛି ପ୍ରଗତି ହୋଇ ନାହିଁ ।

 ଏଣୁ ୨୦୧୪ ସାଧାରଣ ନିର୍ବାଚନ ବେଳେ ଦେଶର ରାଜନୈତିକ ଚିତ୍ରରେ ମୋଦି ଥିଲେ ଜଣେ ନାୟକ। ତାଙ୍କର ପ୍ରତ୍ୟେକ ପ୍ରତିଶ୍ରୁତି ଜନତା ପାଇଁ ଥିଲା ଆଶ୍ବାସନା। ହେଲେ ୫ ବର୍ଷରେ ଅନେକ କିଛି ବଦଳି ଯାଇଛି । ଜଣେ ସାଧାରଣ ରାଜନେତା ବ୍ୟତୀତ ମୋଦି କିଛି ନୁହନ୍ତି ବୋଲି ଲୋକେ ଜାଣି ସାରିଛନ୍ତି । ତେବେ ଦେଶରେ ମୋଦିଙ୍କ ସମକକ୍ଷ ନେତା  ନଥିବା ବେଳେ ବିରୋଧୀ ଦଳଙ୍କ ପାଖରେ କେବଳ ମୋଦି ହଟାଓ ଛଡା ଅନ୍ୟ କିଛି ପ୍ରସଙ୍ଗ ମଧ୍ୟ ନାହିଁ । ଏଣୁ ମୋଦି ପୁଣି କ୍ଷମତାକୁ ଫେରିବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ତାସିର ଉଲ୍ଲେଖ କରିଛନ୍ତି । ହେଲେ ପ୍ରବନ୍ଧର ଉପସଂହାର ହିଁ ଏବେ ବିତର୍କର କାରଣ ହୋଇପାରେ । ଯାହା ପ୍ରକାଶନ ପରେ ହିଁ ଜଣା ପଡିବ।

   Related Posts