ମୋଦି ବନାମ ଦିଦି : ସୋନାରପୁର ଜନସମାବେଶରେ ମମତାଙ୍କୁ ଏପରି କଟାକ୍ଷ କଲେ ମୋଦି, ଦେଲେ ଟିଏମସି ନେତାଙ୍କ ଜବାବ
3/04/2021 at 9:33 PM

କୋଲକାତା ୩।୪: ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭା ଲାଗି ଏବେ ନିର୍ବାଚନ ଅନୁଷ୍ଠିତ ହେଉଛି। ତେବେ ଏଥିରୁ ପଶ୍ଚିମବଙ୍ଗ ନିର୍ବାଚନ ଏବେ ଦେଶର ରାଜନୀତି ଉଠାପକା କରୁଛି । ନନ୍ଦିଗ୍ରାମ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ଉଲବେରିଆ ଜନସମାବେଶରେ ଦିଦି ଏବେ ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀପତ୍ର ଦାଖଲ କରୁଥିବାର ସେ ଶୁଣୁଥିବା କହିଥିଲେ। ଏହାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ର ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ତେବେ ଟିଏମସି ପ୍ରତିକ୍ରିୟାର ମୋଦି ଶନିବାର ସୋନାରପୁର ଜନସମାବେଶରେ ପ୍ରତିକ୍ରିୟା ରଖିଛନ୍ତି।
ରାଜ୍ୟରେ ଦଳର ସୋଚନୀୟ ସ୍ଥିତିକୁ ନେଇ ବୋଧେ ଦିଦି ଏବେ ଅନ୍ୟ ରାଜ୍ୟ ଉପରେ ଆଖି ପକାଇଲେଣି ବୋଲି ମୋଦି କହିଛନ୍ତି। ଦଳର ମତାମତରୁ ରାଜ୍ୟରେ ଟିଏମସି ନିଜର ହାର ସ୍ୱୀକାର କରିନେଇଛି ବୋଲି ମୋଦି ଶନିବାର କହିଛନ୍ତି। ଏଣୁ ବିଧାନସଭା ନିର୍ବାଚନ ହାରିବା ପରେ ଲୋକସଭା ଲାଗି ଭାଗ୍ୟ ପରୀକ୍ଷା କରାଯାଇପାରେ ବୋଲି କହିଛନ୍ତି। ହେଲେ ୧୦ ବର୍ଷରେ ରାଜ୍ୟର ସେ ଯେଉଁ ହାଲ କରିଛନ୍ତି ଏଥିରେ ପଶ୍ଚିମଙ୍ଗରୁ ସଂସଦକୁ ନିର୍ବାଚିତ ହେବା ଏବେ ତାଙ୍କ ପକ୍ଷେ ହୁଏତ ଆଉ ସମ୍ଭବ ନୁହେଁ, ଏଣୁ ସେ ଏବେ ବାରଣାସୀ ଉପରେ ନଜର ପକାଇଛନ୍ତି ବୋଲି ମୋଦି କହିଛନ୍ତି।
ଉଲବେରିଆ ସମାବେଶରେ ମୋଦି ଶୁଣା କଥା କହିଥିଲେ। ସେ କହିଥିଲେ ଯେ ମୁଁ କୁଆଡେ ଶୁଣୁଛି ଦିଦି ନନ୍ଦିଗ୍ରାମ ପରେ ଅନ୍ୟ କୌଣସି ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଛନ୍ତି। ଟିଏମସି ସାଂସଦ ମହୁଆ ମୌତ୍ର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ମୋଦିଙ୍କ ଶୁଣା କଥାର ଜବାବ ଦେଇଥିଲେ। ଦିଦି ନନ୍ଦିଗ୍ରାମରୁ ନିଶ୍ଚିତ ଜିତୁଛନ୍ତି ଅନ୍ୟ କୌଣସି ଆସନରୁ ପ୍ରାର୍ଥୀପତ୍ର ଦାଖଲର ଆବଶ୍ୟକତା ନାହିଁ। ହେଲେ ବାରଣାସୀରୁ ଆଗାମୀ ନିର୍ବାଚନ ଲଢିବା ଲାଗି ନିଜର ସାଞ୍ଜୁ ସଜାଡି ନିଅନ୍ତୁ। କାରଣ ଦିଦି ସେଠାରେ ଆପଣଙ୍କ ମୁକାବିଲା କରିପାରନ୍ତି।
କେବଳ ମହୁଆ ନୁହନ୍ତି ଟିଏମସିର ଅନ୍ୟ ସାଂସଦ ଓ ବିଧାୟକମାନେ ମଧ୍ୟ ମୋଦିଙ୍କୁ କଡା କମେଣ୍ଟ କରିଥିଲେ। ଯାହାକୁ ପୁଟୁଳା କରି ଏବେ ମୋଦି ସୋନାରପୁରରେ ଟିଏମସି ନେତାଙ୍କ ଉପରକୁ ଫିଙ୍ଗିଛନ୍ତି। ସେ ହଳଦିଆ ୱାଟର ୱେର ସୂଚନା ଦେଇ କହିଛନ୍ତି ଯେ ଦେଶରେ ଏହି ଜଳମାର୍ଗ ବିକାଶ ଯୋଗୁ ହୁଏତ ଦିଦିଙ୍କ ମନ ବାରଣାସୀ ଆଡକୁ ମୋଡିଯାଇଛି। ତେବେ ଯଦି ସେଠାରୁ ଆପଣ ନିର୍ବାଚନ ଲଢିବାକୁ ଯିବେ ଅନ୍ତତଃ ମୋ ନିର୍ବାଚନ ମଣ୍ଡଳିର ଲୋକେ ଆପଣଙ୍କୁ ଟୁରିଷ୍ଟ କହିବେନି ବୋଲି କହିଛନ୍ତି। ଏଠି ତ ଆପଣ ‘ଜୟ ଶ୍ରୀରାମ’ ଧ୍ୱନୀକୁ କାନ ଟିପି ଦେଉଛନ୍ତି ସେଠି ହରହର ମହାଦେବ ଧୋନୀରେ କରିବେ କଣ ବୋଲି ପ୍ରଶ୍ନ କରିଛନ୍ତି।