Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ମୋଦୀ ପୁଣି ନମ୍ବର ୧ : ଲୋକପ୍ରିୟତାରେ ସବୁଠାରୁ ଉପରେ ଭାରତର ପ୍ରଧାନମନ୍ତ୍ରୀ

7/11/2021 at 8:28 AM

ନୂଆଦିଲ୍ଲୀ, ୦୭/୧୧: ଲୋକପ୍ରିୟତାରେ ବିଶ୍ୱର ଅନ୍ୟ ନେତାମାନଙ୍କୁ ପୁଣି ଥରେ ପଛରେ ପକେଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦ ମର୍ଣ୍ଣିଂ କନସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେରେ ତାଙ୍କ ଆପ୍ରୁଭାଲ ରେଟିଂ ସର୍ବାଧିକ ଥିବା କୁହାଯାଇଛି ।

ଏହି ସର୍ଭେ ଅନୁସାରେ ମୋଦୀଙ୍କ ଆପ୍ରୁଭାଲ ରେଟିଂ ୭୦ ପ୍ରତିଶତ ରହିଛି । ୬୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ଦ୍ବିତୀୟ ସ୍ଥାନରେ ଅଛନ୍ତି ।

୫୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି ଇଟାଲିର ରାଷ୍ଟ୍ରପତି ମେରିଓ ଡ୍ରାଘି । ୫୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଟତୁର୍ଥ ସ୍ଥାନରେ ଅଛନ୍ତି ଜର୍ମାନର ଆଞ୍ଜେଲା ମାର୍କେଲ । ତାଙ୍କ ତଳକୁ ୪୭ ପ୍ରତିଶତ ଆପ୍ରୁଭାଲ୍ ରେଟ୍ ସହ ରହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ । ୪୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଷଷ୍ଠ ସ୍ଥାନରେ ରହିଛନ୍ତି ।.

   Related Posts