ଟ୍ୱିଟରରେ ଫଲୋଅର୍ସ ରେସରେ ଆଗରେ ମୋଦୀ, ହେଲେ ବିଶ୍ୱରେ ନମ୍ବର ୧ ରାଜନେତା
10/01/2021 at 3:28 PM

ନୂଆଦିଲ୍ଲୀ,୧୦/୦୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ୍ କରି ଦିଆଯାଇଛି । ଟ୍ରମ୍ପଙ୍କ ଆକାଉଣ୍ଟ ସସପେଣ୍ଡ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ମୋଦୀ ଏବେ ବିଶ୍ୱର ସବୁଠାରୁ ଫଲୋଅର୍ସ ଥିବା ରାଜନେତା ହୋଇ ଯାଇଛନ୍ତି ।
କିଛି ଦିନ ପୂର୍ବରୁ ଏହି ରେକର୍ଡ ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଥିଲା । କିନ୍ତୁ ଆମେରିକୀୟ ସଂସଦରେ ନିଜ ସମର୍ଥକଙ୍କୁ ହିଂସା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଟ୍ୱିଟର ତାଙ୍କର ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ କରିଦେଇଛି । ତାଙ୍କ ଆକାଉଣ୍ଟରେ ୮୮. ୭ ମିଲିୟନ ବା ୮ କୋଟି ୮୭ ଲକ୍ଷ ଫଲୋଅର୍ସ ଥିଲେ । ସେହିପରି ମୋଦୀଙ୍କ ୬୪.୭ ମିଲିୟନ ବା ୬ କୋଟି ୪୭ ଲକ୍ଷ ଫଲୋଅର୍ସ ରହିଥିଲେ ।

ଟ୍ରମ୍ପଙ୍କ ଉପରେ ଅଭିଯୋଗ ଅଛି ଯେ, ସେ ଟ୍ୱିଟର ଆକାଉଣ୍ଟ ଜରିଆରେ ନିଜ ସମର୍ଥକଙ୍କୁ ହିଂସା ପାଇଁ ପ୍ରବର୍ତ୍ତାଉଥିଲେ । ପ୍ରଥମେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ବ୍ଲକ୍ କରିଥିଲା । ପରେ ଆକାଉଣ୍ଚକୁ ସବୁଦିନ ପାଇଁ ସସପେଣ୍ଡ କରିଦେଇଥିଲା । ଏବେ ମୋଦୀ ୬ କୋଟି ୪୭ ଲକ୍ଷ ଫଲୋଅର୍ସ ସହ ବିଶ୍ୱର ସବୁଠାରୁ ଫଲୋ କରାଯାଉଥିବା ସକ୍ରିୟ ରାଜନେତା ହୋଇଛନ୍ତି ।