ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଗସ୍ତ କରିବେ ରଜୌରୀ

Published By : Prameya-News7 Bureau | November 04, 2021 IST

ନୂଆଦିଲ୍ଲୀ, ୦୪/୧୧:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କୁହାଯାଉଛି ଯେ, ମୋଦୀ ଗୁରୁବାର ଜମ୍ମୁ-କାଶ୍ମୀର ଗସ୍ତ କରିବେ । ଏଠାରେ ସେ ଯବାନଙ୍କ ସହ ଦୀପାବଳି ପାଳନ କରିବେ । ୨୦୧୪ରୁ ପ୍ରଧାନମନ୍ତ୍ରୀ ସର୍ବଦା ଯବାନଙ୍କ ସହ ଦୀପାବଳି ପାଳନ କରୁଛନ୍ତି । ଏଥର ସେ ରଜୌରୀ ସେକ୍ଟରରେ ଉତ୍ସବ ପାଳନ କରିବେ ।

ରଜୌରୀ ଗସ୍ତ ପୂର୍ବରୁ ମୋଦୀ ଟ୍ୱିଟ୍ କରିଛନ୍ତି । ଟ୍ୱିଟରେ ସେ କହିଛନ୍ତି ଯେ, ଦୀପାବଳି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା । ଏହି ଦିନ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ଦେଉ ବୋଲି ସେ କହିଛନ୍ତି ।

wp:html /wp:html

କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ପୁଞ୍ଚ୍ ମଧ୍ୟ ଗସ୍ତ କରିପାରନ୍ତି । କାରଣ ଏଠାରେ ଅନେକ ଯବାନ ସହିଦ ହୋଇଛନ୍ତି । ସେହିପରି ଲଦାଖ ଗସ୍ତ କରିବା ନେଇ ମଧ୍ୟ ସମ୍ଭାବନା ରହିଛି । ଏଠାରେ ଗତ ୧୮ ମାସ ହେଲା ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ତେଣୁ ମୋଦୀ ଏଠାକୁ ଗସ୍ତ କଲେ କଣ ସନ୍ଦେଶ ଦେବେ ତାହା ଉପରେ ନଜର ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.