ନୂଆଦିଲ୍ଲୀ,୧୦/୦୭: ମନ୍ତ୍ରୀମଣ୍ଡଳରେ ନୂଆ ଟିମ୍ ଗଠନ କରିଛନ୍ତି ନରେନ୍ଦ୍ର ମୋଦୀ । କିଛି ଜଣ ବାଦ୍ ପଡିଛନ୍ତି । ଆଉ କିଛି ନୂଆ ଚେହେରା ସାମିସ ହୋଇଛି । ଅନେକ ମନ୍ତ୍ରୀଙ୍କ ବିଭାଗରେ ପରିବର୍ତ୍ତନ ମଧ୍ୟ ହୋଇଛି । ତେବେ ୪୨ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏନେଇ ଆସୋସିଏସନ୍ ଫର୍ ଡ୍ରମୋକ୍ରାଟିକ୍ ରିଫର୍ମସ୍ ବା ଏଡିଆର ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି ।
ଏଡିଆର ରିପୋର୍ଟ ଅନୁସାରେ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଥିବା ୭୮ ଜଣଙ୍କ ମଧ୍ୟରୁ ୪୨ ପ୍ରତିଶତ ବା ୩୩ଜଣ ନିଜ ନାଁରେ ଥିବା ଅପରାଧିକ ମାମଲା ବାବଦରେ ଦର୍ଶାଇଛନ୍ତି । ଏହାମଧ୍ୟରୁ ୪ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଛି । ସେହିପରି ୩୧ ପ୍ରତିଶତ ବା ୨୪ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଆଦି ଗୁରୁତର ଅଭିଯୋଗ ରହିଛି ।
ଗୃହ ରାଜ୍ୟମନ୍ତ୍ରୀ ହୋଇଥିବା ନିଶିଥ ପ୍ରମାଣିକ ନିଜ ନାଁରେ ଥିବା ହତ୍ୟା ଉଦ୍ୟମ ମାମଲା ବାବଦରେ କହିଛନ୍ତି । ସେହପରି ଜନ ହାରଲା, ପଙ୍କଜ ଚୌଧରୀ ଓ ବି ମୁରଲିଧରନଙ୍କ ବିରୋଧରେ ମଧ୍ୟ ହତ୍ୟା ଉଦ୍ୟମ ମାମଲା ରହିଛି ।
ଏଥତ୍ ବ୍ୟତୀତ ମନ୍ତ୍ରୀମାନଙ୍କ ମଧ୍ୟରୁ ୭୦ ଜଣ ବା ୯୦ ପ୍ରତିଶତ ହେଉଛନ୍ତି କୋଟିପତି । ସମସ୍ତ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୧୬.୨୪ କୋଟି । ୪ ମନ୍ତ୍ରୀ ୫୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ବାବଦରେ ତଥ୍ୟ ଦେଇଛନ୍ତି । ଏହି ସବୁ ମନ୍ତ୍ରୀ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପିୟୁଷ ଗାଏଲ, ନାରାୟଣ ତାତୁରାଣେ ଓ ରାଜୀବ ଚନ୍ଦ୍ରଶେଖର ।
ସେହିପରି ୮ଜଣ ମନ୍ତ୍ରୀଙ୍କର ସମ୍ପତ୍ତି ୧ କୋଟି ଟଙ୍କାରୁ ମଧ୍ୟ କମ୍ । ପ୍ରମିକା ଭୌମିକ, ଜନ ବାରଲା, କୈଳାସ ଚୌଧରୀ, ବିଶ୍ୱେଶ୍ୱର ଟୁଡୁ, ବି ମୁରଲିଧରନ, ରାମେଶ୍ୱର ତେଲୀ, ସାନ୍ତନୁ ଠାକୁର ଏବଂ ନିଶିଥ ପ୍ରମାଣିକ ଏହି ତାଲିକାରେ ଅଛନ୍ତି । ଏହାମଦ୍ୟରୁ ପ୍ରତିମା ଭୌମିକଙ୍କ ପାଖରେ ସବୁଠାରୁ କମ ୬ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।