ମୋଦି-ନବୀନଙ୍କ ଆଲୋଚନା: ସ୍ୱାସ୍ଥ୍ୟକର୍ମୀ ଏବଂ ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ପ୍ରଥମେ ମିଳିବ ଟିକା
24/11/2020 at 9:51 PM

ଭୁବନେଶ୍ୱର୨୪/୧୧: ସାରା ଦେଶରେ କରୋନା ବିପକ୍ଷରେ ଟିକା କରଣ କାର୍ଯ୍ୟ ଆରମ୍ଭ କରାଯିବ। ଏ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି। ଟିକାର କରଣ ପାଇଁ କୋଲ୍ଡ ଷ୍ଟୋରେଜ୍ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ରାଜ୍ୟମାନେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କରୋନା ଟିକା ମିଳିଲେ ଏହାର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ।
ଏହା ସବୁଠାରୁ ସୁରକ୍ଷିତ ବୋଲି ପ୍ରମାଣିତ ହେଲେ ଲୋକମାନଙ୍କ ପାଇଁ ଉପଲବ୍ଧ ହେବ । ଓଡିଶା କରୋନା ଟିକା ବିତରଣ ପାଇଁ ପ୍ରସ୍ତୁତ ହୋଇ ରହିଥିବା କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଭାରତ ସରକାର କରୋନା ଟିକା ବିକାଶ ଉପରେ ନଜର ରଖିଛନ୍ତି । ଦେଶରେ ବିକାଶ କରାଯାଉଥିବା ଟିକା ସହ ଅନ୍ୟ ଅନ୍ତର୍ଜାତୀୟ ସଂସ୍ଥା ଏବଂ ରେଗୁଲାଟାରି ସଂସ୍ଥା ସହ ସମ୍ପର୍କରେ ଅଛନ୍ତି ବୋଲି ସେ କହିଛନ୍ତି । ଲୋକ ସୁରକ୍ଷା ସରକାରଙ୍କ ପାଇଁ ପ୍ରାଥମିକତା ବୋଲି ସେ କହିଛନ୍ତି । ଦେଶର ନାଗରିକଙ୍କୁ ଦିଆଯିବାକୁ ଥିବା କରୋନା ଟିକା ସୁରକ୍ଷିତ ଏବଂ ସମସ୍ତ ବୈଜ୍ଞାନିକ ନିୟମ ଅନୁସାରା ସୁରକ୍ଷିତ ହୋଇଥିବ ବୋଲି ସେ ପ୍ରକାଶ କରିଛନ୍ତି ।
ରାଜ୍ୟମାନଙ୍କ ସହ ଆଲୋଚନା କରାଯାଇ କାହାକୁ ପ୍ରଥମେ ଟିକା ପ୍ରଦାନ ଦିଆଯିବ ସେହି ପ୍ରାଥମିକତା ବିଷୟରେ ନିଷ୍ପତ୍ତି ଗ୍ରହଣକରାଯିବ ବୋଲି କହିଛନ୍ତି । ରାଜ୍ୟମାନେ ଟିକା ରଖିବା ପାଇଁ କୋଲ୍ଡ ଷ୍ଟୋରେଜ୍ ଉପରେ ଧ୍ୟାନ ଦେବା ପାଇଁ ସେ କହିଛନ୍ତି । ଏଥିପ୍ରତି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ।