ଓଡିଶାରେ କାହିଁକି କାମ କଲାନି ମୋଦୀ ଲହର, କାହିଁକି ଫେଲ୍ ମାରିଲା ମିଶନ ୧୨୦ ଜାଣନ୍ତୁ

Published By : Prameya-News7 Bureau | May 24, 2019 IST

ଭୁବନେଶ୍ବର୨୪|୫: ପୁଣି ଥରେ ଦେଶ ଦେଖିଲା ମୋଦି ମ୍ୟାଜିକ୍ । ହେଲେ ନବୀନ ଗଡ଼ରେ କିନ୍ତୁ ଏହା କାମ କଲା ନାହିଁ । ଲୋକସଭାରେ ବିଜେପି ୮ ଆସନ ହାତେଇଥିଲେ ବିଧାନସଭା ନିର୍ବାଚନରେ କିନ୍ତୁ ଦଳ ନିରାଶ ହୋଇଛି ।କାହିଁକି ବିଜେପି ଆଶାନୁରୂପ ପ୍ରଦର୍ଶନ କରିପାରିଲା ନାହିଁ, ତାକୁ ନେଇ ସବୁଠି ଚର୍ଚ୍ଚା ।…

{"id":115599}

୧୪ ପରି ୧୯ରେ ବି ଓଡ଼ିଶାରେ ପଶିପାରିନି ମୋଦି ଲହର । ନବୀନ ଯାଦୁ ଆଗରେ ଫିକା ପଡ଼ିଛି ମୋଦି ମ୍ୟାଜିକ୍ । ପୂର୍ବାପେକ୍ଷା ଦଳର ଭୋଟ୍ ହାର ବଢିଛି । ଲୋକସଭା ସିଟ୍ ସଂଖ୍ୟା ୧ରୁ ବଢ଼ି ୮ରେ ପହଞ୍ଚିଛି । ହେଲେ ବିଧାନସଭାରେ ୱାନ୍ ଟ୍ବେଣ୍ଟିର ସ୍ବପ୍ନ ଦେଖିଥିବା ବିଜେପି ମାତ୍ର ୨୩ରେ ଅଟକି ଯାଇଛି । ଗଲା ୫ ବର୍ଷ ଧରି ରାଜ୍ୟରେ ବିଜେପିର ଆକ୍ଟିଭିଟିକୁ ଦେଖିଲେ ବିଜେଡିକୁ କଡ଼ା ଫାଇଟ୍ ଦେଇଛି ଦଳ ।

{"id":115600}

ପଞ୍ଚାୟତ ନିର୍ବାଚନର ସଫଳତା ପରେ ଦଳ ବେଶ୍ ଉତ୍ସାହିତ ଥିଲା । ରାଜ୍ୟକୁ ଘନ ଘନ ଗସ୍ତ କରି ସଭା, ସମାବେଶ କରିଥିଲେ ମୋଦି-ଶାହା ଯୋଡ଼ି । ଏହା ସତ୍ବେ ବିଧାନସଭାରେ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇନି ।ତେବେ ଲୋକସଭା ନିର୍ବାଚନରେ ଦଳର ବଢିଥିବା ସିଟ୍ ଲାଗି ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

{"id":115601}

ରାଜନୈତିକ ସମୀକ୍ଷକଙ୍କ ମତରେ, ଦଳର ମୋ ବୁଥ୍ ସବୁଠୁ ମଜବୁତ୍ କାର୍ଯ୍ୟକ୍ରମ ଠିକ୍ ଭାବେ ସଂପାଦିତ ହେଲା ନାହିଁ ।ସେପଟେ ମିଶନ ଶକ୍ତିରେ ବିଜେଡି ନିଜ ଲାଗି ମହିଳା ଭୋଟ୍ ଗୋଟାଇବାରେ ସଫଳ ହୋଇଥିବା ବେଳେ ଉଜ୍ଜଳା ଯୋଜନା କିନ୍ତୁ ପ୍ରଭାବ ପକାଇ ପାରିଲା ନାହିଁ । ତୃଣମୂଳ ସ୍ତରରେ ଦଳର ସାଂଗଠନିକ ଦୁର୍ବଳତା, ପ୍ରାର୍ଥୀ ଚୟନରେ ତ୍ରୁଟି ଦଳକୁ ପଛରେ ରଖିଲା ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

{"id":115602}

ଲୋକସଭାର ଯେଉଁ ଆସନରେ ଭୋଟର ବିଜେପିକୁ ସମର୍ଥନ କଲେ ତାହା ଅଧୀନ ବିଧାନସଭାରେ ସେହି ଅନୁପାତରେ ଭୋଟ୍ ମିଳିଲା ନାହିଁ । ତେବେ ପଞ୍ଚାୟତ ନିର୍ବାଚନରେ ଛିଡ଼ୁଥିବା କଂଗ୍ରେସର ଭୋଟକୁ ବିଜେପି ହାତେଇଥିବା ବେଳେ ଏଥର କିନ୍ତୁ ସେହି ଭୋଟ୍ ବିଜେଡି ଖାତାକୁ ଚାଲି ଯାଇଥିବା କୁହାଯାଉଛି । ଯାହା ବିଜେଡି ଓ ବିଜେପି ବ୍ୟବଧାନର ସବୁଠୁ ବଡ଼ ଫ୍ୟାକ୍ଟର୍ ନିଶ୍ଚୟ ।…

{"id":115603}

ବିଜେପିର ବିଫଳତା ପଛର ସବୁଠୁ ବଡ କାରଣ ନବୀନଙ୍କ ପର୍ସନାଲିଟି ନିଶ୍ଚୟ । ନବୀନଙ୍କ ବିକଳ୍ପ ଭାବେ ରାଜ୍ୟବାସୀଙ୍କୁ କେହି ବିଶ୍ବାସ ସୃଷ୍ଟି କରାଇପାରୁ ନାହାନ୍ତି । ଖାସ୍ ସେଥିଲାଗି, ବିଜେଡି ବିରୋଧରେ ଆଣ୍ଟି ଇନକମ୍ବେନ୍‌ସି କାଟୁ କରୁନାହିଁ । ପଞ୍ଚମ ବିଜୟ ସହ ଲଗାତାର ତୃତୀୟ ଥର ଲାଗି ବିଧାନସଭାରେ ୧୦୦ରୁ ଅଧିକ ଆସନର ରେକର୍ଡ ବି କରିଛି ବିଜେଡି ।…

{"id":115604}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.