Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ବଲିଉଡ ଷ୍ଟାରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

20/10/2019 at 11:08 PM

ନୂଆଦିଲ୍ଲୀ – ବଲିଉଡ ଷ୍ଟାରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ନେଇ ମୋଦିଙ୍କୁ ତାଙ୍କ ବାସଭବନରେ ଫିଲ୍ମ ଓ ସିନେମା ଜଗତର ଅନେକ କଳାକାର ଭେଟିଛନ୍ତି ।  ଅଭିନେତା ଆମିର ଖାନ, ଶାହରୁଖ ଖାନ ସମେତ ବଲିଉଡ଼ର ଅନେକ ବଡ଼ ତାରକା କାର୍ଯ୍ୟକ୍ରମରେ ଯୋଗ ଦେଇ ଗାନ୍ଧୀଜୀଙ୍କ ଜଡ଼ିତ କାର୍ଯ୍ୟକ୍ରମ ନେଇ ନିଜର ପ୍ରସ୍ତାବ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗାନ୍ଧୀଜୀଙ୍କ ବିଚାର ସର୍ବୋପରି। ତାଙ୍କର ବିଚାର ବ୍ୟାପକ।  ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଫିଲ୍ମ ଜଗତର ତାରକାଙ୍କୁ ଦାଣ୍ଡିରେ ନିର୍ମିତ ଗାନ୍ଧୀ ମ୍ୟୁଜିୟମ ପରିଦର୍ଶନ କରିବାକୁ ଅପିଲ କରିଛନ୍ତି। କେବଳ ଏତିକି ନୁହଁ ଆପଣମାନଙ୍କୁ ଷ୍ଟେଚ୍ୟୁ ଅଫ ୟୁନିଟି ଯିବା ଉଚିତ୍, ଯେଉଁଠିକୁ ଦେଶ ଓ ଦୁନିଆର ଲୋକ ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କଳା ଓ ସିନେ ଜଗତର ଲୋକଙ୍କୁ କହିଛନ୍ତି ଯେ ରଚମାତ୍ମକ କ୍ଷମତାରେ ଦେଶ ଆଗକୁ ବଢୁ। ମହାତ୍ମା ଗାନ୍ଧୀଙ୍କ ବିଚାରକୁ ପ୍ରଚାରିତ କରିବା ପାଇଁ ଫିଲ୍ମ ଓ ଟେଲିଭିଜନ ଜଗତ ସଭିଏ କାମ କରୁଥିବା ମୋଦି କହିଛନ୍ତି। ଅଭିନେତା ଆମିର କହିଛନ୍ତି ବାପୁଙ୍କ ବିଚାରକୁ ପ୍ରଚାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସକୁ ମୁଁ ପ୍ରଶଂସା କରୁଛି। କ୍ରିଏଟିଭ ଲୋକ ଭାବେ ଆମେ ବହୁତ କିଛି କରି ପାରିବା। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭରସା ଦେଉଛି ଯେ ଆମେ ଏହି ଦିଗରେ କିଛି କରିବାକୁ ପ୍ରୟାସ କରିବୁ। ଆମିର ଖାନ ଓ ଶାହରୁଖ ଖାନଙ୍କ ଏକ ଭିଡ଼ିଓ ମଧ୍ୟ ପିଏମଓ ନିଜର ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରିଛି, ଯେଉଁଥିରେ ଦୁଇ ଅଭିନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

   Related Posts