ଏକା ସାଂଗରେ ସମଗ୍ର ଦେଶରେ ନିର୍ବାଚନ ପ୍ରସଙ୍ଗରେ ମୋଦିଙ୍କ ସର୍ବଦଳୀୟ ବୈଠକରେ ନବୀନ ଉଠାଇଲେ ଏହି ସବୁ ଗୁରୁତ୍ବପୂର୍ଣ୍ଣ କଥା, ଯୋଗଦେଲେନି ବହୁ ଦଳର ନେତା

Published By : Prameya-News7 Bureau | June 19, 2019 IST

ନୂଆଦିଲ୍ଲୀ୧୯|୬: ଓାନ ନେସନ ଓାନ ଇଲେକସନ ଉପରେ ମାନସ ମନ୍ଥନ । ମୋଦିଙ୍କ ଅଧ୍ୟକ୍ଷତାରେ ଏହି ଆଇଡିଆ ଉପରେ ଦେଶର ବହୁ ରାଜନୈତିକ ଦଳର ମୁଖିଆ ବସି ତର୍ଜମା କରିଛନ୍ତି । ହେଲେ କଂଗ୍ରେସ ସମେତ ବହୁ ଆଞ୍ଚଳିକ ଦଳର ସଭାପତି ଏହାକୁ ବର୍ଜନ କରିଛନ୍ତି । ଯଦିବା ଏହା ନୂଆ କଥା ନୁହେଁ, କିନ୍ତୁ ଦେଶର ନିର୍ବାଚନ ଖର୍ଚ ଓ ସମୟର ଅଯଥା ଅପଚୟ ଏଭଳି ଏକ ଗୁରୁତ୍ବପୂର୍ଣ ପ୍ରସଙ୍ଗ ଉପରେ ଚିନ୍ତା କରିବାକୁ ବାଧ୍ୟ କରିଛି

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । ମୋଦିଙ୍କ ଏହି ଡ୍ରିମ ପ୍ରୋଜେକ୍ଟ ଉପରେ ଆଜି ଦିଲ୍ଳୀରେ ହୋଇଛି ମାନସ ମନ୍ଥନ । ଭାରତବର୍ଷ ଭଳି ଏକ ବିଶାଳ ଦେଶରେ ପ୍ରତିବର୍ଷ ନିର୍ବାଚନ ଯେଭଳି ଦେଶର ଆର୍ଥିକ ସ୍ଥିତି ଉପରେ ବେ।ଝ ହେବାକୁ ବସିଲାଣି ସେଥିରୁ ମୁକୁଳିବାକୁ ଏକାଥରକେ ସବୁ ରାଜ୍ୟ ସହ ସାଧାରଣ ନିର୍ବାଚନ କରିବା ମୁଡରେ ଅଛନ୍ତି ମୋଦି ସରକାର। ସେଥିପାଇଁ ଦେଶର ସମସ୍ତ ରାଜନୈତିକ ଦଳ ର ସଭାପତି ମାନଙ୍କୁ ଡାକି ଏଭଳି ଏକ ଗୁରୁତ୍ବ ପୁର୍ଣ୍ଣ ପ୍ରସଙ୍ଗ ରେ ସହମତ ହେବାକୁ ପ୍ରୟାସ କରାଯାଇଛି । ପ୍ରସ୍ତାବକୁ ବହୁ ପୂର୍ବରୁ ସମର୍ଥନ କରିଆସିଛି ବିଜେଡି। ତେଣୁ ଆଜିର ବୈଠକରେ ଯୋଦ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ ଟି ବିଷୟରେ ଉପରେ ଗୁରୁତ୍ବ ଦେଇଛନ୍ତି। ଅହିଂସା ଶବ୍ଦକୁ ସମ୍ବିଧାନରେ ସ୍ଥାନ ଦେବା, ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ  ସଂରକ୍ଷଣ ଦେବା ସହିତ ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ରାଜ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପ୍ରସଙ୍ଗ ନବୀନ ଉଠାଇଛନ୍ତି।

କଂଗ୍ରେସ ସମେତ ଅନେକ ଆଂଚଳିକ ଦଳ ର ସଭାପତି ଏଥିରେ ଯେ।ଗ ଦେଇ ନାହାନ୍ତି । ବିଜେଡି ,ଆପନା ଦଳ ,ଶିରେ।ମଣି ଅକାଳୀ ଦଳ ,ପିଡିପି,ନ୍ୟାସନାଲ କନଫରରେନସ,ୱାଇଏସଆର କଗ୍ରେଂସ , ଭଳି ପ୍ରମୁଖ ଦଳର ସଭାପତି ମାନେ ଏହି ବେୈଠକରେ ଯେ।ଗ ଦେଇଛନ୍ତି । ଶିବସେନା ମେ।ଦୀଙ୍କ ଏହି ଆଇଡିଆକୁ  ବିରୋଧ କରୁନଥିଲେ ହେଁ ଦଳର ସଭାପତି ଉଦ୍ଧବ ଠାକରେ ଏଥିରେ ଯେ।ଗ ଦେଇ ନାହାନ୍ତି।  କଗ୍ରେଂସ ଏକକ ନିର୍ବାଚନକୁ ବିରୋଧ କରୁଛି। ସେହିପରି ତୃଣମୂଳ କଗ୍ରେଂସ ନେତ୍ରୀ ମମତା ବାନାର୍ଜୀ ଏହି ପ୍ରସଙ୍ଗରେ ଶ୍ବେତପତ୍ର ଜାରି କରିବାକୁ ଦାବି କରିଛନ୍ତି। ସେ ମଧ୍ୟ ବୈଠକକୁ ବର୍ଜନ କରିଛନ୍ତି। ବିଏସପି ନେତ୍ରୀ ମାୟବତୀ ଶେଷ ମୂହୂର୍ତ୍ତ ରେ ଏଥିରେ ଯେ।ଗ ଦେବେ ନାହିଁ କହି ଓହରି ଯାଇଥିଲେ । ସେହିଭଳି ଡିଏମକେ, ଟିଡିପି, ଆପ୍ ,ଏସ.ପି  ଭଳି ଦଳର ସଭାପତି ମାନେ ମେ।ଦୀଙ୍କ ଆଜି ଏହି ବେୈଠକକୁ ଯାଇନାହାନ୍ତି ।

୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏହି ପ୍ରକ୍ରିୟାରେ ନିର୍ବାଚନ ହେଉଥିଲା । ଯେଉଁଥିରେ ରାଜ୍ୟ ସହ ଦେଶର ସାଧାରଣ ନିର୍ବାଚନ ଏକାବେଳେ ସରୁଥିଲା । କିନ୍ତୁ ତାପରେ ବ୍ୟବସ୍ଥାରେ ପରିବର୍ତନ ହୋଇ ଏବେ ସାରା ଦେଶରେ ପ୍ରତିବର୍ଷ କେଉଁଠି ନାଁ କେଉଁଠି ନିର୍ବାଚନ ହେଉଛି । ଯାହା ମୁଣ୍ଡବିନ୍ଧାର କାରଣ ହୋଇଛି । ଗେ।ଟିଏ ଦେଶ ଗେ।ଟିଏ ନିର୍ବାଚନ ଲାଗୁ କରିବାକୁ ହେଲେ ସମ୍ବିଧାନ ରେ ସଂଶୋଧନ ଆବଶ୍ୟକ । ଏଥିପାଇଁ ଉଭୟ ଲେକସଭା ଓ ରାଜ୍ୟ ସଭାରେ ଦୁଇ ତୃତୀୟାଶଂ ସଂଖ୍ୟା ଜରୁରୀ । ସେଥିପାଇଁ ସବୁଦଳଙ୍କ ସହ ଆଲେ।ଚନା କରି ମେ।ଦି ଏହି ଗୁରୁତ୍ବ ପୁର୍ଣ୍ଣ ବିଷୟ ଉପରେ ଆଲେ।ଚନା କରିବାକୁ  ଚାହଁଥିଲେ । କିନ୍ତୁ ବିରେ।ଧୀ ମେ।ଦୀଙ୍କର ଏହି ଯେ।ଜନା କୁ ଭଣ୍ଡୁର କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ମନେ ହୁଏ ।

{"id":124877,"width":595,"height":399}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.