ପୁରୀରୁ ନରେନ୍ଦ୍ର ମୋଦି ପ୍ରାର୍ଥୀ ହେବା ନେଇ ଅରୁଣ ସିଂ କହିଲେ ଏମିତି କିଛି କଥା .....ବିଜେଡି କଲା କାଉଣ୍ଟର

Published By : Prameya-News7 Bureau | October 06, 2018 IST

୨୦୧୯ ନିର୍ବାଚନରେ ପୁରୀରୁ ନରେନ୍ଦ୍ର ମୋଦି ପ୍ରାର୍ଥୀ ହୋଇପାରନ୍ତି | ଏମିତି ଏକ ଚର୍ଚ୍ଚା ପୁଣି ଜୋର ଧରିଥିବା ବେଳେ ଆଜି ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ ସେଥିରେ ଘିଅ ଢାଳିଛନ୍ତି | ଓଡିଶାର ଲୋକ ନରେନ୍ଦ୍ର ମୋଦିଙ୍କୁ ବହୁତ ଭଲ ପାଆନ୍ତି ଏକଥା ପ୍ରମାଣିତ ହେବାରେ ଲାଗିଛି | ନିକଟରେ ଏକ ଜାତୀୟ ଚାନେଲ ପକ୍ଷରୁ ହୋଇଥିବା ସର୍ଭେ ଏହି ଇଙ୍ଗିତ ଦେଇସାରିଛି | ତେବେ ପୁରୀରୁ ନରେନ୍ଦ୍ର ମୋଦି ପ୍ରାର୍ଥୀ ହେବା ନେଇ ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ | ତାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏ ନେଇ ନିଷ୍ପତ୍ତି ନେବେ ବୋଲି ଆଜି ଅରୁଣ ସିଂ କହିଛନ୍ତି | ଜାତୀୟ ଚାନେଲର ସର୍ଭେରେ ଉତ୍ସାହିତ ଅରୁଣ ସିଂ କହିଛନ୍ତି ଯେ, ୨୦୧୯ରେ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବ | ମିଶନ ୧୨୦ ନିଶ୍ଚୟ ସଫଳ ହେବ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି | ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇସାରିଛି | ଏକଥା ଲୋକ ହୃଦୟଙ୍ଗମ କରିସାରିଲେଣି | ତେଣୁ ୨୦୧୯ରେ ନବୀନଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିବେ ବୋଲି ସେ କହିଛନ୍ତି | ଲୋକଙ୍କୁ ରୋଜଗାର ଦେବାରେ ଏ ସରକାର ବିଫଳ ହୋଇଛି | ପ୍ରତ୍ୟେକ ଦିନ ଶିକ୍ଷକ ମାନେ ଆନ୍ଦୋଳନ କରୁଛନ୍ତି | ରୋଗୀଙ୍କ ପାଇଁ ହସ୍ପିଟାଲରେ ଡାକ୍ତର ନାହାନ୍ତି କି ଔଷଧ ନାହିଁ ବୋଲି ଅରୁଣ ସିନ୍ମଗହ ରାଜ୍ୟ ସରକାରଙ୍କ କଡା ସମାଲୋଚନା କରିଛନ୍ତି | ଅପରପକ୍ଷରେ ଅରୁଣ ସିଂଙ୍କ ଏହି ବକ୍ତବ୍ୟର ଜବାବ ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଅମର ଶତପଥୀ | ନରେନ୍ଦ୍ର ମୋଦି ପୁରୀରୁ ପ୍ରାର୍ଥୀ ହେବା ସମ୍ଭାବନା ପ୍ରସଙ୍ଗରେ ଅମର କହିଛନ୍ତି ଯେ, ଏହା ଦ୍ୱାରା କୌଣସି ପ୍ରଭାବ ପଡିବ ନାହିଁ | ସେ ପ୍ରାର୍ଥୀ ହେବେ କି ନାହିଁ ପ୍ରଥମେ ତାଙ୍କ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଉ ତାପରେ ଦେଖାଯିବ | ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେପି ସଫଳ ହେବା ନେଇ ମଧ୍ୟ ସେ ଆଶଙ୍କା ପ୍ରକାଶ କରିଛନ୍ତି | କହିଛନ୍ତି ଯେ, ଉତ୍ତର ପ୍ରଦେଶର ଗୋରଖପୁର ଉପ ନିର୍ବାଚନକୁ ସମୀକ୍ଷା କଲେ ବିଜେପି କେତେ ସଫଳ ହେବ ତାହା ଜଣାପଡୁଛି | ଗୋରଖପୁରରେ ବିଜେପିର ପରାଜୟ କାହିଁକି ହେଲା ସେନେଇ ବିଜେପି ପ୍ରଥମେ ଜବ ରଖୁ ବୋଲି ଅମର କହିଛନ୍ତି | ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ହୋଇଥିବା ବିଭିନ୍ନ ଉପ ନିର୍ବାଚନରେ ବିଜେପି ଫେଲ ମାରିଚି | ଏପରିକି ନିକଟ ଅତୀତରେ ରାଜ୍ୟରେ ହୋଇଥିବା ବିଜେପୁର ଉପ ନିର୍ବାଚନରେ ବିଜେପି ଦୟନୀୟ ଭାବେ ହାରିଥିବା କଥା ଅମର ଉଠାଇଛନ୍ତି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.