ମୋଦି ସରକାରଙ୍କ ଶାସନ କାଳରେ ବଦଳିବାକୁ ଯାଉଛି ୧୫୨ ବର୍ଷର ପୁରୁଣା ପରମ୍ପରା : ସାଧାରଣ ଜନତାଙ୍କ ଉପରେ ପଡିବ ପ୍ରଭାବ

Published By : Prameya-News7 Bureau | January 25, 2019 IST

ଦିଲ୍ଲୀ ୨୫/୧ : ମୋଦି ସରକାର ଆର୍ଥିକ ବର୍ଷକୁ ନୂଆ ରୂପ ଘୋଷଣା କରିବାକୁ ଯାଉଛନ୍ତି | ଏହି ଘୋଷଣା ପରେ ଆର୍ଥିକ ବର୍ଷର ଆରମ୍ଭ ଏବଂ ଶେଷ ତାରିଖ ବଦଳିଯିବ | ୨୦୨୦ ମସିହାରେ ଦେଶର ଆର୍ଥିକ ବର୍ଷର ଆରମ୍ଭ ଏପ୍ରିଲ ବଦଳରେ ଜାନୁଆରୀରେ ହେବ | ଯାହାଫଳରେ ୧୫୨ ବର୍ଷରୁ ଚାଲି ଆସୁଥିବା ଏପ୍ରିଲ-ମାର୍ଚ୍ଚ ଆର୍ଥିକ ବର୍ଷର ଶୁଭାରମ୍ଭ ପରମ୍ପରା ବଦଳିଯିବ | ଏହି ଘୋଷଣା ପରେ କେନ୍ଦ୍ର ସରକାରଙ୍କ ବଜେଟ ତାରିଖ ବଦଳିଯିବ | କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷକୁ କ୍ୟାଲେଣ୍ଡର ବର୍ଷ ହିସାବରେ ବଦଳାଇ ପାରନ୍ତି ବୋଲି ଶୁଣିବାକୁ ମିଳିଛି |

ସୂଚନାଯୋଗ୍ୟ ଯେ, ସରକାର ଆର୍ଥିକ ବର୍ଷର ଆରମ୍ଭ ଜାନୁଆରୀ ୧ ତାରିଖରୁ କରିବେ | ଜାନୁଆରୀ ୧ ତାରିଖରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ନୂଆ ଆର୍ଥିକ ବର୍ଷ ହେବ | ଏନେଇ ସରକାର ବହୁତ ଶୀଘ୍ର ଘୋଷଣା କରିପାରନ୍ତି | ଏହାଛଡା ବଜେଟ ତାରିଖ ମଧ୍ୟ ବଦଳି ଯାଇପାରେ | ଏପ୍ରିଲ ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ଭିତରେ ଦେଶରେ ଆର୍ଥିକ ବର୍ଷ ହୋଇଥାଏ | ସରକାରଙ୍କ ଠାରୁ ଆରମ୍ଭ କରି ଅନ୍ୟ ଅର୍ଥନୈତିକ ସଂସ୍ଥା ଏବଂ ଅରବିଆଇ ମଧ୍ୟ ଏହି ଆର୍ଥିକ କ୍ୟାଲେଣ୍ଡର ପ୍ରୟୋଗ କରିବେ | ଏହି ଆର୍ଥିକ ବର୍ଷକୁ ନଜରରେ ରଖି ବଜେଟ ମଧ୍ୟ ଫେବୃଆରୀ ମାସରେ ଉପସ୍ଥାପନା କରାଯାଇଥାଏ |

{"id":77914}

୨୦୧୬ ମସିହାରେ, ଆର୍ଥିକ ବର୍ଷ ଜାନୁଆରୀ ମାସରୁ ଆରମ୍ଭ କରିବା ପାଇଁ  କଥା ଉଠିଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପରିବର୍ତ୍ତନ ପାଇଁ ଯୁକ୍ତି  କରିଥିଲେ | ସେ କହିଥିଲେ ଯେ, ଯଦି ଏଭଳି ହୁଏ ତାହେଲେ ଏହା ଏକ ଐତିହାସିକ ପରିବର୍ତ୍ତନ ହେବ | ଫେବୃଆରୀ ମାସରେ ବଜେଟ ଉପସ୍ଥାପନା କରିବା ପରମ୍ପରା ଦେଶରେ ବହୁତ ପୁରୁଣା | ଗତବର୍ଷ ସାଧାରଣ ବଜେଟ ଫେବୃଆରୀ ୧ ତାରିଖରେ ଉପସ୍ଥାପନା କରାଯାଇଥିଲା | ଚଳିତ ବର୍ଷ ମଧ୍ୟ ଅନ୍ତରୀଣ ବଜେଟ ଫେବୃଆରୀ ୧ ତାରିଖରେ ହିଁ ଉପସ୍ଥାପନା କରାଯିବ |

ଏପ୍ରିଲ୧ ତାରିଖରୁ ଆର୍ଥିକ ବର୍ଷ ଆରମ୍ଭ ହେବା ପରମ୍ପରା କେବେଠାରୁ ଆରମ୍ଭ ହୋଇଛି ଆସନ୍ତୁ ଜାଣିବା :

ଭାରତରେ ଆର୍ଥିକ ବର୍ଷ ଏପ୍ରିଲ ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ରହିଥାଏ | ଏହି ବ୍ୟବସ୍ଥା ୧୮୬୭ ମସିହାରୁ ଆରମ୍ଭ ହୋଇଛି | ସେହିଦିନ ଠାରୁ ଭାରତୀୟ ଆର୍ଥିକ ବର୍ଷକୁ ଇଂରେଜ ଆର୍ଥିକ ବର୍ଷ ସହ ତାଳମେଳ କରାଯାଇଥିଲା | ଏହା ପୂର୍ବରୁ ଭାରତରେ ଆର୍ଥିକ ବର୍ଷ ମେ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରହୁଥିଲା |

{"id":77915}

ବିରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ବସିଥିବା ସଂସଦୀୟ କମିଟି ବୈଠକରେ ୧୮୬୭ ମସିହାରୁ ପ୍ରଚଳିତ ଏହି ପ୍ରଥାକୁ ପରିବର୍ତ୍ତନ କରିବା ପାଇଁ ୨୦୧୭ ମସିହାରେ ସୁପାରିଶ କରାଯାଇଥିଲା | ଆର୍ଥିକ ବର୍ଷରେ ପରିବର୍ତନ ହେଲେ ସାଧାରଣ ଜନତାଙ୍କ ସହିତ ସରକାରଙ୍କ କାର୍ଯ୍ୟ ଶୈଳୀରେ ମଧ୍ୟ ପରିବର୍ତନ ହୋଇଥାଏ | ବଜେଟ ଉପସ୍ଥାପନା ତାରିଖ ମଧ୍ୟ ବଦଳିଯାଇଥାଏ | ଆୟକର ରିଟର୍ନ ଫାଇଲ କରିବା ତାରିଖ ମଧ୍ୟ ବଦଳି ଯାଇଥାଏ | ଅର୍ଥ ମନ୍ତ୍ରାଳୟ ଛଡା ସମସ୍ତ ମନ୍ତ୍ରାଳୟକୁ ଡିସେମ୍ବର ୩୧ ତାରିଖ ପୂର୍ବରୁ ଶେଷ କରିବାକୁ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.