ଉପବାସର ନମୋ ମନ୍ତ୍ର, ଆମେରିକାକୁ ଚକିତ କରିଥିଲା ମୋଦିଙ୍କ ନବରାତ୍ର ବ୍ରତ

Published By : Prameya-News7 Bureau | October 17, 2020 IST

ସାରା ଦେଶରେ ଶନିବାର ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିଷ୍ଠା ଓ ଶ୍ରଦ୍ଧାର ସହ ଦେଶବାସୀ ନବରାତ୍ର ଉତ୍ସବ ପାଳନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶାରଦୀୟ ନବରାତ୍ର ପାଳନ କରନ୍ତି। ଏଣୁ ଶାରଦୀୟ ନବରାତ୍ର ସହ ପ୍ରଧାନମନ୍ତ୍ରୀଙ୍କ ନବଦିବସୀୟ ଉପବାସ ବ୍ରତ ମଧ୍ୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନବରାତ୍ର ଉପବାସକୁ ଆତ୍ମା ସୁଦ୍ଧିର ବ୍ୟାୟାମ ବୋଲି କହିଛନ୍ତି। ଏହା ଦ୍ୱାରା ରାତ୍ରିରେ ମାଙ୍କ ସହ କଥା ହେବା ଲାଗି ତାଙ୍କୁ ଶକ୍ତି ମିଳେ ବୋଲି ସେ କୁହନ୍ତି।

{"id":346153,"sizeSlug":"large"}

ନବରାତ୍ର ୯ ଦିନ ଧରି ପ୍ରଧାନମନ୍ତ୍ରୀ କେବଳ ଫଳ ଓ ପାଣି ପିଇ କଟାଇଥାନ୍ତି। ବ୍ୟସ୍ତତମ ଜୀବନଚର୍ଯ୍ୟା ସତ୍ତ୍ୱେ ସକାଳ ଯୋଗ ଓ ପୂଜା ପରେ ଦିନ ତମାମ ଉପବାସ ରହନ୍ତି। ସନ୍ଧ୍ୟାରେ କେବଳ ଗୋଟିଏ ଗ୍ଲାସ ଲେମ୍ବୁ ପାଣି ପିଇଥାନ୍ତି ଓ ରାତ୍ରିରେ ସାମାନ୍ୟ ଫଳ ଆହାର କରନ୍ତି। ମୋଦିଙ୍କ ବ୍ରତ ଉପାସନା ଏକଦା ଆମେରିକାକୁ ମଧ୍ୟ ଚକିତ କରିଥିଲା। ୨୦୧୪ ମସିହାରେ ମୋଦି ପ୍ରଥମ ଥର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଚୈତ୍ର ନବରାତ୍ର ଦ୍ୱିତୀୟ ଦିନ ଆମେରିକା ଗସ୍ତରେ ଯାଇଥିଲେ। ସେଠାରେ ତାଙ୍କ ଲାଗି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ମୋଦିଙ୍କ ସମ୍ମାନରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଭୋଜି ଆୟୋଜନ ମଧ୍ୟ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ଗୋଟିଏ ଗ୍ଲାସ୍ ଉଷୁମ ପାଣି ପିଇଥିଲେ।

{"id":346154,"sizeSlug":"large"}

 ଭାରତୀୟଙ୍କ ଉପବାସ ବ୍ରତ ଆମେରିକୀୟଙ୍କୁ ବି ଚକିତ କରିଥିଲା। ତେବେ ନବରାତ୍ରର ୯ ଦିନ ମୋଦି କିପରି କଟାନ୍ତି ତାହା କାହାକୁ ବି ଆଶ୍ଚର୍ଯ୍ୟ କରିପାରେ। ୯ ଦିନ ଉପବାସରେ ପ୍ରଧାନମନ୍ତ୍ରୀ ଦିନକୁ କେବଳ ଥରଟିଏ ଫଳ ଖାଇଥାନ୍ତି। ଅପରାହ୍ନରେ ଗୋଟିଏ ଗ୍ଲାସ ଲେମ୍ବୁ ପାଣି ପିଅନ୍ତି। ଗୁଜୁରାଟରେ ମୋଦିଙ୍କ ନିକଟତମ ଲୋକେ କୁହନ୍ତି ନବରାତ୍ରିରେ ସାଗୁ ଦାନାରେ ପ୍ରସ୍ତୁତ ଖାଦ୍ୟ ଖାଇବାର ପ୍ରଚଳନ ରହିଛି। ହେଲେ ମୋଦି ତାହାବି ଖାଆନ୍ତିନି।

{"id":346155,"sizeSlug":"large"}

ପ୍ରଧାନମନ୍ତ୍ରୀ ପ୍ରତିଦିନ ପ୍ରଭାତରେ ଯୋଗ କରିବା ସହ ଧ୍ୟାନ କରନ୍ତି। ତେବେ ସେ ସକାଳ ପୂଜା ନସରିବା  ପର୍ଯ୍ୟନ୍ତ ଘରୁ ପଦାକୁ  ବାହାରନ୍ତି ନାହିଁ। ଯେତେବେଳେ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ନିୟମିତ କାର୍ଯ୍ୟକ୍ରମକୁ ଘଣ୍ଟା ପୂର୍ବରୁ ଶେଷ କରି ଘରକୁ ଚାଲିଯାଉଥିଲେ। ତେବେ ପ୍ରଧାନମନ୍ତ୍ରୀ ହେବା ପରେ ତାହା ମଧ୍ୟ ସମ୍ଭବ ହେଉ ନାହିଁ। ସେ ଗତ ୪୦ ବର୍ଷ ହେଲା ସେ ନବରାତ୍ର ବ୍ରତ ରଖି ଆସୁଛନ୍ତି। ମୋଦି ପ୍ରଥମ ଥର ୨୦୧୨ ମସିହାରେ ତାଙ୍କର ନବରାତ୍ର ବ୍ରତ ସମ୍ପର୍କରେ ସୂଚିତ କରିଥିଲେ। ଏ ନେଇ ନିଜ ବ୍ଲଗରରେ ଉଲ୍ଲେଖ କରିଥିଲେ। ପରେ ତାଙ୍କ କବିତା ସଂଗ୍ରହ ‘ସାକ୍ଷୀ ଭାବ’ରେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.