Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ବିହାର ନିର୍ବାଚନ : କାମ ଦେଲା ମୋଦି ମ୍ୟାଜିକ୍ ଏବଂ ଓଓ୍ବେସି ଫ୍ୟାକ୍ଟର , ଅନ୍ୟପଟେ ବିହାରବାସୀଙ୍କ ମନ ଜିଣିଲେ ତେଜସ୍ବୀ

11/11/2020 at 11:43 AM

ବିହାର ୧୧/୧୧ : ବିହାର ବିଧାନସଭା ନିର୍ବାଚନରେ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡା ଟକ୍କରରେ ବାଜି  ମାରି  ନେଇଛି ଏନଡିଏ । ବିଜେପି ଏବଂ ଜେଡିୟୁ ମେଣ୍ଟ ଏନଡିଏକୁ ପୂର୍ଣ୍ଣ ବହୁମତ ମିଳିଛି । ଏହି ନିର୍ବାଚନରେ ବିଜେପି ଜବରଦସ୍ତ ପ୍ରଦର୍ଶନ ଏବଂ ନିର୍ବାଚନୀ ଫଳାଫଳ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । କରୋନା ମହାମାରୀ ସମୟରେ ବିହାର ନିର୍ବାଚନ ଜାତୀୟ ରାଜନୀତି ପାଇଁ ଗୁରୁତ୍ବ ବହନ କରୁଥିଲା । ବହାରରେ ପୁଣି ଥରେ କାମ ଦେଇଛି ମୋଦି ମ୍ୟାଜିକ୍ । ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଅନୁମେୟ ଯେ ସତ୍ତାରେ ଥିବା ଜେଡିୟୁ ବିରୋଧି ହାଓ୍ବାକୁ ମୋଦିଙ୍କ ତୁଫାନି ରାଲି ଏକ ପ୍ରକାର ଫେଲ କରିଦେଇଛି । ଏଥିରେ ଏନଡିଏ ପୂର୍ଣ୍ଣ ବହୁମତ ପାଇବା ସହିତ ବ୍ୟକ୍ତିଗତ ଭାବେ ବିଜେପିର ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଛି ।

କରୋନା ମହାମାରୀ ସମୟରେ ଉତ୍ପନ୍ନ ସ୍ଥିତି, କୃଷି ଆଇନ ଏବଂ ନାଗରିକ ସଂଶୋଧନ ଆଇନ ଭଳି ମୁଦ୍ଦାକୁ ନେଇ ବିଜେପି ବିହାରରେ ଆଶାନୁରୂପ ଫଳାଫଳ ପାଇନପାରେ ବୋଲି ଆାଲୋଚନା ହେଉଥିବା ବେଳେ ମୋଦି ମ୍ୟାଜିକ୍ କିନ୍ତୁ ସବୁ କଳ୍ପନାଜଳ୍ପନାକୁ ଫେଲ କରିଦେଇଛି । ବିହାରରେ ବ୍ୟକ୍ତିଗତ ଭାବେ ବିଜେପିର ସିଟ ବଢିଥିବାରୁ ଏହା ସ୍ପଷ୍ଟ ଯେ କରୋନା ମହାମାରୀ ସମୟରେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ବିହାରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାରେ ଏନଡିଏ ମେଣ୍ଟ ସଫଳ ହୋଇଛି । ଫଳ ସୂରୁପ ପ୍ରବାସୀମାନେ ମଧ୍ୟ ବହୁମାତ୍ରାରେ ବିଜେପିକୁ ସମର୍ଥନ କରିଛନ୍ତି  ବୋଲି କୁହାଯାଉଛି ।  ଯଦି ପ୍ରବାସୀମାନେ ଅସନ୍ତୁଷ୍ଟ ହୋଇଥାନ୍ତେ ତେବେ ନିହାତିଭାବେ ଫଳ ଓଲଟା ହୋଇଥାନ୍ତା । ଏହା ମଧ୍ୟ କୁହାଯାଉଛି ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ମହାମାରୀ ସମୟରେ ଆରମ୍ଭ କରାଯାଇଥିବା ଗରିବ କଲ୍ୟାଣ ଯୋଜନାର ଆଶାନୁରୂପ ଫାଇଦା ମିଳିଛି । ବିହାର ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ବୁଝାପଡୁଛି ଯେ ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ରଣନୀତିକୁ ନେଇ ଜନସାଧାରଣ ସନ୍ତୁଷ୍ଟ ଅଛନ୍ତି ।

ଯଦି ବିରୋଧିଙ୍କ ବିହାର ରଣନୀତି ବିଷୟରେ ଆଲୋଚନା କରାଯାଏ ତେବେ ଭୋଟ ଗଣତି ଆରମ୍ଭରୁ ପଛରେ ପଡିଯାଇଥିବା ମହାମେଣ୍ଟ ପରବର୍ତ୍ତୀ ସମୟରେ ଏନଡିଏକୁ କଡା ଟକ୍କର ଦେଇଥିଲା । ଆରଜେଡି ନେତା ତେଜସ୍ବୀ ଯାଦବ ଆଶ୍ଚର୍ଯ୍ୟଜନକ ଭାବେ ସଫଳତା ପାଇଛନ୍ତି । କିନ୍ତୁ ବିହାରରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି । ଯଦି କଂଗ୍ରେସର ପ୍ରଦର୍ଶନ ଭଲ ହୋଇଥାନ୍ତା ଏବଂ ଆସାଦଉଦ୍ଦିନ ଓଓ୍ବେସିଙ୍କ ଫ୍ୟାକ୍ଟର ବିହାରବାସୀଙ୍କ ସପକ୍ଷରେ ଯାଇଥାନ୍ତା ତେବେ ମହାମେଣ୍ଟ ଏବେ ସରକାର ଗଢିଥାନ୍ତା । ତେଜସ୍ବୀ ଯାଦବଙ୍କ ଆରଜେଡି ୨୦୧୫ରେ ଯେଉଁଭଳି ଭାବେ ପ୍ରଦର୍ଶନ କରିଥିଲା ଏହି ନିର୍ବାଚନରେ ମଧ୍ୟ ପାଖାପାଖି ସମାନ ସଫଳତା ହାସଲ କରିଛି । ସେପଟେ ବାମଦଳମାନଙ୍କୁ ସାମିଲ କରାଇବା ମହାମେଣ୍ଟ ପାଇଁ ଫାଇଦା ହୋଇଥିଲା । ଚଳିତ ନିର୍ବାଚନରେ ବାମଦଳମାନେ ମଧ୍ୟ ଆାଶନୁରୂପ ସଫଳତା ହାସଲ କରିଛନ୍ତି ।

   Related Posts