Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟୁନେସ୍କୋର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍‌ବୋଧନ

23/08/2019 at 2:33 PM

ପ୍ୟାରିସ୍‌ – ପ୍ୟାରିସରେ ଥିବା ୟୁନେସ୍କୋର ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଉଦ୍‌ବୋଧନ ପ୍ରଦାନ କରିଛନ୍ତି । ଏହାର ମୁଖ୍ୟାଂଶ

ଭାରତୀୟ ସମୟ ଅନୁସାରେ ଦିନ ୨ଟା୨୨ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ବୋଧନ ଦେବା ଆରମ୍ଭ  କରିଥିଲେ ।

-ସେ ପ୍ରେଞ୍ଚ ଭାଷାରେ ଉପସ୍ଥିତ ଥିବା ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପରେ ହିନ୍ଦୀରେ  ଇଣ୍ଡୋ-ଫ୍ରେଞ୍ଚ ବନ୍ଧୁତା ଚିରସ୍ଥାୟୀ ବୋଲି କହିଛନ୍ତି ।

-ଭଲବନ୍ଧୁମାନେ ଭଲ ଓ ଖରାପ ସମୟରେ ସାହାଯ୍ୟ କରିଥାଆନ୍ତି ।

-ଫ୍ରାନ୍ସ କିମ୍ବା ଭାରତରେ କିଛି ଭଲ ହେଲେ ଉଭୟ ଦେଶର ଲୋକ ଖୁସୀ ହୁଅନ୍ତି । ଆମେ ଉଭୟ ଉଭୟଙ୍କ ପାଇଁ ଖୁସୀ ଅନୁଭବ କରିଥାଉ । ଭାରତରେ ଅନେକ ଲୋକ ଫ୍ରେଞ୍ଚ ଫୁଟ୍‌ବଲ୍‌ ଟିମ୍‌କୁ ସମର୍ଥନ କରିଥାଆନ୍ତି ।

-ମୁଁ ସମସ୍ତ ମହାନ ପରମାଣୁ ବୈଜ୍ଞାନିକମାନଙ୍କୁ  ସ୍ୟାଲୁଟ୍‌ କରୁଛି  ତାଙ୍କ ମଧ୍ୟରେ ଭାରତର ମହାନ ପରମାଣୁ ବୈଜ୍ଞାନିକ ହୋମି ଜାହାଙ୍ଗିର ଭାବା ଅଛନ୍ତି । । ଏମାନେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

– ଭାରତର ଲୋକମାନେ ସରକାରଙ୍କୁ ଦ୍ୱିତୀୟଥର କ୍ଷମତାକୁ ଆଣିବା ପାଇଁ ଏକ ଐତିହାସିକ ଜନମତ ପ୍ରଦାନ କରିଛନ୍ତି  ।  ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଭାରତ ଏବେ ଆଗକୁ ବଢିବାରେ ଲାଗିଛି । ଆମେ ଏହା କେବଳ ସରକାର ଗଢିବା ପାଇଁ ନୁହେଁ  ଏକ ନୂଆ ଭାରତ ନିର୍ମାଣ କରିବା ପାଇଁ ପାଇଛୁ ।

– ମୁଁ ଏକ ଫୁଟବଲକୁ ଭଲ ପାଉଥିବା ଦେଶକୁ ଆସିଛି । ଆପଣମାନେ ଏକ ଗୋଲର କେତେଦୂର ଆବଶ୍ୟକତା ରହିଛି ସେ ବିଷୟରେ ଜାଣିଛନ୍ତି । ଏହା ହେଉଛି ଉପଲବ୍ଧି । ଗତ ୫ ବର୍ଷ ମଧ୍ୟରେ ଆମେ ଲକ୍ଷ୍ୟ ସ୍ଥିର କରିଛୁ । ଏହାକୁ ପୂର୍ବରୁ ଅସମ୍ଭବ ବୋଲି କୁହାଯାଉଥିଲା ।

-ନୂଆ ଭାରତରେ ଏବେ ରହିଯିବାର କୌଣସି ପ୍ରଶ୍ନ ନାହିଁ ।ଏବେ ଭ୍ରଷ୍ଟାଚାର ଦୁର୍ନୀତି, ପାରିବାରିକ ରାଜନୀତି ଲୋକଙ୍କ ଧନ ଲୁଟିବା , ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସରକାର ଆସିବାର ୭୫ ଦିନ ମଧ୍ୟରେ ଅନେକ ଶକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

-ନୂଆ ଭାରତରେ ଏବେ ରହିଯିବାର କୌଣସି ପ୍ରଶ୍ନ ନାହିଁ ।ଏବେ ଭ୍ରଷ୍ଟାଚାର ଦୁର୍ନୀତି, ପାରିବାରିକ ରାଜନୀତି ଲୋକଙ୍କ ଧନ ଲୁଟିବା , ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସରକାର ଆସିବାର ୭୫ ଦିନ ମଧ୍ୟରେ ଅନେକ ଶକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

-ଭାରତ ଓ ଫ୍ରେଞ୍ଚ ମଧ୍ୟରେ ବନ୍ଧୁତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି ।

-କେବଳ ଭାରତରେ ନୁହଁ ଫ୍ରାନ୍ସରେ ମଧ୍ୟ ଆମେ ସମ୍ରାଜ୍ୟବାଦ. ଫାସିବାଦ ଓ ଉଗ୍ରବାଦର ମୁକାବିଲା କରିଛୁ । ଆମର ବନ୍ଧୁତା ଶକ୍ତ ମୂଲ୍ୟବୋଧ ଉପରେ ନିର୍ମାଣ ହୋଇଛି ।

-ସାଧାରଣତଃ ରାଜନେତାମାନେ ଦେଇଥିବା ପ୍ରତିଶ୍ରୁତିକୁ  ଭୁଲିଯାଇଥାଆନ୍ତି । ହେଲେ ମୁଁ ସେହି ପ୍ରଜାତିର ନୁହେଁ  , ମୁଁ ଲୋକଙ୍କୁ ମୋ ପ୍ରତିଶ୍ରୁତି ବିଷୟରେ ମନେ ପକାଇଥାଏ । ଆମେ ଗତ ୫ ବର୍ଷ ମଧ୍ୟରେ ଯେଉଁ ଲକ୍ଷ୍ୟ ସ୍ଥିର କରିଥିଲୁ ଏକାଠି ହୋଇ ଏହାକୁ ହାସଲ କରିଛୁ ।

-ଭିତ୍ତିଭୂମିର ବିକାଶ ପାଇଁ ଫ୍ରାନସ୍‌ ଓ ଭାରତ ଏକାଠି ହୋଇ କାମ କରୁଛନ୍ତି । ସୌରଶକ୍ତି ଉପଯୋଗ ଓ ବିକାଶଠାରୁ ଆରମ୍ଭ କରି ସାମାଜିକ ବିକାଶ ପର୍ଯ୍ୟନ୍ତ ଆମେ ଏକାଠି ହୋଇ କାମ କରୁଛୁ ।  ଆମ ମଧ୍ୟରେ ଥିବା ମିତ୍ରତା ଏବେ ଆହୁରି ନିବିଡ ହେବା ସହ ଆଗକୁ ବଢୁଛି ।

-ଧାରା ୩୭୦ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ପରୋକ୍ଷରେ ସୂଚନା ଦେଇଥିଲେ  ।  ଭାରତ ଗାନ୍ଧୀ ଓ ବୁଦ୍ଧଙ୍କର ଦେଶ ଏକ ପ୍ରାଚୀନ ପରମ୍ପରା ବହନ କରୁଥିବା ଦେଶ ।ମାତ୍ର ଗତ ୭୦ ବର୍ଷ ଧରି ଏକ ଅସ୍ଥାୟୀ ଜିନିଷରେ ଅଟକି ରହିଥିଲା ।ଏହା ସେହି ଅସ୍ଥାୟୀ ନିଷ୍ପତ୍ତିରୁ ବାହାରିବା ପାଇଁ ଏତେ ବର୍ଷ ଲାଗିଗଲା ।

   Related Posts