Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ବିଜେପି ପ୍ରତିଷ୍ଠା ଦିବସରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି : କହିଲେ, ‘CAAଏବଂ କୃଷି ଆଇନକୁ ନେଇ ଲୋକଙ୍କୁ ଭ୍ରମିତ କରାଯାଇଛି’

6/04/2021 at 12:52 PM

ନୂଆଦିଲ୍ଲୀ ୦୬/୦୪ : ଭାରତୀୟ ଜନତା ପାର୍ଟି ଆଜି ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ମୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ବିଜେପି ଗଠନ ଦିଗରେ ମହାପୁରୁଷମାନଙ୍କ ନିଷ୍ଠା ଏବଂ ଦେଶଭକ୍ତି ଅନନ୍ୟ । ମୋଦି କହିଛନ୍ତି ବିଜେପି କେବଳ ନିର୍ବାଚନ ଜିତିବା ମେସିନ୍‌ ନୁହେଁ, ଆମକୁ ସବୁ ସମ୍ପ୍ରଦାୟର ସମର୍ଥନ ମିଳୁଛି ।  

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘କାର୍ଯ୍ୟକର୍ତ୍ତାଙ୍କ ଦୃଢ ମନୋବଳ, ଦେଶ ଭକ୍ତିକୁ ନେଇ ବିଜେପି ଗତ ୪୧ ବର୍ଷ ହେଲା ଆଗକୁ ବଢିଚାଲିଛି । ଦେଶର ପ୍ରତି ରାଜ୍ୟର କୋଣ ଅନୁକୋଣରେ ବିଜେପି କାମ ଜାରି ରଖିଛି । ଯେଉଁମାନେ ବିଜେପିର ଘୋର ବିରୋଧୀ ସେମାନଙ୍କୁ ମଧ୍ୟ ଦଳ ସମ୍ମାନ କରେ ।’

ବିରୋଧୀଙ୍କୁ ଟାର୍ଗେଟ୍‌ କରି ମୋଦି କହିଛନ୍ତି, ‘ ନାଗରିକତା ସଂଶୋଧନ ବିଲ (CAA) ଏବଂ କୃଷି ଆଇନକୁ ନେଇ ଲୋକମାନଙ୍କୁ ଭ୍ରମିତ କରାଯାଉଛି । ଏହା ପଛରେ ଷଡଯନ୍ତ୍ର ରଚାଯାଇଛି ଏବଂ ରାଜନୖତିକ ଅସ୍ଥିରତା ସୃଷ୍ଟି କରାଯିବାକୁ ଉଦ୍ୟମ କରାଯାଉଛି ।’

ମୋଦି କହିଛନ୍ତି, ‘ବିଜେପି ମହାତ୍ମା ଗାନ୍ଧିଙ୍କ ବିଚାରକୁ ଆଧାର କରି ସମାଜରେ ଥିବା ଶେଷ ବ୍ୟକ୍ତି ନିକଟରେ ଯୋଜନାଗୁଡିକୁ ସଫଳତାର ସହ ପହଞ୍ଚାଇବାକୁ ଚାହୁଁଛି । ଦେଶରେ କ୍ଷୁଦ୍ର ଚାଷୀଙ୍କୁ ସେମାନଙ୍କ ଲାଭ ପହଞ୍ଚାଇବା ଦଳର ଲକ୍ଷ୍ୟ । ଆଗକୁ ମଧ୍ୟ ବିକାଶ କାର୍ଯ୍ୟ ତ୍ବରିତ ଢଙ୍ଗରେ ଜାରି ରହିବ ।’

   Related Posts