ବିହାର ପ୍ରଚାରରେ ମୋଦୀଙ୍କୁ ରାହୁଲଙ୍କ କଟାକ୍ଷ, ‘ମୋଦୀ ଜୀ ବିହାରୀଙ୍କୁ ମିଛ କୁହନ୍ତିନି’… କରୋନାରେ ପ୍ରବାସୀ ଶ୍ରମଜୀବୀ ସଙ୍କଟ ଲାଗି ପ୍ରଧାନମନ୍ତ୍ରୀଙ୍କୁ କଲେ ଦାୟୀ

Published By : Prameya-News7 Bureau | October 23, 2020 IST

ପାଟନା ୨୩।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ନିର୍ବାଚନୀ ପ୍ରଚାର ଜୋର ଧରିଛି। ନେତାଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଚରମରେ ପହଞ୍ଚିଛନ୍ତି। ଏହି କ୍ରମରେ ଆଜି ପ୍ରଥମ ବିହାର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେ ହିସୁଆରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଠୋର ଶବ୍ଦରେ ସମାଲୋଚନା କରିଛନ୍ତି। ସେ ନିଜର ପ୍ରଥମ ନିର୍ବାଚନୀ ଭାଷଣରେ ଭାରତ-ଚୀନ ପ୍ରସଙ୍ଗ, ପ୍ରବାସୀ ପ୍ରସଙ୍ଗ ଉଠାଇଛନ୍ତି।

ସେ ପ୍ରଶ୍ନ କରିଛନ୍ତି ଯେ, ବିହାରୀ ଯବାନ ସହିଦ ହୋଇଛନ୍ତି, ହେଲେ ପ୍ରଧାନମନ୍ତ୍ରୀ କଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସାସାରାମ ଭାଷଣ ଉପରେ ରାହୁଲ କହିଛନ୍ତି ବିହାରୀ ବହୁତ ସାହାସ, ସେମାନେ ଲଦାଖର ନିଜର ରକ୍ତ ଦେଇ ମାଟିର ରକ୍ଷା କରିଛନ୍ତି। ଚୀନ ଆମର ୨୦ ଯବାନଙ୍କୁ ସହିଦ କଲା ଏବଂ ଆମ ଜମି ଉପରେ କବ୍‌ଜା କଲା ମାତ୍ର ପ୍ରଧାନମନ୍ତ୍ରୀ ମିଥ୍ୟା କହି ହିନ୍ଦୁସ୍ଥାନୀ ସେନାକୁ ଅପମାନିତ କରିଛନ୍ତି।

ବିହାରୀଙ୍କୁ ମିଥ୍ୟା କୁହନାହିଁ ମୋଦୀ ଜୀ। ଆପଣ ବିହାରୀଙ୍କୁ ରୋଜଗାର ଦେଇଛନ୍ତି କି ? ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ୨ କୋଟି ଲୋକଙ୍କୁ ରୋଜଗାର ଦେବେ ବୋଲି କହିଥିଲେ, ହେଲେ ଜଣେ ହେଲେ ରୋଜଗାର ପାଇ ନାହାନ୍ତି।  ମୋଦୀ କହୁଛନ୍ତି ମୁଁ ଆର୍ମି, କୃଷକ, ଶ୍ରମିକ ଓ ଟ୍ରେଡର୍ସଙ୍କ ପାଇଁ କାର୍ଯ୍ୟ କରୁଛି ହେଲେ ଥରେ ଘରେ ପହଞ୍ଚିବା ପରେ ସେ କେବଳ ଅମ୍ବାନୀ ଓ ଅଡାନୀଙ୍କ ପାଇଁ କାମ କରୁଥିବା ରାହୁଲ କହିଛନ୍ତି।

କୋଭିଡ୍ ୧୯ ମହାମାରୀ ଓ ଲକ୍‌ଡାଉନ୍ କଟକଣା ସମୟରେ ପ୍ରବାସୀଙ୍କ ସମସ୍ୟା ବିଷୟରେ ଉଲ୍ଲେଖ କରି ରାହୁଲ କହିଛନ୍ତି, ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ବିହାର ପଠାଇ ଦିଆଗଲା। ସେହି ସମୟରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ମାଇଲ ମାଇଲ ବାଟ ଚାଲି ଘରକୁ ଫେରୁଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କଣ କରୁଥିଲେ। କଣ ଆପଣଙ୍କୁ ମାନଙ୍କୁ ସେ ଟ୍ରେନ ବ୍ୟବସ୍ଥା କରାଇଥିଲେ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.