ମୋଦୀ ଜୀ କ'ଣ ଆପଣ ନିଜ ପ୍ରତିଶ୍ରୁତି ଭୁଲି ଗଲେ, କି ତାହା ବି ଜୁମଲା ଥିଲା, ୫ ଯବାନଙ୍କ ସହିଦ ଘଟଣାରେ ସିବଲଙ୍କ ଟାର୍ଗେଟ୍

Published By : Prameya-News7 Bureau | October 11, 2021 IST

ନୂଆଦିଲ୍ଲୀ ୧୧।୧୦: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୫ ଭାରତୀୟ ଯବାନଙ୍କ ସହିଦ ହୋଇଛନ୍ତି। ଏହାକୁ ନେଇ କଂଗ୍ରେସ କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛି। କଂଗ୍ରେସ ନେତା କପିଲ ସିବଲ କହିଛନ୍ତି, ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଜାରି ରହିଛି। ଛୋଟ ଛୋଟ ପିଲାଙ୍କୁ ଟାର୍ଗେଟ୍ କରାଯାଉଛି। ସେପଟେ ସରକାର ନିରବ ରହିଥିବା ସିବଲ କହିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି କହିଛନ୍ତି, ମୋଦୀ ଜୀ କଣ ଆପଣ ଦେଇଥିବା ପ୍ରତିଶ୍ରୁତି ଭୁଲି ଗଲେ ନା ସେ ବି ଜୁମଲା ଥିଲା।

wp:html /wp:html

ଜାମ୍ମୁ-କାଶ୍ମୀରର ପୁଞ୍ଝ ଜିଲ୍ଲାରେ ଆତଙ୍କବାଦ ନିରୋଧୀ ଅଭିଯାନରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସୋମବାର ଗୁଳି ବିନିମୟ ଘଟିଛି। ଏହି ସଂଘର୍ଷରେ ପାଞ୍ଚ ଯବାନ ସହିଦ ହୋଇଛନ୍ତି। ଏହା ପୂର୍ବରୁ ସେନା ବିଶେଷ ସୂଚନା ପରେ ପୁଞ୍ଝ ଜିଲ୍ଲାର ସୁରନକୋଟ ଅଞ୍ଚଳର ଦାରା ଗଳିର ଆଖାପାଖ ଗାଁ ଘେରାବନ୍ଦୀ କରି ତଲାସି ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ଛପି ରହିଥିବା ଆତଙ୍କବାଦୀ ଯବାନଙ୍କ ଉପରେ ଗୁଳିମାଡ କରିଥିଲେ। ଏଥିରେ ଜେସିଓ ସହିତ ପାଞ୍ଚ ସୈନିକ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ପ୍ରାୟ ୪ ରୁ ୫ ଆତଙ୍କବାଦୀ ଛପି ରହିଥିବା କୁହାଯାଉଥିଲା। ବିପୁଳ ହତିଆର ସହ ଆତଙ୍କବାଦୀ ନିୟନ୍ତ୍ରଣ ରେଖା ପାର ଚରମେର ଜଙ୍ଗଲରେ ଛପି ରହିଥିବା ଖବର ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.