Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମୋଦୀ ଓ ସିଞ୍ଜୋ ଆବେ ଏକାଠି ବୁଲିବେ କୋଣାର୍କ !- କୋଣାର୍କ ନିକଟରେ ହୋଇପାରେ ଭାରତ-ଜାପାନ ଶିଖର ଆଲୋଚନା

24/11/2019 at 11:05 PM

 ନୂଆଦିଲ୍ଲୀ ୨୪।୧୧ –  ଯେମିତି ତାମିଲନାଡୁର ସମୁଦ୍ର କୂଳ ସହର ମହାବଳୀପୁରମରେ ଏକାଠି ହୋଇଥିଲେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ସେମିତି ଏକ ଐତିହାସିକ ସ୍ଥଳରେ ହେବ ଭାରତ-ଜାପାନ ଶିଖର ଆଲୋଚନା।   ଏକାଠି ବସିବେ ପ୍ରଧାନମନ୍ତ୍ରୀ  ମୋଦି  ଏବଂ  ଜାପାନ ପ୍ରଧାନମନ୍ତ୍ରୀ  ସିଞ୍ଜୋ ଆବେ।

modi and abe

 ଆଉ ଏଥିପାଇଁ ଦିଲ୍ଲୀ ମୁମ୍ବାଇ, ହାଇଦ୍ରାବାଦ, ଅହମ୍ମଦାବାଦ ଭଳି ସହର ନୁହେଁ ବରଂ ପୁଣି ମହାବଳୀପୁରମ ଭଳି ଏକ ଐତିହ୍ୟ ସଂପନ୍ନ ସ୍ଥାନକୁ ଚୟନ କରାଯିବ।  ମିଳିଥିବା ସୂଚନା ଅନୁସାରେ କୋଣାର୍କ ନିକଟରେ ହୋଇପାରେ ଭାରତ-ଜାପାନ ଶିଖର ଆଲୋଚନା। ଆଉ ସିଞ୍ଜୋ ଆବେଙ୍କୁ କୋଣାର୍କର ସୌନ୍ଦର୍ଯ୍ୟ ଦେଖାଇବେ ମୋଦି। 

konark

 ଡିସେମ୍ବର ୧୩ରୁ ୧୭ ତାରିଖ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା କାର୍ଯ୍ୟକ୍ରମ ରହିଛି।  ତେବେ ଦୁଇ ଦେଶ ମଧ୍ୟରେ ଏନେଇ ସ୍ଥାନ ନିରୂପଣ  ଲାଗି ଚାଲିଛି ଅଧିକାରୀ ସ୍ତରୀୟ ଆଲୋଚନା। ଆସାମର  ଗୁଆହାଟୀ ବି ଚର୍ଚ୍ଚାର ପରିସରରେ ରହିଛି। ଏଥିସହିତ ଭୁବନେଶ୍ବର କିମ୍ବା କୋଣାର୍କକୁ  ଚୟନ କରାଯାଇପାରେ। ଏମିତି ହେଲେ ପ୍ରଥମ ଥର ପାଇଁ ଦୁଇ ରାଷ୍ଟ୍ର  ମଧ୍ୟରେ ଶିଖର ଆଲୋଚନା ଓଡ଼ିଶାରେ ହେବ। ୨୦୧୭ରେ ସିଞ୍ଜୋ ଆବେ ଯେତେବେଳେ ଭାରତ ଆସିଥିଲେ ସେତେବଳେ ଅହମ୍ମଦାବାଦରେ ତାଙ୍କୁ ଉଚ୍ଛ୍ବସିତ ରୋଡ ସୋ ଜରିଆରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ତେବେ ଉତ୍ତର ପୂର୍ବାଞ୍ଚଳ ସ୍ଥାନ ଉପରେ ଜାପାନ ଏଥର  ଅଧିକ ଗୁରୁତ୍ବ ଦେଉଥିବା ସୂଚନା ରହିଛି।

   Related Posts