Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କାଶୀକୁ ମିଳିଲା ‘ରୁଦ୍ରାକ୍ଷ’: ପ୍ରଧାନମନ୍ତ୍ରୀ କହିଲେ- ଏହା କଳା ଏବଂ ସଂସ୍କୃତିର ହେବ ବଡ଼ କେନ୍ଦ୍ର

15/07/2021 at 4:06 PM

ନୂଆଦିଲ୍ଲୀ ୧୫/୭: ଗୁରୁବାର ବାରଣାସୀକୁ ଅନ୍ତର୍ଜାତୀୟ ସମ୍ମଳନୀ କେନ୍ଦ୍ର ‘ରୁଦ୍ରାକ୍ଷ’ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କନଭେନସନ୍‌ ସେଣ୍ଟର ଉଦଘାଟନ ପରେ ମୋଦୀ କହିଛନ୍ତି ଦୀର୍ଘ ସମୟ ପରେ ମୋତେ ଏଠାକୁ ଆସିବାକୁ ସୁଯୋଗ ମିଳିଛି । ଏହା ସହ ସେଠାରେ ପ୍ରଧାନମନ୍ତ୍ରୀ ୧୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରୋଜେକ୍ଟର ଶିଳାନ୍ୟାସ ଏବଂ ଲୋକାପର୍ଣ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି, ଏହି ସେଣ୍ଟର କଳା ଓ ସଂସ୍କୃତିର ବଡ଼ କେନ୍ଦ୍ର ହେବ। ରୁଦ୍ରାକ୍ଷ ଦ୍ବାରା କାଶୀର ସୌନ୍ଦର୍ଯ୍ୟ ବଢ଼ିଛି। କାଶୀର ପ୍ରତିଭାକୁ ଏହା ଏକ ମଞ୍ଚ ଦେବ। ଏଠାରେ ଏବେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ବୋଲି ସେ କହିଛନ୍ତି। ପିଏମ ମୋଦୀ କହିଛନ୍ତି, ରୁଦ୍ରାକ୍ଷ କାଶୀର ପ୍ରାଚୀନ ରୂପକୁ ଆଧୁନିକ ରଙ୍ଗ ଦେଇଛି। ବାବାଙ୍କ ନଗରୀ ସେମିତିରେ କେବେ ଥକି ନାହିଁ କି ରୋକିଯାଇନାହିଁ। କାଶୀ ଏହି କଥା ପୁଣି ଥରେ ସାବ୍ୟସ୍ତ କରିଛି। ଜାପାନ ସହାୟତାରେ କାଶୀରେ ରୁଦ୍ରାକ୍ଷ ନିର୍ମାଣ ହୋଇଥିବାରୁ ଜାପାନର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

କାଶୀର ରୁଦ୍ରାକ୍ଷ ଭଳି ଗୁଜୁରାଟରେ ଜାପାନୀ ଜେନ ଗାର୍ଡେନ ଉଦଘାଟନ ହୋଇଥିଲା। ଦେଶର ଅନେକ ବିକାଶ କାର୍ଯ୍ୟରେ ଜାପାନ ସହଯୋଗ କରୁଛି ବୋଲି ମୋଦୀ କହିଛନ୍ତି। ତେବେ ୨୦୧୮ରେ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ସିଞ୍ଝୋ ଆବେଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ରୁଦ୍ରାକ୍ଷର ଶିଳାନ୍ୟାସ କରିଥିଲେ ।

ଉଦଘାଟନ ସମାରୋହରେ ଜାପାନ ପିଏମ ଭିଡିଓ ମାଧ୍ୟମରେ ନିଜର ସନ୍ଦେଶ ମଧ୍ୟ ଦେଇଛନ୍ତି । ସେପଟେ ଏହି କନଭେନସନ୍‌ ସେଣ୍ଟର ଦ୍ବାରା ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତ୍ବର ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।  

   Related Posts