Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦୀ – କହିଲେ ଗତ ୫ ବର୍ଷରେ ଅନେକ ଅସମ୍ଭବ ଲକ୍ଷ୍ୟକୁ ସମ୍ଭବ କରିଛୁ

23/08/2019 at 3:16 PM

ପ୍ୟାରିସ୍‌ – ପ୍ୟାରିସରେ ଥିବା ୟୁନେସ୍କୋର ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଉଦ୍‌ବୋଧନ ପ୍ରଦାନ କରିଛନ୍ତି । ସେଠାରେ ଥିବା ଭାରତୀୟମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଥିଲେ ।
ଭାରତୀୟ ସମୟ ଅନୁସାରେ ଦିନ ୨ଟା୨୨ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ବୋଧନ ଦେବା ଆରମ୍ଭ କରିଥିଲେ ।

ପ୍ରଧାନ ମନ୍ତ୍ରୀ ମୋଦୀ ପ୍ରଥମେ ପ୍ରେଞ୍ଚ ଭାଷାରେ ଉପସ୍ଥିତ ଥିବା ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପରେ ହିନ୍ଦୀରେ ଇଣ୍ଡୋ-ଫ୍ରେଞ୍ଚ ବନ୍ଧୁତା ଚିରସ୍ଥାୟୀ ବୋଲି କହିଥିଲେ ।

“ଭଲବନ୍ଧୁମାନେ ଭଲ ଓ ଖରାପ ସମୟରେ ସାହାଯ୍ୟ କରିଥାଆନ୍ତି । ଫ୍ରାନ୍ସ କିମ୍ବା ଭାରତରେ କିଛି ଭଲ ହେଲେ ଉଭୟ ଦେଶର ଲୋକ ଖୁସୀ ହୁଅନ୍ତି । ଆମେ ଉଭୟ ଉଭୟଙ୍କ ପାଇଁ ଖୁସୀ ଅନୁଭବ କରିଥାଉ । ଭାରତରେ ଅନେକ ଲୋକ ଫ୍ରେଞ୍ଚ ଫୁଟ୍‌ବଲ୍‌ ଟିମ୍‌କୁ ସମର୍ଥନ କରିଥାଆନ୍ତି ।” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ମହାନ ପରମାଣୁ ବୈଜ୍ଞାନିକମାନଙ୍କୁ ସ୍ୟାଲୁଟ୍‌ କରୁଛନ୍ତି , ତାଙ୍କ ମଧ୍ୟରେ ଭାରତର ମହାନ ପରମାଣୁ ବୈଜ୍ଞାନିକ ହୋମି ଜାହାଙ୍ଗିର ଭାବା ଅଛନ୍ତି । । ଏମାନେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବୋଲି ଉଦ୍‌ବୋଧନରେ ଦେବା ଅବସରରେ ସୂଚନା ଦେଇଛନ୍ତି ।

– ଭାରତର ଲୋକମାନେ ସରକାରଙ୍କୁ ଦ୍ୱିତୀୟଥର କ୍ଷମତାକୁ ଆଣିବା ପାଇଁ ଏକ ଐତିହାସିକ ଜନମତ ପ୍ରଦାନ କରିଛନ୍ତି । ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଭାରତ ଏବେ ଆଗକୁ ବଢିବାରେ ଲାଗିଛି । ଆମେ ଏହା କେବଳ ସରକାର ଗଢିବା ପାଇଁ ନୁହେଁ ଏକ ନୂଆ ଭାରତ ନିର୍ମାଣ କରିବା ପାଇଁ ପାଇଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
–ସେ ଏକ ଫୁଟବଲକୁ ଭଲ ପାଉଥିବା ଦେଶକୁ ଆସିଛନ୍ତି । ଫ୍ରେଞ୍ଚମାନେ ଏକ ଗୋଲର କେତେଦୂର ଆବଶ୍ୟକତା ରହିଛି ସେ ବିଷୟରେ ଜାଣିଛନ୍ତି । ଏହା ହେଉଛି ଉପଲବ୍ଧି । ଗତ ୫ ବର୍ଷ ମଧ୍ୟରେ ଲକ୍ଷ୍ୟ ସ୍ଥିର କରିଛନ୍ତି ଓ ଏହାକୁ ପୂରଣ କରିଛନ୍ତି । ଏହାକୁ ପୂର୍ବରୁ ଅସମ୍ଭବ ବୋଲି କୁହାଯାଉଥିଲା । ସେ ପ୍ରକାଶ କରିଛନ୍ତି ।

-ନୂଆ ଭାରତରେ ଏବେ ରହିଯିବାର କୌଣସି ପ୍ରଶ୍ନ ନାହିଁ ।ଏବେ ଭ୍ରଷ୍ଟାଚାର ଦୁର୍ନୀତି, ପାରିବାରିକ ରାଜନୀତି ଲୋକଙ୍କ ଧନ ଲୁଟିବା , ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସରକାର ଆସିବାର ୭୫ ଦିନ ମଧ୍ୟରେ ଅନେକ ଶକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

-ନୂଆ ଭାରତରେ ଏବେ ରହିଯିବାର କୌଣସି ପ୍ରଶ୍ନ ନାହିଁ ।ଏବେ ଭ୍ରଷ୍ଟାଚାର ଦୁର୍ନୀତି, ପାରିବାରିକ ରାଜନୀତି ଲୋକଙ୍କ ଧନ ଲୁଟିବା , ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସରକାର ଆସିବାର ୭୫ ଦିନ ମଧ୍ୟରେ ଅନେକ ଶକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ।

ଭାରତ ଓ ଫ୍ରେଞ୍ଚ ମଧ୍ୟରେ ବନ୍ଧୁତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି ।

କେବଳ ଭାରତରେ ନୁହଁ ଫ୍ରାନ୍ସରେ ମଧ୍ୟ ସମ୍ରାଜ୍ୟବାଦ. ଫାସିବାଦ ଓ ଉଗ୍ରବାଦର ମୁକାବିଲା କରିଛୁ । ଆମର ବନ୍ଧୁତା ଶକ୍ତ ମୂଲ୍ୟବୋଧ ଉପରେ ନିର୍ମାଣ ହୋଇଛି । ସାଧାରଣତଃ ରାଜନେତାମାନେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲିଯାଇଥାଆନ୍ତି । ହେଲେ ମୁଁ ସେହି ପ୍ରଜାତିର ନୁହେଁ , ମୁଁ ଲୋକଙ୍କୁ ମୋ ପ୍ରତିଶ୍ରୁତି ବିଷୟରେ ମନେ ପକାଇଥାଏ । ଆମେ ଗତ ୫ ବର୍ଷ ମଧ୍ୟରେ ଯେଉଁ ଲକ୍ଷ୍ୟ ସ୍ଥିର କରିଥିଲୁ ଏକାଠି ହୋଇ ଏହାକୁ ହାସଲ କରିଛୁ । ବୋଲି ମୋଦୀ କହିଛନ୍ତି ।

ଭିତ୍ତିଭୂମିର ବିକାଶ ପାଇଁ ଫ୍ରାନସ୍‌ ଓ ଭାରତ ଏକାଠି ହୋଇ କାମ କରୁଛନ୍ତି । ସୌରଶକ୍ତି ଉପଯୋଗ ଓ ବିକାଶଠାରୁ ଆରମ୍ଭ କରି ସାମାଜିକ ବିକାଶ ପର୍ଯ୍ୟନ୍ତ ଆମେ ଏକାଠି ହୋଇ କାମ କରୁଛୁ । ଆମ ମଧ୍ୟରେ ଥିବା ମିତ୍ରତା ଏବେ ଆହୁରି ନିବିଡ ହେବା ସହ ଆଗକୁ ବଢୁଛି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ଧାରା ୩୭୦ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ପରୋକ୍ଷରେ ସୂଚନା ଦେଇଥିଲେ । ଭାରତ ଗାନ୍ଧୀ ଓ ବୁଦ୍ଧଙ୍କର ଦେଶ ଏକ ପ୍ରାଚୀନ ପରମ୍ପରା ବହନ କରୁଥିବା ଦେଶ ।ମାତ୍ର ଗତ ୭୦ ବର୍ଷ ଧରି ଏକ ଅସ୍ଥାୟୀ ଜିନିଷରେ ଅଟକି ରହିଥିଲା ।ଏହା ସେହି ଅସ୍ଥାୟୀ ନିଷ୍ପତ୍ତିରୁ ବାହାରିବା ପାଇଁ ଏତେ ବର୍ଷ ଲାଗିଗଲା ବୋଲି କାଶ୍ମୀର ପ୍ରସଙ୍ଗରେ ପରୋକ୍ଷରେ କହିଛନ୍ତି ।

   Related Posts