ନେପାଳରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ : ବୌଦ୍ଧ ସଂସ୍କୃତି ଓ ଐତିହ୍ୟ କେନ୍ଦ୍ରର କରିବେ ଶିଳାନ୍ୟାସ

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଲୀ, ୧୬/୦୫:  ସୋମବାର ବୁଦ୍ଧ ପୂର୍ଣ୍ଣିମା । ନେପାଳ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଲୁମ୍ବିନୀ ଯାତ୍ରା କରିଛନ୍ତି ।

ସେଠାରେ ବୁଦ୍ଧିଷ୍ଟ କଲଚର ଏବଂ ହେରିଟେଜ ସେଣ୍ଟରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବୁଦ୍ଧ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମାୟା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଲୁମ୍ବିନୀସ୍ଥିତ ମାୟା ଦେବୀ ମନ୍ଦିର ଏକ ଆଧ୍ୟାତ୍ମିକ କ୍ଷେତ୍ର । ଏଠାରେ ଗୌତମ ବୁଦ୍ଧଙ୍କ ଜନ୍ମ ହୋଇଥିଲା । ଲୁମ୍ବିନୀ ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

ଏହାସହ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିବା କାର୍ଯ୍ୟକ୍ରମ ରହିଛି। ଯାତ୍ରାର ଉଦ୍ଦେଶ୍ୟ ଭାରତ ଓ ନେପାଳ ମଧ୍ୟରେ ସଂପର୍କକୁ ଆହୁରି ମଜବୁତ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ନେପାଳ ସହିତ ଭାରତ ସଂପର୍କ ବହୁ ପୁରୁଣା । ଉଭୟ ଦେଶ ମଧ୍ୟରେ ସଭ୍ୟତାଗତ ସଂପର୍କ ରହିଛି । ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ବହୁତ ମଜବୁତ ମଧ୍ୟ ଅଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.