Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଦୁଃସାହସିକ ଜଙ୍ଗଲ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ରିଲିଜ ହେଲା ଟ୍ରେଲର, ୧୨ରେ ପ୍ରସାରଣ

10/08/2019 at 7:29 PM

ଭୁବନେଶ୍ବର୧୦|୮; ଦୁଃସାହସିକ ଜଙ୍ଗଲ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଆସନ୍ତା ୧୨ ତାରିଖରେ ଡିସକଭରୀ ଚ୍ୟାନେଲରେ ମ୍ୟାନ ଭର୍ସେସ୍ ୱାଇଲଡ୍ କାର୍ଯ୍ୟକ୍ରମ ସୋ’ର ହୋଷ୍ଟ ବେୟର ଗ୍ରୀଲସ୍ଙ୍କ ସହ ମୋଦିଙ୍କୁ ଘଞ୍ଚ ଜଙ୍ଗଲରେ ଦେଖିବାକୁ ମିଳିବ ।ଏହି ସୋ’ ମାଧ୍ୟମରେ ମୋଦି ହିମାଳୟର ପ୍ରାକୃତିକ ସୌନ୍ଦର୍ଯ୍ୟ,  ପ୍ରକୃତି ସହ ମଣିଷର ନିବିଡ଼ତା, ବନ୍ୟଜନ୍ତୁଙ୍କ ସହ ଆତ୍ମୀୟତା ସଂପର୍କିତ ବାର୍ତ୍ତା ଦେବେ ।ତେବେ ଏହା ପୂର୍ବରୁ ଶୁକ୍ରବାର ଏହି ସୋ’ର ଟ୍ରେଲର ରିଲିଜ୍‌ ହୋଇଛି ।…

ଦୁଃସାହାସିକ ଜଙ୍ଗଲ ଯାତ୍ରାରେ ପ୍ରଧାନମନ୍ତ୍ରୀ ମୋଦି । ଉତ୍ତରାଖଣ୍ଡ ଜିମ୍‌ କାର୍ବେଟ୍‌ ନ୍ୟାସନାଲ ପାର୍କରେ ଡିସ୍କଭରୀ ଚ୍ୟାନେଲର ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ ସୋ’ ହୋଷ୍ଟ ବିଅର ଗ୍ରୀଲସ୍ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ।ଏହି ସୋ’ରେ ପ୍ରକୃତି ସହ ମଣିଷର ନିବିଡତା, ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁଙ୍କ ପ୍ରତି ଦୟା , ସ୍ବଚ୍ଛ ଭାରତ ଅଭିଯାନ ଏବଂ ଅହିଂସା ସଂପର୍କିତ ବାର୍ତ୍ତା ଦେଇଛନ୍ତି ମୋଦି ।ସୋ’ର ହୋଷ୍ଟ ବେୟର ଗ୍ରୀଲ୍‌ସଙ୍କ ସହିତ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଏପରି ସୋ’ କରିଥିଲେ ।ଶୁକ୍ରବାର ଏହି ଦୁଃସାହସିକ ସୋ’ର ଟ୍ରେଲର ରିଲିଜ୍‌ ହୋଇଛି ।…

ଟ୍ରେଲରରେ ହୋଷ୍ଟ ବିଅର ଗ୍ରିଲ୍ସ ଏକ ହାତ ତିଆରି ଅସ୍ତ୍ର ସୁରକ୍ଷା ପାଇଁ ମୋଦିଙ୍କୁ ଦେଉଥିବା ଦେଖାଯାଉଛି । ଗ୍ରିଲ୍ସ କହୁଛନ୍ତି, ବାଘ ଆସିଲେ ଏହା ଆପଣଙ୍କୁ ବଞ୍ଚାଇବ । ଉତ୍ତରରେ ମୋଦି କହିଛନ୍ତି, ‘ମୋ ସଂସ୍କାର ମୋତେ ଜୀବନ ନେବା ପାଇଁ ଅନୁମତି ଦିଏନି । ଯାହା ବି ହେଉ, ମୁଁ ୟାକୁ ତୁମେ ଥିବା ଯାଏ ଧରିଥିବି’।ସେହିପରି ସ୍ବଚ୍ଛତା ଅଭିଯାନ ନେଇ ଏହି ସୋ’ରେ ବାର୍ତ୍ତା ଦେଇଛନ୍ତି ମୋଦି। “କୌଣସି ବାହାର ଲୋକ ଆସି ମୋ ଭାରତକୁ ସ୍ବଚ୍ଛ କରିପାରିବେନି” । ଆମ ଦେଶର ଲୋକଙ୍କୁ ଏହା କରିବାକୁ ହେବ । ସ୍ବଚ୍ଛତାକୁ ଆମକୁ ସାମାଜିକ ଅଭ୍ୟାସରେ ପରିଣତ କରିବାକୁ ହେବ ।…

Uttarakhand, July 29 (ANI): Prime Minister Narendra Modi and popular host and adventurer Bear Grylls during television show ‘Man vs Wild’ at Jim Corbett National Park in Uttarakhand on Monday. (ANI Photo)

ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ସୋ’ ଦର୍ଶକକୁ କିଭଳି ଆକୃଷ୍ଟ କରୁଛି ଏବଂ ଏଥିରେ ଦିଆଯାଇଥିବା ବାର୍ତ୍ତା ଆଗକୁ କିଭଳି ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ଜଣାପଡ଼ିବ।…

   Related Posts