ମମତାଙ୍କ ଗଡରେ ମୋଦି: ତୃଣମୂଳ ସରକାରକୁ କମୁନିଷ୍ଟ ପାର୍ଟ-୨ ବୋଲି କଟାକ୍ଷ କଲେ, ଦିଦିଙ୍କ କାଉଣ୍ଟର ଆଟାକ

Published By : Prameya-News7 Bureau | February 08, 2019 IST

କୋଲକାତା୮|୨: ମମତାଙ୍କ ଗଡରେ ମୋଦି। ଜଲପାଇଗୁଡିରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି କଂଗ୍ରେସ, ବାମଦଳ ଓ ତୃଣମୁଳ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ମମତାଙ୍କ ସରକାରଙ୍କୁ ମୋଦି କମୁନିଷ୍ଟ ପାର୍ଟ -୨ ବୋଲି କହିଛନ୍ତି। ମା ମାଟି ମାନୁଷର ଦ୍ବାହି ଦେଇ ଲୋକେ ମମତାକୁ କ୍ଷମତାକୁ ଆଣିଲେ । ହେଲେ ମମତା ରାଜ୍ୟର ଲୋକଙ୍କୁ ବଦନାମ କରିଛନ୍ତି ବୋଲି ମୋଦି କହିଛନ୍ତି।

କୋଲକାତା ପୁଲିସ ବନାମ ସିବିଆଇ ବିବାଦ ପରେ ପୁଣି ପଶ୍ଚିମବଙ୍ଗର ଜଲପାଇଗୁଡିରେ ନିର୍ବାଚନ ରାଲି କରିଛନ୍ତି ପ୍ରଧାନମନ୍ତୀ ମୋଦି। ନିର୍ବାଚନ ରାଲିରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବାକୁ ଯାଇ ବିରୋଧୀଙ୍କ ମହାମେଣ୍ଟ ଉପରେ ବର୍ଷିଛନ୍ତି ମୋଦି। କଂଗ୍ରେସ,ତୃଣମୁଳ, ବାମପନ୍ଥୀ ସରକାରଙ୍କୁ ନିଶାଣ କରିଛନ୍ତି ମୋଦି। ମମତାଙ୍କ ସରକାରକୁ କମୁନିଷ୍ଟ ପାର୍ଟ-୨ ବୋଲି କଟାକ୍ଷ କରିଛନ୍ତି ମୋଦି। ରାଜ୍ୟରେ ଗରିବ ଖଟିକିଆ ଲୋକଙ୍କ କଷ୍ଟୋଉପାର୍ଜିତ ଝାଳବୁହା ଧନକୁ ଲୁଟ୍ କରିଥିବା ଲୋକଙ୍କ ସହିତ ମମତା ଛିଡା ହୋଇଛନ୍ତି  ବୋଲି ମୋଦି କହିଛନ୍ତି। ପଶ୍ଚିମବଙ୍ଗରେ ମା ମାଟି ମାନୁଷର ଦ୍ବାହି ଦେଇ ଯେଉଁ ଲୋକମାନେ କ୍ଷମତାକୁ ଆଣିଥିଲେ ସେହି ରାଜ୍ୟର ଲୋକଙ୍କୁ ମମତା ବଦନାମ କରିଛନ୍ତି।

ବାମପନ୍ଥୀର କୁଶାସନରୁ ଲୋକଙ୍କୁ ମୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେଇଥିବା ମମତା ରାଜ୍ୟରେ ହିଂସାକୁ ପଲିଟିକାଲ କଲଚର କରିଛନ୍ତି ବୋଲି ମୋଦି କହିଛନ୍ତି। ଚୌକିଦାର ଚିଟଫଣ୍ଡରେ ସାମିଲ ଥିବା ଏବଂ ସେମାନଙ୍କୁ ସୁରକ୍ଷା ଦେଉଥିବା କୌଣସି ବ୍ୟକ୍ତିକୁ ଛାଡିବନି ବୋଲି ରୋକଠୋକ କହିଛନ୍ତି ମୋଦି। ଚା ବିକାଳି ସହିତ ମମତା କାହିଁକି ଏତେ ଖପ୍ପା ବୋଲି ତେରଛା ବାଣ ମାରିଛନ୍ତି ମୋଦି। ଜଳପାଇଗୁଡି ଲୋକଙ୍କ ସହିତ ତାଙ୍କର ସ୍ବତନ୍ତ୍ର ସମ୍ପର୍କ ରହିଛି ବୋଲି ମୋଦି କହିଛନ୍ତି। ସେମାନେ ଚା ଉତ୍ପାଦନ କରନ୍ତି ... ଆଉ ସେ ଚା ବିକନ୍ତି।

ମୋଦିଙ୍କ ଆଟାକର କାଉଣ୍ଟର ଆଟାକ୍ କରିଛନ୍ତି  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ନିର୍ବାଚନ ସମୟରେ ମୋଦି ଚାଇୱାଲା ବନିଯାନ୍ତି। ନିର୍ବାଚନପରେ ସେ ରାଫେଲ ୱାଲା ବନିଯାନ୍ତି ବୋଲି କହିଛନ୍ତି ମମତା। ଜଲପାଇଗୁଡିରେ କୋଲକାତା ହାଇକୋର୍ଟର ଏକ ବେଞ୍ଚର ଶୁଭଉଦଘାଟନ ସମୟରେ ହାଇକୋର୍ଟରେ କୌଣସି ଅଧିକାରୀଙ୍କୁ ନିମନ୍ତ୍ରଣ କରାନଯିବା ନେଇ ସମାଲୋଚନା କରିଛନ୍ତି ମମତା।  ବାହାଘର ପାଇଁ ବ୍ୟାଣ୍ଡ ପାର୍ଟି  ପ୍ରସ୍ତୁତ ହେଲେ ବରର ଦେଖାନାହିଁ ବୋଲି କହିଛନ୍ତି ମମତା।

ଗୋଟିଏ ସପ୍ତାହ ଭିତରେ ଏହା ହେଉଛି ପଶ୍ଚିମବଙ୍ଗକୁ ମୋଦିଙ୍କ  ତୃତୀୟ ଗସ୍ତ। ଗତ ଶନିବାର ଠାକୁରନଗର  ଓ ଦୁର୍ଗାପୁରରେ ରାଲି କରିଥିଲେ ମୋଦି। ୧୯ ନିର୍ବାଚନରେ ଦ୍ବିତାୟ ସର୍ବାଧିକ ଲୋକସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରରେ ୪୨ଟି ଆସନକୁ ଆଖେଇଛନ୍ତି ମୋଦି। ପଶ୍ଚିମବଙ୍ଗକୁ ମୋଦିଙ୍କ ଘନ ଘନ ଗସ୍ତ ବେଙ୍ଗଲ ଭୋଟରକୁ ବିଜେପି ପ୍ରତି କେତେ ପ୍ରଭାବିତ କରିବ ତାରି ଉପରେ ରହିବ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.