Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫ୍ରାନ୍‌ସରେ ପ୍ରଧାନମନ୍ତ୍ରୀ ମୋଦି : କ’ଣ କହିଲେ ଓ କେମିତି ଥିଲା ଗସ୍ତ ଜାଣନ୍ତୁ ପୂରାଖବର…

ପ୍ୟାରିସ୨୩|୮: ଫ୍ରାନ୍‌ସରେ ପ୍ରଧାନମନ୍ତ୍ରୀ ମୋଦି । ମୋଦି ଆଜି ଫ୍ରାନସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ସେଠାରେ ଭାରତୀୟ ମାହୋଲ ତିଆରି କରିଥିଲେ ।  ଧାରା ୩୭୦ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗାନ୍ଧୀ ଓ ବୁଦ୍ଧଙ୍କର ଦେଶରେ କିଛି ଟେମ୍ପରାରୀ ନାହିଁ । ହିନ୍ଦୁସ୍ଥାନରେ ଏବେ ଟେମ୍ପରାରୀ ବ୍ୟବସ୍ଥା ରହିବ ନାହିଁ ବୋଲି କହିଛନ୍ତି ମୋଦି । …

ଫ୍ରାନ୍‌ସରେ ମୋଦି ମାହୋଲ । ପ୍ୟାରିସ ସ୍ଥିତ ୟୁନେସ୍କୋ ହେଡ୍‌କ୍ବାର୍ଟରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ପାରମ୍ପରିକ ତାମିଲ ବାଦ୍ୟରେ ପାଛୋଟି ନେଇଥିଲେ ୟୁନେସ୍କୋ ଡାଇରେକ୍ଟର ଜେନେରାଲ। ଏହା ପରେ ପରେ ୟୁନେସ୍କୋ ହଲ୍‌ରେ ଭାରତୀୟମାନଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଧାରା ୩୭୦ ଉଠାଇବା ନେଇ ମୋଦିଙ୍କର ବଡ଼ ବୟାନ । ଏବେ ହିନ୍ଦୁସ୍ଥାନରେ ଟେମ୍ପରାରୀ ବୋଲି କିଛି ନାହିଁ । ୧୨୫ କୋଟି ଲୋକଙ୍କର ଏହି ଦେଶ, ଗାନ୍ଧୀ ଓ ବୁଦ୍ଧଙ୍କ ମାଟି, ରାମ, କୃଷ୍ଣଙ୍କର ଭୂମିରୁ ଟେମ୍ପରାରୀକୁ ବାହାର କରିବା ପାଇଁ ୭୦ ବର୍ଷ ଲାଗିଗଲା । ମୁଁ ତ ଏହା ଉପରେ ହସିବି କି କାନ୍ଦିବି ଜାଣି ପାରୁନାହିଁ ।

ଏହି ସମୟରେ ତାଙ୍କୁ ମିଳିଥିଲା ବିପୁଳ ସମର୍ଥନ । ।  ଏବେ ଭାରତ ଏମିତି କିଛି ଗୋଲ୍‌ ରଖିଛି ଯାହାକି ପୂର୍ବରୁ ଅସମ୍ଭବ ଥିଲା।।ଏହି ସମୟରେ ସେଠାରେ ମୋଦି ହୈ ତୋ ମୁମ୍‌କିନ୍‌ ହୈ ନାରା ଲାଗିଥିଲା ।…

ଭାରତ ଓ ଫ୍ରାନ୍‌ସ ମଧ୍ୟରେ ଆଜି ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଓ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଜିସେଭେନ ବୈଠକ ପୂର୍ବରୁ ଉଭଯ ପକ୍ଷଙ୍କ ମଧ୍ୟରେ ଆଲୋଚନା ବେଶ୍‌ ଗୁରୁତ୍ବ ରଖୁଛି। ବିଶେଷ କରି ଧାରା ୩୭୦ ଉଚ୍ଛେଦ ପରେ ଆନ୍ତର୍ଜାତିକ ସ୍ତରରେ ଫ୍ରାନ୍‌ସର ସମର୍ଥନ ଭାରତ ପାଇଁ ମହତ୍ବପୂର୍ଣ୍ଣ ହୋଇଛି। ସୁରକ୍ଷା ପରିଷଦରରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ବେଳେ ଫ୍ରାନସ, ଭାରତର ସାଥ୍ ଦେଇଥିଲା

ଫ୍ରାନ୍‌ସରେ ବହୁ ବର୍ଷ ପୂର୍ବରୁ ୨ଟି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟଙ୍କ ସ୍ମୃତିରେ ମୋଦି ୨ଟି ସ୍ମାରକୀର ଉଦଘାଟନ କରିଥିଲେ ।ଏହି ବିମାନ ଦୁର୍ଘଟଣାରେ ପ୍ରଖ୍ୟାତ ବୈଜ୍ଞାନିକ ଜାହାଙ୍ଗୀର ପ୍ରାଣ ହରାଇଥିଲେ । ମୋଦି ଫ୍ରାନ୍‌ସ ପରେ ଦୁଇ ଦିନିଆ ସଂଯୁକ୍ତ ଆରବ ଗସ୍ତରେ ଯାଇଛନ୍ତି । ସେଠାରେ ତାଙ୍କୁ ୟୁଏଇର ସର୍ବୋଚ୍ଚ ସମ୍ମାନ ଅର୍ଡର୍‌ ଅଫ୍‌ ଜାୟେଦ ପ୍ରଦାନ କରାଯିବ ।

183 Views

   ସମ୍ବନ୍ଧିତ ଖବର