ଏବେ ମିଳିବ ମୋଦି ଇଟିଲି : ୧୦ ଟଙ୍କାରେ ସମ୍ବର ସହ ମିଳିବ ୪ଟି ଇଟିଲି

Published By : Prameya-News7 Bureau | September 01, 2020 IST

ସେଲମ ୦୧/୦୯ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ରହିଛି | ଅଧିକାଂଶ ଦେଶରେ ତାଙ୍କୁ ଜଣେ ଦକ୍ଷ ନେତା ଭାବେ ବହୁତ ପସନ୍ଦ କରନ୍ତି | ତାଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାମିଲନାଡୁର ସେଲମ ସହରରେ ତାଙ୍କ ନାଁରେ ଇଡ଼ଲି ବିକ୍ରି କରିବାକୁ ପ୍ରସ୍ତୁତି ଚାଲିଛି |  ଏହି ଇଡ଼ଲିକୁ ନାଁ ଦିଆଯାଇଛି 'ମୋଦି ଇଡ଼ଲି' | ସେଲମ ସହରରେ ପୂର୍ବରୁ ୨୨ ଦୋକାନରେ ଏହି ଇଡ଼ଲି ଉପଲବ୍ଧ ହେବ | ଏହାପରେ ବିକ୍ରି ହିସାବରେ ଦୋକାନ ସଂଖ୍ୟା ବୃଦ୍ଧି କରାଯିବ | 

ସେଲମ ସହରରେ ମୋଦିଙ୍କ ନାଁରେ ଇଡ଼ଲି ବିକ୍ରି କରିବା ପ୍ରସ୍ତୁତି ଜୋରସୋରରେ ଚାଲିଛି | ସହରର ସବୁଆଡେ ପୋଷ୍ଟର ମଧ୍ୟ ଲଗାଯାଇଛି | ଏହି ମୋଦି ଇଡ଼ଲିର ଦାମ ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି | ୧୦ ଟଙ୍କାରେ ୪ଟି ଇଡ଼ଲି ଦିଆଯିବ | ଇଡ଼ଲି ସହ ସମ୍ବର ମଧ୍ୟ ଦିଆଯିବ |

{"id":323308,"width":566,"height":359,"sizeSlug":"large"}

ତାମିଲନାଡୁ ସେଲମ ସହରରେ ମୋଦି ଇଡ଼ଲି ବିକ୍ରି କରିବା ବିଚାର ରାଜ୍ୟର ବିଜେପି ନେତା ମହେଶଙ୍କର | ସେ ସହରରେ ପୋଷ୍ଟର ମଧ୍ୟ ଲଗାଇଛନ୍ତି | ପୋଷ୍ଟରରେ ଲେଖାଯାଇଛି ମହେଶ ପ୍ରସ୍ତୁତ କରୁଛନ୍ତି ମୋଦି ଇଡ଼ଲି | ୧୦ ଟଙ୍କାରେ ସମ୍ବର ସହ ୪ଟି ଇଡ଼ଲି | ସମ୍ବର ସହିତ ଅତ୍ୟାଧୁନିକ ଉପକରଣରେ ତିଆରି କରାଯିବ | ପ୍ରତିଦିନ ପାଖାପାଖି ୪୦ ହଜାର ଇଡ଼ଲି ତିଆରି କରାଯିବ | ମୋଦି ଇଟିଲି ଆଗାମୀ ସପ୍ତାହରୁ ଆରମ୍ଭ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.