Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ମୋଦିଙ୍କୁ ଦୁନିଆର ସଲାମ : ଆରବ ପରେ ଋଷ ଦେବ ସର୍ବୋଚ୍ଚ ନାଗରିକ ସମ୍ମାନ

12/04/2019 at 4:13 PM

ନୂଆଦିଲ୍ଲୀ ୧୨/୪ : ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଶେଷ ହୋଇଯାଇଛି | ଦେଶରେ ନିର୍ବାଚନ ମାହୋଲ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଋଷରୁ ଏକ ଭଲ ଖବର ଆସିଛି | ନରେନ୍ଦ୍ର ମୋଦିଙ୍କୁ ଦୁନିଆର ଆଉ ଏକ ସମ୍ମାନ ମିଳିବାକୁ ଯାଉଛି | ମୋଦିଙ୍କୁ ଋଷ ନିଜ ଦେଶର ସର୍ବୋଚ୍ଚ ସମ୍ମାନ- ସେଣ୍ଟ ଏଣ୍ଡ୍ରୟୁ ଆୱାର୍ଡ ଦେବା ପାଇଁ ନିଷ୍ପତ୍ତି ନେଇଛି | ଋଷ ରାଷ୍ଟ୍ରପତି ବ୍ଳାଦିମିର ପୁଟିନ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି | ଗତ କିଛି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ଅନ୍ତର୍ଜାତୀୟ ସମ୍ମାନ ମିଳିସାରିଛି | ନିକଟରେ ୟୁନାଇଟେଡ଼ ଆରବ ଇମିରେଟସ ମଧ୍ୟ ତାଙ୍କୁ ଯାୟଦ ସମ୍ମାନରେ ସମ୍ମାନିତ କରିବା ପାଇଁ ଘୋଷଣା କରିଥିଲା |


ଋଷର ଦୂତାବାସ ଏକ ବୟାନରେ କହିଛନ୍ତି ଯେ, ଏପ୍ରିଲ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ ଦେବା ପାଇଁ ଘୋଷଣା କରାଯାଇଛି | ଭାରତ ଏବଂ ଋଷର ସମ୍ପର୍କକୁ ମୋଦି ଦୃଢ କରିଥିବା ଯୋଗୁଁ ଋଷ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବ | ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯିଏ ଏହି ସମ୍ମାନରେ ସମ୍ମାନିତ ହେବେ | ଏହା ପୂର୍ବରୁ ଏହି ସମ୍ମାନ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମିଳିଥିଲା |


କିଛି ଦିନ ପୂର୍ବରୁ ସଂଯୁକ୍ତ ଆରବ ଇମିରେଟସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯାୟଦ ମେଡାଲ ଦେବା ପାଇଁ ଘୋଷଣା କରିଥିଲା | ଉଭୟ ଦେଶର ସମ୍ପର୍କକୁ ସୁଦୃଢ ଏବଂ ମଜବୁତ କରିଥିବାରୁ ଏହି ସମ୍ମାନ ଦିଆଯାଇଛି | ମୋଦି ଆରବର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଯାୟଦଙ୍କୁ ଏହି ସମ୍ମାନ ପାଇଁ ଧନ୍ୟବାଦ ଜଣାଇଥିଲେ |


ଫେବୃଆରୀ ମାସରେ ମୋଦିଙ୍କୁ ଦକ୍ଷିଣ କୋରିଆ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରିଥିଲା | ଏହି ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭାରତୀୟ ବ୍ୟକ୍ତି | ପ୍ରଧାନମନ୍ତ୍ରୀ ମୋଦି ଜଣେ ଗ୍ଲୋବାଲ ଲିଡର ଭାବେ ପ୍ରକଟିତ ହୋଇଛନ୍ତି ବୋଲି କହିଥିଲା ଦକ୍ଷିଣ କୋରିଆ | ସେ ଉଭୟ ଦେଶର ସମ୍ପର୍କକୁ ମଜବୁତ କରିଛନ୍ତି | ମୋଦିଙ୍କୁ ଜାତିସଂଘ ତରଫରୁ ଚାମ୍ପିୟନ୍ସ ଅଫ ଆର୍ଥ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି |


ସୂଚନାଯୋଗ୍ୟ ଯେ, ଦେଶର ବିରୋଧୀ ଦଳ ଲଗାତାର ମୋଦିଙ୍କ ବିଦେଶ ଗସ୍ତକୁ ନେଇ ତାଙ୍କୁ ଟାର୍ଗେଟ କରିଥାନ୍ତି | ମୋଦି ନିଜେ ବିଦେଶ ଗସ୍ତ କରି ଭାରତ ସହ ଅନ୍ୟ ଦେଶର ସମ୍ପର୍କକୁ ସୁଦୃଢ କରିଛନ୍ତି | ମୋଦି ଏବଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିଜ ସରକାରଙ୍କ ବୈଦେଶିକ ନୀତିକୁ ଐତିହାସିକ ବୋଲି କହିଛନ୍ତି | ଏପଟେ ଦେଶରେ ନିର୍ବାଚନ ଚାଲୁଥିବାବେଳେ ମୋଦିଙ୍କୁ ଆଉ ଏକ ସମ୍ମାନ ମିଳିବା ଭଲ ଖବର ପ୍ରମାଣିତ ହୋଇପାରେ |

   Related Posts