Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଟ୍ବିଟ୍‌ରେ ଆସିଲା ଟ୍ବିଷ୍ଟ: ସୋସିଆଲ ମିଡିଆ ଛାଡ଼ିବା ପଛର ଗୁମର ଖୋଲିଲେ ମୋଦି

3/03/2020 at 8:49 PM

ନୂଆଦିଲ୍ଲୀ୩/୩: ସୋସିଆଲ ମିଡିଆ ଛାଡ଼ିବେନି ପ୍ରଧାନମନ୍ତ୍ରୀ ମୋଦି । ବରଂ ରବିବାର ମାର୍ଚ୍ଚ ୮ ତାରିଖରେ ମହିଳାମାନଙ୍କ ଉଦ୍ଦେଶ୍ୟରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ । ଗତକାଲି ସୋସିଆଲ ମିଡିଆ ଛାଡ଼ିବା ନେଇ ମୋଦିଙ୍କର ଟ୍ବିଟ୍‌ ଆସିବା ପରେ ଯେଉଁ କଲ୍ପନାଜଳ୍ପନା ପ୍ରକାଶ ପାଇଥିଲା ଆଜି ସେଥିରେ ଟ୍ବିଷ୍ଟ ଆଣିଛି ମୋଦିଙ୍କ ନୂଆ ଟ୍ବିଟ୍‌।

ଟ୍ବିଟ୍‌ରେ ଆସିଲା ଟ୍ବିଷ୍ଟ। ସୋସିଆଲ ମିଡିଆ ସନ୍ୟାସର ସତ  ଖୋଲିଲେ ନିଜେ ପ୍ରଧାନମନ୍ତ୍ରୀସୋସିଆଲ ମିଡିଆ ଛାଡ଼ିବେନି । ଆସନ୍ତା ରବିବାର ବିଶ୍ବ ମହିଳା ଦିବସରେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସେହି ମହିଳାମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ ଯେଉଁମାନଙ୍କର ଜୀବନଶୈଳୀ  ଆମକୁ ପ୍ରେରଣା ଦେଇଆସିଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଛାଡ଼ିବା ନେଇ ଟ୍ବିଟ୍‌ ଆସିବା ପରେ ସାରା ଦେଶରେ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା ଆଜି ସେଥିରେ ପ୍ରଧାନମନ୍ତ୍ରୀ ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।

ଏ ଥିଲା ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କର ଟ୍ବିଟ୍‌ । ଯେଉଁଥିରେ ସେ ଲେଖିଥିଲେ ଯେ ଏହି ରବିବାର ମୁଁ ମୋର ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକ୍‌, ଟ୍ବିଟର୍‌, ଇନ୍‌ଷ୍ଟାଗ୍ରାମ ଓ ୟୁଟ୍ୟୁବ୍‌କୁ ଛାଡ଼ିବାକୁ ଚିନ୍ତା କରୁଛି। କିନ୍ତୁ ପୋଷ୍ଟ ଜାରିରହିବ । ଏହାକୁ ଦେଖି କିଏ କହିଥିଲେ ଯେ ମୋଦିଙ୍କୁ ଦେଶର ପରିସ୍ଥିତି ନେଇ ଟ୍ରୋଲ୍ ହେଉଥିବାରୁ ସେ ସୋସିଆଲ୍‌ ମିଡିଆ ଆକାଉଣ୍ଟ ଛାଡ଼ିବାକୁ ଚାହୁଁଛନ୍ତି । ଆଉ କେହି କହିଥିଲେ ଯେ ଦିଲ୍ଲୀ ହିଂସାରେ ସୋସିଆଲ ମିଡିଆର ବ୍ୟାପକ ଅପବ୍ୟବହାର ହୋଇଥିବାରୁ ମୋଦି ଏହାକୁ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଛନ୍ତି ।  

ମୋଦିଙ୍କର ଏହି ଟ୍ବିଟ୍‌କୁ ଗତକାଲିଠୁ ୪୯ ହଜାର ରି ଟ୍ବିଟ୍‌ କରାଯାଇଥିଲା ।୧ ଲକ୍ଷ ୭୨ ହଜାର ୮୦୦ ଲୋକ ଏହାକୁ ଲାଇକ୍‌ କରିଛନ୍ତି । ତେବେ ସୋସିଆଲ ମିଡିଆ ନଛାଡ଼ିବା ପାଇଁ ମୋଦି ସମର୍ଥକ ମାନେ ଟ୍ବିଟର୍‌ରେ ଟ୍ରେଣ୍ଡ କରିଥିଲେ # NO SIR. ଆଉ ଏହା ମଧ୍ୟ ଟ୍ବିଟର୍‌ରେ ଦିନର ଟପ୍‌ ଟ୍ରେଣ୍ଡ ହୋଇଥିଲା ।କିନ୍ତୁ ଏ ସବୁଥିରେ ପୂର୍ଣ୍ଣଚ୍ଛେଦ ପକାଇ ମୋଦି ଆଜି ପୁଣିଥରେ ଟ୍ବିଟ୍‌ କରିଛନ୍ତି ଯେ ଏଥର ମହିଳା ଦିବସରେ ମୁଁ ମୋର ସୋସିଆଲ ମିଡିଆ ଆକାଉଣ୍ଟକୁ ସେହି ମହିଳାମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରି #SheInspiresUs ଲେଖିଥିଲେ। ଏଥିସହିତ ପ୍ରେରଣାଦାୟୀ ମହିଳାଙ୍କ ଭିଡିଓ କିମ୍ବା ତଥ୍ୟ ଦେବା ଲାଗି ମଧ୍ୟ ମୋଦି ଅପିଲ କରିଛନ୍ତି। ଏହି ଟ୍ବିଟ୍‌ ଚର୍ଚ୍ଚାକୁ ଭିନ୍ନ ମୋଡ଼ ଦେଇଛି ।

ଅନ୍ୟପକ୍ଷରେ ପୂର୍ବଭଳି ବିଭିନ୍ନ ଜାତୀୟ ଓ ସାମାଜିକ ପ୍ରସଙ୍ଗରେ ଟ୍ବିଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ।କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି ମୋଦି ଆଜି ଟ୍ବିଟ୍‌ କରିଛନ୍ତି ।ଏଥିସହିତ ମୋଦିଙ୍କ ଗତକାଲିର ଟ୍ବିଟକୁ ଚାଲିଥିବା ରାଜନୀତି ମଧ୍ୟ ଏକ ପ୍ରକାରର ଶେଷ ହୋଇଛି। 

   Related Posts