୮ ତାରିଖ ରାତି ୮ଟାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଜାଣନ୍ତୁ ସଂଖ୍ୟା ୮ ସହ ମୋଦିଙ୍କ କଣ ସମ୍ପର୍କ

Published By : Prameya-News7 Bureau | August 09, 2019 IST

ଅଷ୍ଟମ ମାସ ୮ ତାରିଖ ରାତି ୮ଟା ସମୟରେ କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସମ୍ବିଧାନର ଏହି ଅନୁଚ୍ଛେଦ ହଟିବା ସହ ଦେଶର କୋଟି କୋଟି ଜନତାଙ୍କ ସ୍ବପ୍ନ ପୁରଣ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। କିନ୍ତୁ ଏଥିପାଇଁ ମୋଦି ଯେଉଁ ତାରିଖ ଓ ସମୟ ବାଛିଥିଲେ ସେଥିରୁ ଜଣା ପଡୁଛି ଯେ, ତାଙ୍କର ସଂଖ୍ୟା ୮ ସହ କିଛି ବିଶେଷ ସମ୍ପର୍କ ରହିଛି।

୨୦୧୬ ମସିହା ନଭେମ୍ବର ମାସ ୮ ତାରିଖ ଠିକ୍‌ ରାତି ୮ଟାରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ଯେମିତି ଗତ କାଲି କରିଥିଲେ। ଏହି ଦିନକୁ କିଏ ବା କେମିତି ଭୁଲିବ। ତାଙ୍କର ଏହି ନିଷ୍ପତ୍ତି ଦ୍ବାରା ହଜାର ହଜାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା।

ସେଦିନ ୧୦୦୦ ଓ ୫୦୦ ଟଙ୍କା ନୋଟ୍‌କୁ ଗୋଟେ ମୂହୁର୍ତ୍ତରେ ମୋଦି କାଗଜର ଟୁକୁରା କରିଦେଇଥିଲେ।  ମୂଦ୍ରା ଯୋଜନା ମଧ୍ୟ ପ୍ରଧାନମନ୍ତ୍ରୀ ୮ ତାରିଖ ଆରମ୍ଭ କରିଥିଲେ। ୨୦୧୫ ମସିହା ଏପ୍ରିଲ ମାସ ୮ ତାରିଖରେ ଏହି ଯୋଜନା ବିଷୟରେ ଘୋଷଣା କରାଯାଇଥିଲା। ଏହି ଯୋଜନା ବେରୋଜଗାର ଲୋକଙ୍କ ପାଇଁ ଆରମ୍ଭ କରିଥିଲେ।

ଏହା ଏକ ସଂଯୋଗ ମଧ୍ୟ କୁହାଯାଇପାରିବ। ମୋଦିଙ୍କର ସଂଖ୍ୟା ୮ ସହ କିଛି ନା କିଛି ସମ୍ପର୍କ ନିଶ୍ଚୟ ଅଛି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୭(୧+୭) ଓ ୨୬ (୨+୬) ର ଯୋଗ ମଧ୍ୟ ୮। ଅର୍ଥାତ ମୂଲ୍ୟାଙ୍କ ହିସାବରେ ମୋଦିଙ୍କ ଜୀବନରେ ଅନେକ ୮ ଅଛି।

୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସେପଟେମ୍ବର ୧୭ (୧+୭=୮) ତାରିଖରେ ହୋଇଥିଲା।

୨- ୨୦୧୨ ମସିହା ଡିସେମ୍ବର ମାସ ୨୬(୨+୬=୮) ତାରିଖରେ, ଚତୁର୍ଥ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ମୋଦି ଶପଥ ନେଇଥିଲେ।  

୩- ଲୋକସଭା ନିର୍ବାଚନ ପାଇଁ ୨୦୧୪ ମସିହା ମାର୍ଚ୍ଚ ମାସ ୨୬(୨+୬=୮) ତାରିଖରେ ମୋଦି ନିଜ ପ୍ରଚାର ଆରମ୍ଭ କରିଥିଲେ।  

୪- ୨୦୧୪ ମସିହା ମେ ମାସ ୨୬(୨+୬=୮) ତାରିଖରେ ମୋଦି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

୫- ୨୦୧୪ ମସିହା ନଭେମ୍ବର ମାସ  ୨୬(୨+୬=୮) ତାରିଖରେ ସାର୍କ ସମ୍ମିଳନୀରେ ସମ୍ବୋଧିତ କରିଥିଲେ ମୋଦି। ମୋଦିଙ୍କ ସୁବିଧା ଅନୁସାରେ ଏହି ତାରିଖ ବଛା ଯାଇଥିଲା।

୬- ୨୦୧୫ ମସିହା ଜାନୁଆରୀ ମାସ ୮ ତାରିଖରେ ପ୍ରବାସୀ ଭାରତୀୟ ଦିବସର ଶୁଭଆରମ୍ଭ କରିଥିଲେ ମୋଦି।

୭- ୨୦୧୫ ମସିହା ମେ ମାସ ୨୬(୨+୬=୮) ତାରିଖରେ ଚାଷୀମାନଙ୍କ ପାଇଁ ପ୍ରଥମ ଟିଭି ଚ୍ୟାନେଲ ଦୁରଦର୍ଶନ କିସାନ ଆରମ୍ଭ କରାଯାଇଥିଲା।

୮- ଡିଜିଟାଲ ଇଂଡିଆର ଶୁଭଆରମ୍ଭ ମଧ୍ୟ ୨୦୧୫ ମସିହା ସେପଟେମ୍ବର ମାସ ୨୬(୨+୬=୮) ତାରିଖରେ ମୋଦି କରିଥିଲେ।

୯- ୨୦୧୯ ମସିହା ଏପ୍ରିଲ ମାସ ୨୬(୨+୬=୮) ତାରିଖରେ ବାରଣାସୀ ଲୋକସଭା ସିଟ୍‌ରୁ ମନୋନୀତ ହୋଇଥିଲେ।

୧୦- ପାକିସ୍ତାନ ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ କରିବାର ନିଷ୍ପତ୍ତି ମଧ୍ୟ ୨୦୧୯ ମସିହା ଫେବୃଆରୀ ମାସ ୨୬(୨+୬=୮) ତାରିଖରେ ହୋଇଥିଲା।

ସଂଖ୍ୟା ୮ ମୋଦିଙ୍କ ଜୀବନରେ ଏକ ବଡ ଭୂମିକା ରହିଛି। ତାହା ସଂଯୋଗ ହେଉ ବା ଯୋଜନାବଦ୍ଧ, କିନ୍ତୁ ତାଙ୍କର ସବୁ ଶୁଭ କାମ ୮ରେ ଆରମ୍ଭ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.