Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ନିର୍ବାଚନ ପ୍ରଚାର ପାଇଁ ମୋଦି ୫୧ ଦିନରେ କରିଛନ୍ତି ୧ ଲକ୍ଷ ୫ ଶହ କିଲୋମିଟର ବିମାନ ଯାତ୍ରା, ୧୪୨ ରାଲି ଓ ୪ଟି ରୋଡ ସୋ; ରାହୁଲ ରହିଛନ୍ତି ବହୁ ପଛରେ

21/05/2019 at 3:38 PM

ନୂଆଦିଲ୍ଲୀ ୨୧|୫: ଆଉ ଦିନକ ପରେ ନିର୍ବାଚନ ଫଳ ପ୍ରକାଶ ପାଇବ । ତେବେ୨୦୧୯ ନିର୍ବାଚନ ଅନେକ ଦୃଷ୍ଟିରୁ ନିଆରା । ଭୋଟର, ବୁଥ ଓ ଇଭିଏମ୍ ସଂଖ୍ୟା ଠାରୁ  ଅଭୂତପୂର୍ବ ସୁରକ୍ଷା ସତ୍ତ୍ୱେ ନିର୍ବାଚନୀ ହିଂସା , ନେତାଙ୍କ ବାକ୍‌ ଯୁଦ୍ଧ ଓ ବେଶ୍ ଜୋରଦାର ପ୍ରଚାର । ସବୁ ଦୃଷ୍ଟିରୁ ଚଳିତ ସାଧାରଣ ନିର୍ବାଚନ ଚର୍ଚ୍ଚିତ ଏବଂ ଭିନ୍ନ ।

ତୁଙ୍ଗ ନେତାଙ୍କ ପ୍ରଚାର ଉପରେ ସବୁବେଳେ  ବେଶି ନଜର  ରହୁଥିବା ବେଳେ. ଏଥର ବେଶି ନଜରରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ କଂଗ୍ରେସ ଅଧ୍ୟକ୍ ରାହୁଲ ଗାନ୍ଧି  । ଅଧିକ ଆସନ ସହ ଲଗାତର ଶାସନ ହାସଲର ଦୃଢୋକ୍ତି କରୁଥିବା ମୋଦି କରିଛନ୍ତି ବି ଦମଦାର ଏବଂ ବ୍ୟାପକ ପ୍ରଚାର । ସେହିପରି ମୋଦିଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ରାହୁଲ ବି ବୁଲିଛନ୍ତି ସାରା ଦେଶ । 

ମାର୍ଚ୍ଚ ୨୮ ରୁ ମେ ୧୭ ତାରିଖ । ୫୧ ଦିନରେ ୧ ଲକ୍ଷ ୫ ଶହ କିଲୋମିଟର ବିମାନ ଯାତ୍ରା  । ଲଗାତର ଓ ମାରାଥନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୫ ନିୟୁତ ଲୋକଙ୍କୁ ଦେଇଛନ୍ତି ଉଦବୋଧନ । ୧୦ ହଜାରରୁ ବେଶି ଦଳୀୟ ଜନପ୍ରତିନିଧି, ନେତା ଓ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି ।

ଉତ୍ତର ପ୍ରଦେଶର ମୀରଟରୁ ଆରମ୍ଭ ମଧ୍ୟପ୍ରଦେଶରର ଖରଗୋନେରେ ଶେଷ । ୫୧ ଦିନରେ ୧୪୨ ରାଲିରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି । ୪ ଟି ରୋଡ୍‌ ଶୋ ବି କରିଛନ୍ତି । ବିଜେପିର ଜୋରଦାର ପ୍ରଚାର ଅଭିଯାନରେ ୨୫ ରାଜ୍ୟ ଏବଂ ୨ ଟି କେନ୍ଦ୍ର ଶାସିତ ଅଞ୍ଚଳ ବୁଲିଛନ୍ତି ପ୍ରଧାନମନ୍ତ୍ରୀ ।  ଆଉ ପ୍ରଚାର ଶେଷର ସ୍ପିରିଚୁଆଲ୍‌ ବ୍ରେକ୍‌ ନେଇ ମେ ୧୮ ଓ ୧୯ ତାରିଖରେ କେଦାରନାଥ, ବଦ୍ରୀନାଥ ଦର୍ସନ କରିଛନ୍ତି ମୋଦି ।

ସର୍ବାଧିକ ଲୋକସଭା ଆସନ ଉତ୍ତର ପ୍ରଦେଶ ଉପରେ ସବୁ ତୁଙ୍ଗ ନେତାଙ୍କ ବେଶି ଫୋକସ । ୮୦ ଆସନ ବିଶିଷ୍ଟ ୟୁପିରେ ୨୯ ଟି ରାଲି କରିଛନ୍ତି ବିଜେପିର ନମ୍ବର ୱାନ ଷ୍ଟାର ପ୍ରଚାରକ ମୋଦି । ଉତ୍ତର ପ୍ରଦେଶ ପରେ  ବିଜେପିର  ବେଶି ଫୋକସ ଥିଲା ପଶ୍ଚିମବଙ୍ଗ । ମମତାଙ୍କ ଗଡ଼ରେ  ମୋଦି କରିଛନ୍ତି ୧୭ ରାଲି । କିନ୍ତୁ ପଶ୍ଚିମବଙ୍ଗଠୁ ଅଧିକ ଲୋକସଭା ଆସନ ଥିବା ମହାରାଷ୍ଟ୍ରରେ  ୯ ଟି ରାଲି କରିଛନ୍ତି ମୋଦି ।

ସେହିପରି ନିକଟରେ ହରାଇଥିବା ମଧ୍ୟପ୍ରଦେଶରେ ମୋଦି ୯ ଟି ରାଲି କରିଥିବା ବେଳେ ରାଜସ୍ଥାନରେ କରିଛନ୍ତି ୮ ରାଲି ଓ ସଭା। ମେଣ୍ଟ କରି ସରକାରରେ ଥିବା ବିହାରରେ ୧୧ ରାଲି କରି ଉଦବୋଧନ ଦେଇଛନ୍ତି ମୋଦି । ସେହିପରି କର୍ଣ୍ଣାଟକରେ ୭, ଗୁଜୁରାଟରେ ୭ ରାଲି କରିଛନ୍ତି । ପଞ୍ଜାବ, ହରିୟାନା ଓ ଝାଡଖଣ୍ଡରେ ୩ ଟି ଲେଖାଁଏ ରାଲି କରିଥିବା ବେଳେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳରେ ମୋଦି ୨ ଟି ଲେଖାଁଏ ରାଲି କରିଛନ୍ତି ।

ତେବେ ପଶ୍ଚିମବଙ୍ଗ ଭଳି ଓଡ଼ିଶା ଉପରେ ନଜର ରଖିଥିବା ବିଜେପି ଏଠାରେ  ମୋଦିଙ୍କୁ ନେଇ ୮ ଟି ପ୍ରଚାର ସଭା ଓ ରାଲି କରିଛି । ଏହା ସହ ଉତ୍ତରପୂର୍ବ ରାଜ୍ୟରେ ୮ ଟି ଲେଖାଏଁ ରାଲି କରିଛନ୍ତି ମୋଦି । ତେବେ ଏହି ପ୍ରଚାର ଅଭିଯାନରେ କେବଳ ନାଗାଲାଣ୍ଡକୁ ସେ ଯାଇନାହାନ୍ତି । ଦିଲ୍ଲୀ ,ଚଣ୍ଡିଗଡ କୁ ଛାଡି ଅନ୍ୟ କେଉଁ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଚାର କରିନାହାନ୍ତି ବିଜେପିର ଷ୍ଟାର ପ୍ରଚାରକ ନମ୍ବର ୱାନ୍ ।

ମୋଦିଙ୍କ ଭଳି ରାହୁଲ ଗାନ୍ଧି ବି କରିଛନ୍ତି ମେଗା କ୍ୟାମ୍ପେନ୍‌ । ତେବେ କଂଗ୍ରେସ ଅଧ୍ୟକ୍ଷ ସଂଖ୍ୟା ହିସାବରେ ମୋଦିଙ୍କ ଠାରୁ କିଛି ପଛରେ ରହିଛନ୍ତି । କଂଗ୍ରେସର ପ୍ରଚାର ମଙ୍ଗ ଧରିଥିବା ରାହୁଲ ଗାନ୍ଧି ୨୩ ଟି ରାଜ୍ୟ ସହ ୨ ଟି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଚାର ସଭା ଓ ରୋଡ ଶୋ କରିଛନ୍ତି । ମୋଟ ୧୨୩ ରାଲି ଓ ରୋଡ ଶୋ ରେ  କରିଛନ୍ତି କଂଗ୍ରେସ ପ୍ରାର୍ଥୀଙ୍କ ଲାଗି  ପ୍ରଚାର ।

ତେବେ ରାହୁଲ ୟୁପିରେ ସର୍ବାଧିକ ୧୯ ଟି ପ୍ରଚାର ସଭା କରିଥିବା ବେଳେ ମଧ୍ୟପ୍ରଦେଶରେ ୧୭, ରାଜସ୍ଥାନରେ ୧୨, କେରଳରେ ୧୧, କର୍ଣ୍ଣାଟକ ରେ ୭, ବିହାରରେ ୭ ସଭା ସହ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତରପୂର୍ବ ରାଜ୍ୟରେ ମୋଟ ୧୧ ନିର୍ବାଚନୀ ସଭା କରିଛନ୍ତି । ରାହୁଲଙ୍କ ପ୍ରଚାର ଅଭିଯାନରୁ ଗୋଆ, ତ୍ରିପୁରା ଏବଂ ଜାମ୍ମୁ-କାଶ୍ମିର ବାଦ ପଡିଥିଲା ।

ସେ ମଧ୍ୟ ମୋଦିଙ୍କ ଭଳି ଦିଲ୍ଲୀ, ଚଣ୍ଡିଗଡ଼ ବ୍ୟତୀତ ଆଉ କେଉଁ କେନ୍ଦ୍ରଶାସିତ ଅଞ୍ଚଳକୁ  ପ୍ରଚାର କରିବାକୁ ଯାଇନାହାନ୍ତି । ପ୍ରଚାର ଷ୍ଟାଇଲ୍‌ରେ ମୋଦି ଏବଂ ରାହୁଲଙ୍କ ଭିତରେ ଆଉ ଏକ ପାର୍ଥକ୍ୟ ହେଲା ମୋଦି କୌଣସି ନିର୍ବାଚନ ମଣ୍ଡଳୀକୁ ଦୁଇଥିର ଯାଇନାହାନ୍ତି । କିନ୍ତୁ ରାହୁଲ ଆମେଥି, ୱାଇନାଡ ସହ କିଛି ଲୋକସଭା ନିର୍ବାଚନ ମଣ୍ଡଳୀକୁ ଏକାଧିକ ଥର ଯାଇଛନ୍ତି ।

ମୋଦି ଏବଂ ରାହୁଲଙ୍କ ବ୍ୟତୀତ ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ପ୍ରଚାର ରାଲି, ରୋଡ ଶୋରେ ସେଞ୍ଚୁରି ଟପିଛନ୍ତି । ସେହିପରି ୨୦୧୯ ନିର୍ବାଚନ ପ୍ରଚାର ବେଳେ ଅଧିକ ସଭା, ଶୋଭାଯାତ୍ରା କରିଥିବା ନେତାଙ୍କ ମଧ୍ୟରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧି, ବିଜେପିର ସୁଷମା ସ୍ୱରାଜ, ରାଜନାଥ ସିଂହ, ନିତିନ ଗଡକରି  ପ୍ରମୂଖଙ୍କ ନାମ ରହିଛି ।

ଏହା ବ୍ୟତୀତ ଆଞ୍ଚଳିକ ଦେଳର ନେତାଏ ନିଜ ନିଜ ରାଜ୍ୟରେ ବି କରିଛନ୍ତି ମାରାଥନ ପ୍ରଚାର।

   Related Posts