ମୋଦି ସରକାରଙ୍କ ନୂଆ ଯୋଜନା : ଆସିବ ଜିଏସଟି ବିଲ୍ ଲଟେରୀ ସ୍କିମ୍ , ବିଲ୍ ଆଣ ୧୦ଲକ୍ଷରୁ କୋଟିଏ ଜିତ !

Published By : Prameya-News7 Bureau | February 05, 2020 IST

ନୂଆଦିଲ୍ଲୀ ୫/୨: ସପିଙ୍ଗ୍ କରୁଥିବା ଲୋକଙ୍କ ପାଇଁ ଖୁବ୍ ଶୀଘ୍ର ଭଲ ଦିନ ଆସୁଛି। ମୋଦି ସରକାର ଖୁବ୍ ଶୀଘ୍ର ସପିଙ୍ଗ୍ କରୁଥିବା ଲୋକଙ୍କ ପାଇଁ ଏକ ନୂଆ ସ୍କିମ୍ ଆଣିବାକୁ ଯାଉଛି ଯାହା ଅନୁସାରେ ଗ୍ରାହକ ସପିଙ୍ଗ୍ କଲେ ୧୦ଲକ୍ଷରୁ ଏକ କୋଟି ଟଙ୍କା ଜିତି ପାରିବେ। ଏଥିପାଇଁ ଗ୍ରାହକଙ୍କୁ ଜିନିଷ କିଣିବା ସମୟରେ ଜିଏସଟି ବିଲ୍ ଆଣିବାକୁ ପଡ଼ିବ। ଜିଏସଟି ଲଟେରୀ ଯୋଜନା ଆଣୁଛି ଯାହା ଅନୁସାରେ ଗ୍ରାହକ ସପିଙ୍ଗ୍ କଲେ ୧୦ଲକ୍ଷ ଟଙ୍କାରୁ ଆରମ୍ଭ କରି ଏକ କୋଟି ଟଙ୍କା ଜିତି ପାରିବେ। ଜିଏସଟିର ପ୍ରତି ବିଲରେ ଲଟେରି ଜିତିବାର ସୁଯୋଗ ପାଇବେ।

ଏହି ନୂଆ ଯୋଜନା ଦ୍ବାରା ଗ୍ରାହକ ମଧ୍ୟ ଟ୍ୟାକ୍ସ ଦେବାକୁ ପ୍ରୋତ୍ସାହିତ ହେବେ। ଏହାର ଡ୍ର ବାହାର କରାଯିବ। ଗ୍ରାହକଙ୍କୁ ସ୍କିମରେ ଭାଗ ନେବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ତାଙ୍କୁ ଖାଲି ନିଜର ଜିଏସଟି ବିଲକୁ ପୋର୍ଟାଲରେ ଅପଲୋଡ କରିବାକୁ ପଡ଼ିବ। ଏହା ପରେ କମ୍ପ୍ୟୁଟର ପଦ୍ଧତିରେ ଡ୍ର ହେବ। ଏହା ପରେ ବିଜେତାଙ୍କୁ ଏହା ବିଷୟରେ ସୂଚନା ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.