Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

କେନ୍ଦ୍ରକୁ ପୁଣି ରାହୁଲଙ୍କ ଟାର୍ଗେଟ : କହିଲେ, ‘ଚାଷୀଙ୍କ ଲୁହ ପୋଛିବା ବଦଳରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରୁଛନ୍ତି ସରକାର’

5/01/2021 at 7:23 PM

ନୂଆଦିଲ୍ଲୀ ୦୫/୦୧ : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପାରିତ ହୋଇଥିବା ୩ଟି କୃଷି ଆଇନକୁ ଫେରାଇ ନେବା ପାଇଁ ପୁଣି ଥରେ ଦାବି କରିଛନ୍ତି ରାହୁଲ ଗାନ୍ଧୀ । ଏହା ସହ ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଉଦାସୀନତା ଏବଂ ଅହଙ୍କାର ଯୋଗୁଁ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି ।

କେବଳ ସେତିକି ନୁହେଁ ଆନ୍ଦୋଳନରତ ଚାଷୀମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଏହାକୁ ନେଇ ରାହୁଲ ଟ୍ବିଟ୍ କରି କହିଛନ୍ତି, ସରକାର ଚାଷୀମାନଙ୍କ ଲୁହ ପୋଛିବା ବଦଳରେ ଲୁହ ବୁହା ଗ୍ୟାସ୍ ପ୍ରଯୋଗ କରୁଛନ୍ତି । ଏହି ଭଳି କ୍ରୁରତା କେବଳ ପୁଞ୍ଜିପତିମାନଙ୍କ ବ୍ୟବସାୟ ବଢାଇବାରେ ସହଯୋଗ କରିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏହା ସହ ସେ କହିଛନ୍ତି ୩ଟି ଯାକ କୃଷି ଆଇନକୁ ତୁରନ୍ତ ଫେରସ୍ତ କରାଯିବା ଉଚିତ ।

ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର ଚାଷୀମାନେ ଗତ ଦେଢ ମାସ ହେଲା ଆନ୍ଦୋଳନ ଜାରି ରଖିଛନ୍ତି । ଚାଷୀ ସଂଗଠନଗୁଡିକର ଦାବି ହେଉଛି, ନୂଆ କୃଷି ଆଇନକୁ ରଦ୍ଦ କରାଯାଉ ଏବଂ ଏମଏସପି ଆଇନକୁ ପାରିତ କରାଯାଉ ।

ସେପଟେ ସରକାରଙ୍କ କହିବା କଥା ଯେ, ଏହି ଆଇନ କୃଷି କ୍ଷେତ୍ରରେ ବଡ ଧରଣର ସୁଧାର ଆଣିବା ପାଇଁ ପାରିତ କରାଯାଇଛି । ଏହା ଦ୍ବାରା କୃଷି କ୍ଷେତ୍ରରେ ଦଲାଲମାନଙ୍କ ଯୁଗ ଶେଷ ହେବ ଏବଂ ଚାଷୀମାନେ ଦେଶର ଯେକୌଣସି ସ୍ଥାନରେ ନିଜର ଉତ୍ପାଦନ ବିକ୍ରି କରିପାରିବେ । ଚାଷୀ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ୮ଥର ବୈଠକ ସରିଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଜାନୁୟାରୀ ୮ ତାରିଖରେ ଚାଷୀମାନଙ୍କ ସହ ପୁନଶ୍ଚ ବୈଠକ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର ।

   Related Posts