Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଦ୍ଵିତୀୟ ରିଲିଫ ପ୍ୟାକେଜ୍ ଉପରେ କାମ କରୁଛି ମୋଦୀ ସରକାର, ମଧ୍ୟମ ବର୍ଗ ଓ କ୍ଷୁଦ୍ର ବେପାରୀ ଉପରେ ରହିବ ଫୋକସ୍

7/09/2020 at 6:16 PM

ନୂଆଦିଲ୍ଲୀ ୦୭।୦୯: ଅର୍ଥବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍‌କୁ ଆଣିବା ପାଇଁ କେନ୍ଦ୍ର ସରକାର ଦ୍ଵିତୀୟ ରିଲିଫ ପ୍ୟାକେଜ୍‌ ଉପରେ କାମ ଜାରି ରଖିଛନ୍ତି। ଦ୍ଵିତୀୟ ରିଲିଫ ପ୍ୟାକେଜ୍‌ ମଧ୍ୟମ ବର୍ଗ ଏବଂ କ୍ଷୁଦ୍ର ବେପାରୀଙ୍କ ଉପରେ କେନ୍ଦ୍ରିତ ରହିବ। କିଛି ଦିନ ପୂର୍ବେ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ଭି ସୁବ୍ରମଣ୍ୟମ କହିଥିଲେ ଖୁବ୍ ଶୀଘ୍ର ଦ୍ଵିତୀୟ ରିଲିଫ ପ୍ୟାକେଜ୍‌ ଘୋଷଣା କରାଯାଇପାରେ। ସରକାରଙ୍କ ଅନୁଯାୟୀ ସାଂପ୍ରତିକ ସ୍ଥିତିରେ ଦ୍ଵିତୀୟ ରିଲିଫ ପ୍ୟାକେଜ୍‌ର ଘୋଷଣା ଲାଭଦାୟୀ ହେବ କାରଣ ଏବେ ଲକ୍‌ଡାଉନ୍‌ ଶେଷ ହୋଇ ସାରିଛି ଏବଂ ଅଧିକାଂଶ ରାଜ୍ୟରେ କାରବାର ଓ ଅନ୍ୟ ସେବା ଖୋଲି ସାରିଛି।

ଅର୍ଥ ମନ୍ତ୍ରଣାଳୟରେ ଘନ ଘନ ବୈଠକ ଜାରି ରହିଛି। ଯଦ୍ଵାରା ଅର୍ଥବ୍ୟବସ୍ଥାକୁ ପୁନରୁଦ୍ଧାର କରିବା ପାଇଁ ଉଚିତ୍ ମାର୍ଗ ବାହାର କରାଯାଇ ପାରିବ। ଏହି ଦୃଷ୍ଟିରୁ ଗତ ଦୁଇ ମାସରେ ଅନେକ ବୈଠକ ହୋଇ ସାରିଛି। ନିକଟରେ ଦେଶର ଜିଡିପି ସାମ୍ନାକୁ ଆସିବା ପରେ ସରକାରଙ୍କୁ ସମାଲୋଚନା କରାଯାଇଛି। ଏପ୍ରିଲ-ଜୁନ ତ୍ରୈମାସରେ ଆର୍ଥିକ ଅଭିବୃଦ୍ଧି ହାର -୨୩.୯ ପ୍ରତିଶତ ରହିଛି। ଭାରତ ସମଗ୍ର ଦୁନିଆରେ ସେହି ଦେଶ ମଧ୍ୟରୁ ଏକ, ଯେଉଁଠି ଅର୍ଥବ୍ୟବସ୍ଥାକୁ ସବୁଠୁ ବଡ ଝଟକା ଲାଗିଛି।

ପିଏମଓ ଉପରେ ନଜର

ଜିଡିପି ଅଭିବୃଦ୍ଧି ହାର ସାମ୍ନାକୁ ଆସିବା ପରେ ଅର୍ଥ ମନ୍ତ୍ରଣାଳୟ ଆଗାମୀ ଚ୍ୟାଲେଞ୍ଜ ବିଷୟରେ ସତର୍କ ରହିଛି। ଚଳିତ ଆର୍ଥିକ ବର୍ଷର ଅନ୍ୟ ତ୍ରୈମାସରେ ଜିଡିପିରେ କୌଣସି ସୁଧାର ସଙ୍କେତ ଦେଖାଯାଉ ନାହିଁ। ଅନେକ ବିଶେଷଜ୍ଞ  ଅନୁମାନ ଏହା ଯେ ଚଳିତ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ୭ ରୁ ୯.୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିପାରେ।

   Related Posts