ମୋଦି ସରକାରଙ୍କ ନୂଆ ଯୋଜନା, ୬୯ ହଜାର ପେଟ୍ରୋଲ ପମ୍ପରେ ଲାଗିବ ଇଭି ଚାର୍ଜିଙ୍ଗ କିଓସ୍କ

Published By : Prameya-News7 Bureau | September 06, 2020 IST

ନୂଆଦିଲ୍ଲୀ ୦୬/୦୯: କେନ୍ଦ୍ର ସରକାର ଦେଶରେ ପ୍ରାୟ ୬୯ ହଜାର ପେଟ୍ରୋଲ ପମ୍ପରେ ପାଖାପାଖି ଗୋଟିଏ ଇଲେକଟ୍ରିକ୍ ବାହନ (ଇଭି) ଚାର୍ଜିଙ୍ଗ କି‌ୟୋସ୍କ ଲଗାଇବା ଯୋଜନା କରୁଛନ୍ତି। ଏହା ଦ୍ବାରା ଇଲେକଟ୍ରିକ୍ ଗାଡ଼ି ବା ବିଜୁଳି ଚାଳିତ ଗାଡ଼ିକୁ ପ୍ରୋତ୍ସାହନ ମିଳିବ। ଏହା ବାଦ୍ ସରକାର କମ୍ପାନି ଗୁଡ଼ିକ (ସିଓସିଓ) ଏବଂ ସରକାରୀ ରିଫାଇନାରୀ କମ୍ପାନି ଗୁଡ଼ିକ ଦ୍ବାରା ପରିଚାଳିତ କମ୍ପାନୀର ସମସ୍ତ ପେଟ୍ରୋଲ ପମ୍ପରେ ଇଭି ଚାର୍ଜିଙ୍ଗ କିଓସ୍କକୁ ବାଧ୍ୟତାମୂଳକ କରିବା ବିଚାର କରାଯାଉଛି।

{"id":325791,"sizeSlug":"large"}

ବିଜୁଳି ମନ୍ତ୍ରୀ ଆର କେ ସିଂହ ପ୍ରେଟ୍ରୋଲିୟମ ମନ୍ତ୍ରାଳୟର ଶୀର୍ଷ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଯେ  ପେଟ୍ରୋଲିୟମ ବିପଣନ କମ୍ପାନି ସବୁ ସିଓସିଓ ପେଟ୍ରୋଲ ପମ୍ପରେ ଚାର୍ଜିଙ୍ଗ କିଓସ୍କ ଲଗାଇବା ଆଦେଶ ଜାରି କରିପାରିବେ। ଫ୍ରାଞ୍ଚାଇଜ୍ ପେଟ୍ରୋଲ ପମ୍ପର ପରିଚାଳକଙ୍କୁ ନିଜ ଇନ୍ଧନ ଷ୍ଟେସନରେ ଅତି କମରେ ଗୋଟିଏ ଚାର୍ଜିଙ୍ଗ କିଓସ୍କ ଲଗାଇବା ପରାମର୍ଶ ଦିଅାଯାଇପାରିବ। ଏଥିରେ ଦେଶର ସବୁ ପେଟ୍ରୋଲ ପମ୍ପରେ ଇଭି ଚାଜିର୍ର୍ଂ ସୁବିଧା ଲଗାଯାଇପାରିବ। ପେଟ୍ରୋଲ ପମ୍ପର ନୂଆ ଦିଶାନିର୍ଦେଶ ଅନୁସାରେ ସବୁ ନୂଆ ପେଟ୍ରୋଲ ପମ୍ପରେ ଗୋଟିଏ ବିକଳ୍ପ ଇନ୍ଧନ ଅନିବାର୍ଯ୍ୟ।

{"id":325793,"sizeSlug":"large"}

ଦେଶରେ ପ୍ରାୟ ୬୯ ହଜାର ପେଟ୍ରୋଲ ପମ୍ପ ଅଛି। ସବୁ ପେଟ୍ରୋଲ ପମ୍ପରେ ଇଭି ଚାର୍ଜିଙ୍ଗ ସୁବିଧା ଦ୍ବାରା ଇଲେକଟ୍ରିକ୍ ବାହନକୁ ପ୍ରୋତ୍ସାହନ ମିଳିବ। ଏବେ ଚାଜିର୍ର୍ଂ ସୁବିଧା ଅଭାବରୁ ଇଲେକଟ୍ରିକ୍ ଗାଡ଼ି କିଣିବାକୁ ଇଚ୍ଛା କରୁ ନାହାନ୍ତି। ଦିଲ୍ଲୀ, କୋଲକତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଭଡୋଦରା ଓ ଭୋପାଲରେ ଇଭି ଚାର୍ଜିଙ୍ଗ ଢ଼ାଞ୍ଚା ଲଗାଇବା ଯୋଜନା ହେଉଛି। ଏହା ବ୍ୟତୀତ ରାଜମାର୍ଗରେ ବି ଇଭି ଚାର୍ଜିଙ୍ଗ ଲଗାଇବା ଯୋଜନା ଅଛି। କୌଣସି ସହରରେ ଦୁଇଟି କି ତିନିଟି ଚାର୍ଜିଙ୍ଗ ଷ୍ଟେସନ ଲଗାଇବା ଟଙ୍କା ନଷ୍ଟ ସହ ସମାନ ବୋଲି ମନ୍ତ୍ରୀ କହିଛନ୍ତି। ତେବେ କେନ୍ଦ୍ର ସରକାର ଦିଲ୍ଲୀରେ ସାର୍ବଜନିକ ପରିବହନକୁ ପୂରା ବିଜୁଳି ଚାଳିତ କରିବା ନେଇ ପ୍ରସ୍ତୁତି ଚାଲିଛି। ପରେ ଅନ୍ୟ ସହରରେ ଏହାକୁ ଲାଗୁ କରିବା ଯୋଜନା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.