ଏହି ବ୍ୟବସାୟ କରି ଭଲ ରୋଜଗାର କରନ୍ତୁ, ଆପଣଙ୍କୁ ସାହାଯ୍ୟ କରିବେ ମୋଦି ସରକାର

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୦୮/୧୨ : କେନ୍ଦ୍ର ସରକାର ଅର୍ଥବ୍ୟବସ୍ଥାକୁ ବୁଷ୍ଟ ଦେବା ପାଇଁ ନିର୍ମାଣ ସେକ୍ଟର ଗୁଡିକ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ମୋଦି ସରକାର ନିର୍ମାଣ କ୍ଷେତ୍ରର ୧୦ଟି ସେକ୍ଟରକୁ ଏହି ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଥିଲେ । ଏହି ସେକ୍ଟରମାନଙ୍କ ମଧ୍ୟରେ ଏପରି ଏକ ସେକ୍ଟର ଅଛି ଯେଉଁଥିରେ ଯୋଡି ହୋଇ ଅନେକାଂଶରେ ଫାଇଦା ଉଠାଇବା ସହିତ ନିଜର ରୋଜଗାର ବଢାଇହେବ । ସେହି ସେକ୍ଟର ହେଉଛି ଏୟାର୍ କଣ୍ଡିସନର୍ ଏବଂ ଏଲଇଡି ନିର୍ମାଣ ସେକ୍ଟର ।  ଏହି  ସେକ୍ଟର ପାଇଁ କେନ୍ଦ୍ର ସରକାର ୬ ହଜାର ୨ ଶହ କୋଟି ଟଙ୍କାର ପିଏଲଆଇ ଦେବାକୁ ଘୋଷଣା କରିଛନ୍ତି ।

{"id":374509,"width":575,"height":568,"sizeSlug":"large"}

ଏଲଇଡି ଲାଇଟ୍ ବର୍ତ୍ତମାନ ମଣିଷ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଯାଇଛି ।  ଘରକୁ ଆଲୋକମୟ କରିବା ହେଉ କିମ୍ବା ସଡକ-ପରିବହନ ଏବଂ ଅଟୋ ସେକ୍ଟରରେ ମଧ୍ୟ ଏଲଇଡି ଲାଇଟର ବ୍ୟବହାର ବହୁଳ ପରିମାଣର ହେଉଛି । କେବଳ ସେତିକି ନୁହେଁ ଏଲଇଡି ଲାଇଟ ବ୍ୟବହାର ଦ୍ବାରା ବିଜଳି ବିଲ ମଧ୍ୟ କମ ଆସୁଛି । ଏହା ଦ୍ବାରା ଏଲଇଡି ବଲବ୍ ନିର୍ମାଣ କାମ ଆରମ୍ଭ କରି ଆପଣ ଆପଣଙ୍କ ରୋଜଗାର ବଢାଇ ପାରିବେ  । ଏଥିପାଇଁ କେନ୍ଦ୍ର ସରକାରଙ୍କ MSME ବିଭାଗ ଅନେକ ସଂସ୍ଥାକୁ ଏଲଇଡି ବଲବ୍ ନିର୍ମାଣ ପାଇଁ ଟ୍ରେନିଂ ମଧ୍ୟ ଦେଉଛି ।

{"id":374510,"width":577,"height":544,"sizeSlug":"large"}

ଯଦି ଆପଣ ଏହି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଏହାର ଟ୍ରେନିଂ ନେବାକୁ ପଡିବ  । ଏହି ଟ୍ରେନିଂ ପାଇଁ ଆପଣଙ୍କର ଫିସ୍ ରହିବ ୫ ହଜାର ଟଙ୍କା । ଟ୍ରେନିଂ ମାଧ୍ୟମରେ ଆପଣଙ୍କୁ ଏଲଇଡି ବଲବ୍ ତିଆରି ପାଇଁ ସମସ୍ତ ପ୍ରକାର ସୂଚନା ଦିଆଯିବ । IDEMI ଦ୍ବାରା ୩ଦିନିଆ କୋର୍ସ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.