ମୋଦୀ ସରକାରଙ୍କ ନିଷ୍ପତ୍ତି, ଏଥର କାଶ୍ମୀର ଘାଟୀକୁ ବିମାନରେ ଯାତାୟତ କରିବ ସେନା
21/02/2019 at 5:13 PM

ନୂଆଦଲ୍ଲୀ୨୧|୨: ପୁଲୱାମାରେ ହୋଇଥିବା ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ଗୁରୁବାର ଦିନ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ କଶ୍ମୀରରେ ଥିବା ସେନା ବାହିନୀ ଶ୍ରୀନଗର ଯିବା ପାଇଁ ଆଉ ରାସ୍ତାରେ ଯାତାୟକ କରିବେ ନାହିଁ। ଜବାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏବେ ସବୁ ଜବାନ ଉଡାଜାହଜରେ ଯିବା ଆସିବା କରିବେ। ଏହି ଆଦେଶକୁ ଗୁରୁବାରଠୁ ପାଳନ କରିବା ପାଇଁ ଘୋଷଣା କରାଯାଇଛି। ସେନା ବାହିନୀଙ୍କ ମୁଖ୍ୟଙ୍କୁ ଏହି ସୂଚନା ବିଷୟରେ ବୁଧୁବାର ଦିନ ସୂଚନା ଦିଆଯାଇସାରିଛି।

ଏହି ଆଦେଶ ଆସାମ ରାଇଫିଲ୍ସ, ବିଏସଏଫ, ସିଆରପିଏଫ, ଆଇଟିବିପି, ଏସଏସବି, ଏବଂ ଏନଏସଜି ଜବାନଙ୍କ କ୍ଷେତ୍ରରେ ଲାଗୁ ହେବ। କୌଣସି ଜବାନ ଡ୍ୟୁଟିରୁ ଫେରିଲା ବେଳେ କିମ୍ୱା ଟ୍ରାନ୍ସଫର ହୋଇଥିଲେ ତାଙ୍କୁ ଜମ୍ମୁ ବେସ କ୍ୟାମ୍ପ ବା ନୂଆଦିଲ୍ଲୀରୁ ଶ୍ରୀନଗର ଉଡା ଜାହାଜରେ ପଠା ଯିବ। କେବଳ ସେତିକି ନୁହଁ ଘରୁ ଫେରିଲା ବେଳେ ମଧ୍ୟ ଜବାନଙ୍କୁ ବିମାନ ଯାତ୍ରାର ସୁବିଧା ମିଳିବ।
ପ୍ରଥମେ ଏହି ସୁବିଧା ବରିଷ୍ଠ ଅଧିକାରୀଙ୍କୁ ମିଳୁଥିଲା କିନ୍ତୁ ଏବେ ଏହି ସେବା ସବୁ ଜବାନଙ୍କୁ ମିଳିବାର ଘୋଷଣା କରାଯାଇଛି। ଗୃହମନ୍ତ୍ରୀ ଏହି ଆଦେଶ ଗୁରୁବାର ଦିନ ଟୁଇଟ୍ କରି ଘୋଷଣା କରିଛନ୍ତି।
– ଦିଲ୍ଲୀରୁ ଶ୍ରୀନଗର, ଶ୍ରୀନଗରରୁ ଦିଲ୍ଲୀ, ଜମ୍ମୁରୁ ଶ୍ରୀନଗର ରାସ୍ତାରେ ପ୍ରତ୍ୟେକ ଜବାନଙ୍କୁ ଏହି ସୁବିଧା ମିଳିବ।

– ପାଖା ପାଖି ୭ ଲକ୍ଷ ୮୦ ହଜାର ଜବାନଙ୍କୁ ଏହି ସେବାର ଫାଇଦା ହେବ।
– ଏଥିରେ କଣଷ୍ଟେବଲ, ହେଡ କଣଷ୍ଟେବଲ, ଆସିସଷ୍ଟେଣ୍ଟ ସବ ଇନିସପେକ୍ଟରଙ୍କୁ ମଧ୍ୟ ଫାଇଦା ମିଳିବ।

୧୪ ଫେବୃଆରୀ ପୁଲୱାମାରେ ହୋଇଥିବା ଏହି ହମଲାରେ ସିଆରପିଏଫ ଜବାନ ରାସ୍ତା ଦେଇ ଜମ୍ମୁରୁ ଶ୍ରୀନଗର ଯାଉଥିଲେ। ଏହାର ଫାଇଦା ନେଇ ଜୈସ-ଏ-ମହମ୍ମଦ ଆତଙ୍କବାଦୀମାନେ ସେନାଙ୍କୁ ଟାର୍ଗେଟ କରିଥିଲେ। ୭୮ ବାହାନରେ ୨୫୦୦ ଜବାନ ଜମ୍ମୁରୁ ଶ୍ରୀନଗର ଯାଉଥିଲେ। ପୁଲୱାମା ପହଞ୍ଚିଲା ପରେ ଜୈସ-ଏ-ମହମ୍ମଦର ଆତଙ୍କବାଦୀଙ୍କ ବିସ୍ଫୋରକ ଭର୍ତ୍ତି ଗାଡି ସେନା ଗାଡି ମଝିରେ ପସିଥିଲା। ଫଳରେ ବିସ୍ଫୋରଣ ହୋଇଥିଲା ଓ ୪୪ ଜବାନ ସହିଦ ହୋଇଥିଲେ।
ଗତ ଥର ବିସ୍ଫୋରଣ ହେଲା ପରେ ମଧ୍ୟ ଗୃହମନ୍ତ୍ରୀ ବଡ ଘୋଷଣା କରିଥିଲେ ଯେ ସେନା ବାହିନୀଙ୍କ ଗାଡି ରାସ୍ତାରେ ଗଲା ବେଳେ ସାଧାରଣ ଲୋକ ଯାଇ ପାରିବେ ନାହିଁ।
Related Posts
ପୁଣି ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା ୪.୧
16 January 2021