Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପ୍ରତିବର୍ଷ ୪ ହଜାର ଛାତ୍ରଛାତ୍ରୀଙ୍କୁ ପଢିବାକୁ ବିଦେଶକୁ ପଠାଉଛନ୍ତି ମୋଦି ସରକାର, ଆପଣ ମଧ୍ୟ ଉଠାଇ ପାରିବେ ଏହି ଯୋଜନାର ଲାଭ

28/09/2020 at 3:04 PM

ନୂଆଦିଲ୍ଲୀ ୨୮/୦୯ : ଯୁବ ଅନୁସୂଚିତ ଜାତି-ଜନଜାତି ବର୍ଗର ହୁନତୁ କିମ୍ବା ଅଳ୍ପସଂଖ୍ୟକ ଜାତିର, ସରକାର ସମସ୍ତଙ୍କୁ ପାଠ ପଢି ଦେଶର ଉନ୍ନତିରେ ଯୋଗଦାନ ଦେବାକୁ ମଉକା ଦେଉଛନ୍ତି | ସେଥିପାଇଁ ପ୍ରତିବର୍ଷ ସରକାରଙ୍କ ପ୍ରୟାସରେ ଯୁବ ଛାତ୍ରଙ୍କୁ ପଢିବାକୁ ବିଦେଶ ପଠାଯାଉଛି | ମୋଦି ସରକାରଙ୍କ ତରଫରୁ ଲାଗୁ ହୋଇଥିବା ୫ଟି ଯୋଜନାର ଲାଭ ଉଠାଇ ଛାତ୍ର ବିଦେଶ ପଢିବାକୁ ଯାଉଛନ୍ତି |

ନିୟମ ପୁରା କରିବା ପରେ ଛାତ୍ରଙ୍କ ପଢା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଛନ୍ତି | କିଛି ସହଜ ନିୟମର ଲାଭ ଉଠାଇ ଆପଣ ମଧ୍ୟ ନିଜ ପୁଅ-ଝିଅଙ୍କର ବିଦେଶରେ ପଢିବା ସ୍ବପ୍ନ ପୁରା କରିପାରିବେ | ଏହି ୫ଟି ଯୋଜନା ହେଲା, ରାଷ୍ଟ୍ରୀୟ ବିଦେଶୀ ଛାତ୍ରବୃତ୍ତି, ରାଷ୍ଟ୍ରୀୟ ପ୍ରବାସୀ ଛାତ୍ରବୃତ୍ତି, ପଢୋ ପରଦେଶ, ୟୁଜିସି ଛାତ୍ରବୃତ୍ତି ଓ ସାଂସ୍କୃତିକ ଏବଂ ଶିକ୍ଷାଗତ ବିନିମୟ କାର୍ଯ୍ୟକ୍ରମ ଛାତ୍ରବୃତ୍ତି |

– ରାଷ୍ଟ୍ରୀୟ ବିଦେଶୀ ଛାତ୍ରବୃତ୍ତିର ଲାଭ ଏସସି ଓ ଘୁମତି ଜାତିର ଛାତ୍ରଙ୍କୁ ଦିଆଯାଏ | ଏହି ଛାତ୍ରବୃତ୍ତିର ଲାଭ ସାମାଜିକ ନ୍ୟାୟ ଓ ଅଧିକାରୀତା ମନ୍ତ୍ରାଳୟ ଦ୍ୱାରା ଦିଆଯାଏ |

– ରାଷ୍ଟ୍ରୀୟ ପ୍ରବାସୀ ଛାତ୍ରବୃତ୍ତିର ଲାଭ ଏସଟି ଜାତିର ମେଧାବୀ ଛାତ୍ରଙ୍କୁ ଦିଆଯାଏ | ଏହି ଛାତ୍ରବୃତ୍ତି ଜନଜାତି ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥାଏ |

– ପଢୋ ପରଦେଶ ଛାତ୍ରବୃତ୍ତି ଅଳ୍ପସଂଖ୍ୟକ ମନ୍ତ୍ରାଳୟ ତରଫରୁ ଦିଆଯାଇଥାଏ | ପ୍ରତିବର୍ଷ ପାଖାପାଖି ସାଢେ ୩ ହଜାର ଅଳ୍ପସଂଖ୍ୟକ ଯୁବ ଏହି ଯୋଜନାର ଫାଇଦା ଉଠାଇଥାନ୍ତି | 

– ହଙ୍ଗେରୀ ସରକାରଙ୍କ ସହଯୋଗରେ ଚାଲୁଥିବା ଏକ କାର୍ଯ୍ୟକ୍ରମ ଅନୁସାରେ ୟୁଜିସି ସେଠାରେ ପଢିବା ପାଇଁ ଛାତ୍ରବୃତ୍ତି ଜାରି କରିଥାଏ | ପ୍ରତିବର୍ଷ ୨୦୦ ଛାତ୍ରଙ୍କୁ ଏହି ଯୋଜନାରେ ହଙ୍ଗେରୀରେ ପଢିବାକୁ ମଉକା ଦିଆଯାଇଥାଏ |

– ସାଂସ୍କୃତିକ ଏବଂ ଶିକ୍ଷାଗତ ବିନିମୟ କାର୍ଯ୍ୟକ୍ରମ ଛାତ୍ରବୃତ୍ତି ଅନୁସାରେ ଛାତ୍ରଙ୍କୁ ଚୟନ କରି ସେମାନଙ୍କୁ ଚୀନ, ଇଟାଲୀ, ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ଓ ୟୁକେ ପଠାଯାଇଥାଏ |

କିଭଳି ଆବେଦନ କରିବେ ଜାଣନ୍ତୁ :

ବୈଧ ରାଷ୍ଟ୍ରୀୟ ପରିଚୟ ପ୍ରମାଣପତ୍ର କିମ୍ବା ପାସପୋର୍ଟ, ପ୍ରାର୍ଥୀଙ୍କ ଫଟୋ, ଜାତୀୟ ପରୀକ୍ଷା ଅଙ୍କ, ଏକାଡେମିକ୍ ସାର୍ଟିଫିକେଟ୍, ଆନ୍ତର୍ଜାତୀୟ ପରୀକ୍ଷା ଅଙ୍କ (GRE, GMAT, DELF, YDS, YOS, ), ଭାଷା ପରୀକ୍ଷଣ ଅଙ୍କ, ପିଏଚଡିରେ ଦାଖଲ ହେଉଥିବା ପ୍ରାର୍ଥୀଙ୍କ ଅନୁସନ୍ଧାନ ପ୍ରସ୍ତାବ ଏବଂ ଲିଖିତ କାର୍ଯ୍ୟର ଉଦାହରଣ, ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ ଅଧିକ ନ ହେବା ଦରକାର, ପିଜି କୋର୍ସ ପାଇଁ ସ୍ନାତକ ପାଇଁ ୬୦ ପ୍ରତିଶତ ଓ ପିଏଚଡି ଆଇଁ ସ୍ନାତକୋତ୍ତର ପାଇଁ ୬୦ ପ୍ରତିଶତ ଥିବା ଦରକାର, ଗୋଟିଏ ପରିବାରର ଦୁଇ ଜଣ ଏହି ଯୋଜନାର ଲାଭ ଉଠାଇ ପାରିବେ |

   Related Posts