Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ମଧ୍ୟବିତ୍ତ ବର୍ଗଙ୍କୁ ରିଟର୍ନ ଗିଫ୍ଟ ଦେବେ ମୋଦି ! ଛାଡ ହେବ ୫ ଲକ୍ଷ ଟଙ୍କା

27/05/2019 at 3:55 PM

ନୂଆଦିଲ୍ଲୀ ୨୭/୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଶାସନକୁ ଫେରିଛନ୍ତି । ଏହି ନୂଆ ସରକାରଙ୍କ ପ୍ରଥମ ସମ୍ପୂର୍ଣ ବଜେଟ ଜୁଲାଇ ମାସରେ ଆସିବ ବୋଲି ଆଶା କରାଯାଉଛି । ଏହି ବଜେଟରେ ମୋଦି ସରକାର ମଧ୍ୟବର୍ତ୍ତୀ ବର୍ଗ ପରିବାରଙ୍କୁ ନଜରରେ ରଖି କିଛି ବଡ ବଡ ଉପହାର ଦେଇଇପାରନ୍ତି । ତେବେ ସବୁଠାରୁ ବଡ ଉପହାର ହେବ ଟ୍ୟାକ୍ସରୁ ମୁକ୍ତି ।

ଲୋକସଭା ନିର୍ବାଚନ ପୁର୍ବରୁ ଅନ୍ତରୀଣ ବଜେଟ୍ ପେଶ କରିବାବେଳେ ତତ୍କାଳୀନ ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ଅୟ କରୁଥିୁବା ଚାକିରୀଆଙ୍କ ପାଇଁ ଟ୍ୟାକ୍ସ ଛାଡ କରିଥିଲେ । କିନ୍ତୁ ୫ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଚାକିରୀଆଙ୍କ ପାଇଁ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ରହିଛି ।

ଏବେ ମୋଦି ସରକାର ପୁଣି ଶାସନକୁ ଆସିବା ପରେ ଟ୍ୟାକ୍ସ ବ୍ୟବସ୍ଥାରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ଅନ୍ତରୀଣ ବଜେଟ୍ ପେଶବେଳେ ପିୟୁଷ ଗୋୟଲ କହିଥିଲା ଯେ, ସମ୍ପୂର୍ଣ ବଜେଟ ପେଶ କଲାବେଳେ ମଧ୍ୟବିତ୍ତ ବର୍ଗଙ୍କୁ ନଜରରେ ରଖି ବଜେଟ ପେଶ କରାଯିବ । ସମ୍ପୂର୍ଣ ବଜେଟରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଇନକମ୍ ଟ୍ୟାକ୍ସରେ ପରିବର୍ତ୍ତନ କରାଯାଇପାରେ । ଏହାଛଡା  ଇନକମ୍ ଟ୍ୟାକ୍ସ ବିନିଯୋଗ ସୀମା ୧.୫୦ ଲକ୍ଷରୁ ବଢାଇ ଦିଆଯାଇପାରେ । ତା ଛଡା ଅନେକ ବର୍ଷରୁ ଚାଲି ଆସୁଥିବା ଆୟକର ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ । ଯଦି ଆୟକର ନିୟମରେ ପରିବର୍ତ୍ତନ ହୁଏ ତାହେଲେ ଦେଶର କୋଟି କୋଟି ଟ୍ୟାକ୍ସ ଦେଉଥିବା ଲୋକଙ୍କୁ ଲାଭ ହେବ ।

   Related Posts