୨୦୨୨ ସୁଦ୍ଧା ସବୁ ଗାଁକୁ ବ୍ରଡ଼ବ୍ୟାଣ୍ଡ ସଂଯୋଗ କରିବେ ମୋଦି ସରକାର

Published By : Prameya-News7 Bureau | December 18, 2019 IST

ନୂଆଦିଲ୍ଲୀ୧୮/୧୨: ୨୦୨୨ ସୁଦ୍ଧା ସବୁ ଗାଁକୁ ବ୍ରଡ଼ବ୍ୟାଣ୍ଡ ସଂଯୋଗ କରିବେ ମୋଦି ସରକାର । ଜାତୀୟ ବ୍ରଡବ୍ୟାଣ୍ଡ ମିଶନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସଞ୍ଚାର, ଆଇନ ଓ ନ୍ୟାୟ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ । ଏହି ଏନବିଏମ ଯୋଜନା ଜନସାଧାରଣଙ୍କ ସମସ୍ତ ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ଦେଶରେ ଡିଜିଟାଲ ସଞ୍ଚାର ଭିତିଭୂମିରେ ଦ୍ରୁତ ପ୍ରଗତି ଆଣିବ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି। ଏହି ଅବସରରେ ଏନବିଏମର ଲୋଗୋ ଏବଂ ଏକ ବୁକଲେଟ ଉନ୍ମୋଚନ କରିଛନ୍ତି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ।

ଡିଜିଟାଲ ସଞ୍ଚାର ଭିତିଭୂମିରେ ଦ୍ରୁତ ଉନ୍ନତି ଆଣିବା, ଡିଜିଟାଲ ବିଭାଜନ ଦୂର କରିବା, ସମସ୍ତଙ୍କୁ ଡିଜିଟାଲ ସଶକ୍ତିକରଣ ଓ ଅନ୍ତର୍ଭୂକ୍ତିକରଣ ସୁବିଧା ସହିତ ଶସ୍ତା ଓ ସର୍ବବ୍ୟାପୀ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବା ଏନବିଏମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ୨୦୨୨ ସୁଦ୍ଧା ସବୁ ଗାଁକୁ ବ୍ରଡବ୍ୟାଣ୍ଡ ସଂଯୋଗ କରିବା, ବିଶେଷ କରି ଗ୍ରାମୀଣ ଓ ଉପାନ୍ତ ଇଲାକାରେ ସମସ୍ତଙ୍କୁ ସର୍ବବ୍ୟାପୀ ଓ ସମାନ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ଲକ୍ଷ୍ୟ ରଖିଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.