ନିର୍ବାଚନ ତାରିଖକୁ ନେଇ ମମତା ପୁଣି ବର୍ଷିଲେ ମୋଦିଙ୍କ ଉପରେ, କହିଲେ ହୋଇପାରେ ଆଉ ଏକ ଷ୍ଟ୍ରାଇକ

Published By : Prameya-News7 Bureau | March 12, 2019 IST

କୋଲକାତା ୧୨/୩ : ରବିବାର ଦିନ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋଡା | ନିର୍ବାଚନ ତାରିଖ ଘୋଷଣା ପରେ ବିରୋଧୀ ନାନା ମତ ପୋଷଣ କରିଥିଲେ | ନିର୍ବାଚନ ତାରିଖ ନେଇ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ | ଏଥିରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ମଧ୍ୟ ପଛରେ ନାହାନ୍ତି | ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନ ସମୟସୀମା ଜାଣିଶୁଣି ଟଣା ଯାଇଛି | ପଶ୍ଚିମବଙ୍ଗକୁ ହଇରାଣ କରିବା ପାଇଁ ବିଜେପି ସରକାର ଆଉ ଏକ ଷ୍ଟ୍ରାଇକ କରିବା ପାଇଁ ଯୋଜନା କରୁଛି | ବିଜେପି କାଙ୍କ ଉପରେ କିଭଳି ହମଲା କରିବ ତାହା ସେ କହିପାରିବେ ନାହିଁ ବୋଲି କହିଛନ୍ତି | ମମତାଙ୍କ ଏହି ବୟାନକୁ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକ ସହ ତୁଳନା କରାଯାଇଛି |


ସୂଚନାଯୋଗ୍ୟ ଯେ, ମମତା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, କିଛି ବରିଷ୍ଠ ସାମ୍ବାଦିକ ତାଙ୍କୁ କହିଥିଲେ ଯେ, ଆଉ ଏକ ହମଲା ବା ଷ୍ଟ୍ରାଇକ କରାଯିବ | ସେ କିଭଳି ହମଲା ତାହା ସେ କହିପାରିବେ ନାହିଁ ବୋଲି କହିଛନ୍ତି | ସେଥିପାଇଁ ନିର୍ବାଚନ ପ୍ରକ୍ରିୟା ମେ ୧୯ ତାରିଖ ପର୍ଯ୍ୟନ୍ତ ଟଣା ଯାଇଛି | ସେ କହିଛନ୍ତି, "ଦୟା କରି ମୋତେ ଓଲଟା ଭାବିବେ ନାହିଁ | ନିର୍ବାଚନ ଆୟୋଗ ଭଳି ସାମ୍ବିଧାନିକ ସଂସ୍ଥା ପ୍ରତି ମୋର ବହୁତ ସମ୍ମାନ ରହିଛି | କିନ୍ତୁ ପଶ୍ଚିମବଙ୍ଗରେ ମାହୋଲ ଖରାପ କରିବ ପାଇଁ ବିଜେପି ଯୋଜନା କରୁଛି |


ଅପରପକ୍ଷରେ ମମତାଙ୍କ ମନ୍ତବ୍ୟକୁ ବିଜେପି ପ୍ରଦେଶ ଅଧ୍ୟକ୍ଷ ଦିଲୀପ ଘୋଷ ଅମୂଳକ ବୋଲି କହିଛନ୍ତି | ସେ କହିଛନ୍ତି, ମମତା ପବନରେ କଥାବାର୍ତ୍ତା କରନ୍ତି | ଅଯଥା ଅଭିଯୋଗ କରିବା ତାଙ୍କର ପୁରୁଣା ଅଭ୍ୟାସ | ତାଙ୍କ ପାଖରେ ଯଦି କୌଣସି ପ୍ରମାଣ ଅଛି ତା'ହେଲେ ତାକୁ ସାର୍ବଜନୀନ କରିବ ଉଚିତ |


ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ | ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୧ ତାରିଖରେ ହେବ ଏବଂ ଶେଷ ପର୍ଯ୍ୟାୟ ଭୋଟ ମେ ୧୯ ତାରିଖରେ | ମମତାଙ୍କ ଦଳ ରାଜ୍ୟର ସମସ୍ତ ୪୨ ଟି ଲୋକସଭା ଆସନରେ ବିଜୟୀ ହେବ ବୋଲି ମମତା ଦାବି କରି କହିଛନ୍ତି | ନିର୍ବାଚନ ପ୍ରକ୍ରିୟା ଯେତେ ଲମ୍ବା ହେଲେ ମଧ୍ୟ ତାଙ୍କର କୌଣସି ଅସୁବିଧା ନାହିଁ | କାରଣ ସମସ୍ତ ଆସନରେ ସେ ହିଁ ଜିତିବେ ବୋଲି କହିଛନ୍ତି ମମତା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.