Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

କରୋନା ଭ୍ୟାକସିନ୍ ଉପରେ କାମ ପାଇଁ ସରକାରଙ୍କ ବଡ ନିଷ୍ପତ୍ତି, ଗଠନ ହେଲା ଉଚ୍ଚସ୍ତରୀୟ ଟ୍ୟାସ୍କ ଫୋର୍ସ

19/04/2020 at 9:37 PM

ନୂଆଦିଲ୍ଲୀ ୧୯।୦୪: କରୋନାକୁ ନେଇ ଔଷଧ ପରୀକ୍ଷଣ ଓ ଭ୍ୟାକସିନ ଉପରେ କାମ କରିବା ପାଇଁ ଉଚ୍ଚସ୍ତରୀୟ ଟ୍ୟାସ୍କ ଫୋର୍ସ ଗଠନ କରାଯାଇଛି। ଟାସ୍କ ଫୋର୍ସରେ ନୀତି ଆୟୋଗର ସଦସ୍ୟ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ବ୍ୟତୀତ ଆୟୁଷ, ICMR, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ICIR ସମେତ ଅନେକ ବିଭାଗର ସଦସ୍ୟ ସାମିଲ।

ସମଗ୍ର ବିଶ୍ଵର ବୈଜ୍ଞାନିକ,  ବିଶେଷଜ୍ଞ ଓ ଡାକ୍ତର କରୋନା ଭାଇରସ୍‌ର ସଫଳ ଚିକିତ୍ସା ପାଇଁ  ଭ୍ୟାକ୍‌ସିନ ଓ ଟୀକା ପାଇଁ  ଜୋରସାର ଗବେଷଣା ଜାରି ରଖିଛନ୍ତି। ବିଭିନ୍ନ ଲ୍ୟାବରେ ପ୍ରୟୋଗ  ଜାରି ରହିଛି। ଭାରତ ମଧ୍ୟ ଭ୍ୟାକସିନ ତିଆରିରେ ପ୍ରୟାସ ଜାରି ରଖିଛି। ଏବେ ଉଚ୍ଚସ୍ତରୀୟ ଟ୍ୟାସ୍କ ଫୋର୍ସ ଗଠନ କରାଯାଇ ଭ୍ୟାକସିନ୍‌ ପ୍ରସ୍ତୁତିକୁ ଆହୁରି ଗତିଶୀଳ କରାଯିବ।

ଉଲ୍ଲେଖଯୋଗ୍ୟ କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ କୋଭିଡ୍-୧୯  ପାଇଁ କେନ୍ଦ୍ର ଓ ରାଜ୍ୟର ୨୧୪୪ ହସ୍ପିଟାଲ ତିଆରି ହୋଇଛି, ଯେଉଁଥିରେ ୭୫୫  ହସ୍ପିଟାଲ  ଓ ୧୩୮୯ ସ୍ଵାସ୍ଥ୍ୟ କେନ୍ଦ୍ର ରହିଛି।  ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୭୫୫ ଡେଡିକେଟେଡ୍ ହସ୍ପିଟାଲ ଓ ୧୩୮୯ ଡେଡିକେଟେଡ୍ ହେଲ୍‌ଥ କେୟାର ସେଣ୍ଟର କରାଯାଇଛି। ଏହି କେନ୍ଦ୍ରରେ ୨୧୪୪ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯାଇ ପାରିବ।

   Related Posts