ବଦଳିଯିବ ଦରମା ସମ୍ବନ୍ଧୀୟ ଏହିସବୁ ନିୟମ, କୋଟି କୋଟି କର୍ମଚାରୀଙ୍କ ଉପରେ ପଡିବ ପ୍ରଭାବ

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୦୮/୧୨ : ଆସନ୍ତା ଏପ୍ରିଲ ମାସରୁ କର୍ମଚାରୀଙ୍କ ଦରମା, ପିଏଫ ଓ ଗ୍ରାଚ୍ୟୁଟି ନିୟମ ବଦଳିବାଉ ଯାଉଛି। କେନ୍ଦ୍ର ସରକାର ନୂଆ କମ୍ପେନ୍ସେସନ ନିୟମ ଲାଗୁ କରିବାକୁ ଯୋଜନା କରୁଛନ୍ତି। ଯାହାଫଳରେ କମ୍ପାନୀର ବାଲାନ୍ସସିଟରେ ପରିବର୍ତ୍ତନ ଦେଖିବାକୁ ମିଳିବ। ନୂଆ ନିୟମ ଯୋଗୁଁ କର୍ମଚାରୀଙ୍କ ସ୍ୟାଲେରୀ ସ୍ଲିପ, ପ୍ରୋଭିଡେଣ୍ଟ ଫଣ୍ଡ, ଗ୍ରାଚ୍ୟୁଟି, ହାତକୁ ଆସୁଥିବା ଦରମାରେ ମଧ୍ୟ ପରିବର୍ତ୍ତନ ଦେଖାଦେବ।

ସୂଚନାଯୋଗ୍ୟ ଯେ, ଗତବର୍ଷ ସଂସଦରେ ପାରିତ ହୋଇଥିବା ୱେଜ୍ କୋଡ଼ର ଅଂଶ। ଆଗାମୀ ଆର୍ଥିକ ବର୍ଷରୁ ଦରମାର ନୂଆ ପରିଭାଷା ଆରମ୍ଭ ହେବାକୁ ଯାଉଛି। ଏହି ନିୟମରେ ଆଲାଉନ୍ସ ଲିମିଟ ଧାର୍ଯ୍ୟ କରାଯାଇଛି। ଏହା ମୋଟ ଦରମାର ୫୦ ପ୍ରତିଶତରୁ ଅଧିକ ହେବନି। ଖବର ଅନୁଯାୟୀ, ଏହି ନିୟମ ପରେ କମ୍ପାନୀର ଅଧିକାଂଶ ଷ୍ଟ୍ରକ୍ଚରରେ ପରିବର୍ତ୍ତନ ଦେଖାଦେବ। କର୍ମଚାରୀ ଓ କମ୍ପାନୀ ଉଭୟଙ୍କ ପିଏଫ କଣ୍ଟ୍ରିବ୍ୟୁସନ ବୃଦ୍ଧି ପାଇବ। ପିଏଫ କଣ୍ଟ୍ରିବ୍ୟୁସନ ବୃଦ୍ଧି ପାଇବାରୁ ଅନେକ କର୍ମଚାରୀଙ୍କ ହାତକୁ ଯାଉଥିବା ଦରମା କମିପାରେ।

ଅବସର ପରେ ଗ୍ରାଚ୍ୟୁଟି ରାଶି ବୃଦ୍ଧି ପାଇବ। ଗ୍ରାଚ୍ୟୁଟି ଗଣନା ବେଶିକ ସ୍ୟାଲେରୀ ଆଧାରରେ ହୋଇଥାଏ। ଇକୋନୋମିକ ଟାଇମ୍ସ ଖବର ଅନୁସାରେ, ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନୂଆ ପରିଭାଷାରେ ଦରମା ଭିତ୍ତିଭୂମି ବଦଳିଯିବ। ବର୍ତ୍ତମାନ ଅନେକ ମାମଲାରେ ଆଲାଉନ୍ସ ଅଧିକ ରଖାଯାଇଥାଏ ଏବଂ ସୋସିଆଲ ସିକ୍ୟୁରିଟି କାଣ୍ତରୁବ୍ୟୁସନ କମ ରଖାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.