Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଶ୍ଚିମବଙ୍ଗରେ ହିଂସା ରୋକିବାକୁ ଆକ୍ସନ ମୁଡରେ ମୋଦି ସରକାର : ନିୟୋଜିତ ହେବେ ପାରା ମିଲିଟାରୀ ଫୋର୍ସ

କୋଲକାତା ୧୦/୬ : ପଶ୍ଚିମବଙ୍ଗରେ ଲଗାତାର ହିଂସା ବଢ଼ିବାରେ ଲାଗିଛି । ବିଜେପି ଏବଂ ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହିଂସା ଘଟଣାରେ ମୋଦି ସରକାର ଆକ୍ସନ ମୁଡ଼କୁ ଆସିଛନ୍ତି । ଗତକାଲି ବିଜେପିର ୫ଜଣ କାର୍ଯ୍ୟକର୍ତ୍ତାଙ୍କୁ ଟିଏମସି କାର୍ଯ୍ୟକର୍ତ୍ତା ଗୁଳି କରି ହତ୍ୟା କରିଥିଲେ । ଏହାପରେ ଗୃହମନ୍ତ୍ରୀ ଅମିତ ଶାହ ମମତା ବାନାର୍ଜୀଙ୍କୁ ରିପୋର୍ଟ ମାଗିଥିଲେ । ରାଜ୍ୟପାଳ କେଶରୀନଥ ତ୍ରିପାଠୀ ଗୃହମନ୍ତ୍ରାଳୟ ରିପୋର୍ଟ ପ୍ରଦାନ କରିଛନ୍ତି । ରାଜ୍ୟପାଳଙ୍କ ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଇଯାଇଛି ଯେ, ରାଜ୍ୟ ସରକାର ହିଂସା ଘଟଣାକୁ ରୋକିବା ପାଇଁ ସମ୍ପୂର୍ଣ ବିଫଳ । ମମତା ସରକାରଙ୍କ ଅନ୍ୟାନ୍ୟ ଅଫିସର ଜାଣିଶୁଣି ରାଜ୍ୟରେ ହିଂସା ସ୍ଥିତି ଉତ୍ପନ୍ନ କରୁଛନ୍ତି । ଏହିଭଳି ପରିସ୍ଥିତିରେ ରାଜ୍ୟରେ ଅର୍ଦ୍ଧସାମରିକ ବଳ ବା ପାରା ମିଲିଟାରୀ ଫୋର୍ସ ନିୟୋଜିତ କରାଯିବ ବୋଲି ମୋଦି ସରକାର ଘୋଷଣା କରିଛନ୍ତି ।

ଗୃହମନ୍ତ୍ରାଳୟ ସୂତ୍ର ଅନୁଯାୟୀ, ରାଜ୍ୟପାଳ ପ୍ରଦାନ କରିଥିବା ରିପୋର୍ଟରେ ପଶ୍ଚିମବଙ୍ଗର ଏକ ଡଜନରୁ ଅଧିକ ଆଇଏଏସ୍ ଏବଂ ଆଇପିଏସ୍ ଅଫିସରଙ୍କ ନାଁ ରହିଛି । ଏହି ଅଫିସରମାନେ ଜାଣିଶୁଣି ଆଇନ ବ୍ୟବସ୍ଥା ଢିଲା ରଖିଛନ୍ତି । ବିଜେପି ତରଫରୁ ଲିଖିତ ଅଭିଯୋଗ ଥିଲେ ସୁଦ୍ଧା ଏହି ଅଫିସରମାନେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଗୃହମନ୍ତ୍ରାଳୟ ୧୫୦ରୁ ଅଧିକ କମ୍ପାନୀକୁ ପଶ୍ଚିମବଙ୍ଗକୁ ପଠାଇବା । ଏଥିପାଇଁ ସମସ୍ତ ପାରା ମିଲିଟାରୀ ଫୋର୍ସକୁ ଆଲର୍ଟ ନୋଟିସ ପଠାଇ ଦିଆଯାଇଛି ।

ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନଥା ତ୍ରିପାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିବେ । ରାଜ୍ୟପାଳ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସପକ୍ଷରେ ବିକଳ୍ପ ରଖିବେ ବୋଲି କୁହାଯାଉଛି, ଯେଭଳି ପଶ୍ଚିମବଙ୍ଗରେ ହିଂସା ତୁରନ୍ତ ପ୍ରଭାବିତ ହେବ ।

672 Views

   ସମ୍ବନ୍ଧିତ ଖବର